ଖବର ଆଜିର,୧୬ ଜୁନ, ମଙ୍ଗଳବାର

ଓଡ଼ିଶାରେ ଏଲ୍ ନିନୋ ପ୍ରଭାବ କାରଣରୁ ଚଳିତ ବର୍ଷ ଖରିଫ ଚାଷ ପାଇଁ ପାଣିପାଗରେ ପରିବର୍ତ୍ତନ ଦେଖାଯାଇପାରେ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ ଭଦ୍ରକରେ ମେଡ଼ିକାଲ କଲେଜ୍ ଓ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି ଯେ ଖରାଛୁଟି ପରେ ଜୁନ ୧୮ ତାରିଖରୁ ସମସ୍ତ ସ୍କୁଲ ଖୋଲିବ।

ସିନ୍ଧୁ ସଭ୍ୟତାର ‘ଡାନସିଂ ଗାର୍ଲ’ ମୂର୍ତ୍ତିକୁ ନେଇ ବିବାଦ: ଏନ୍‌ସିଇଆର୍‌ଟି ନବମ ଶ୍ରେଣୀ ପୁସ୍ତକରେ ମୂର୍ତ୍ତି ଫଟୋରେ ଆବରଣକୁ ଐତିହାସିକଙ୍କ ସମାଲୋଚନା।

କଟକ ସହରର ଚୌଦ୍ଵାର ଜେଲ ପରିସର ମଧ୍ୟକୁ ଏକ ଦାମୀ ବିଳାସପୂର୍ଣ୍ଣ ଗାଡ଼ି ପ୍ରବେଶ କରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ପୁରୀ ସହରରେ ରଥଯାତ୍ରା ପୂର୍ବରୁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଧରପଗଡ଼ କରାଯାଇ ୨୩ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ଏକ ଦ୍ରୁତଗତି କାର ଚାହା ଦୋକାନ ପାଖରେ ଥିବା ଲୋକଙ୍କ ଉପରେ ମାଡ଼ିଯିବାରୁ ୨ ଜଣଙ୍କ ମୃତ୍ୟୁ, ୪ ଜଣ ଗୁରୁତର। କାର ଚାଳକ ଫେରାର।

କଟକ ସହରରେ କୋରିଅର ଡେଲିଭରି ବୟକୁ ଠିକଣା ପଚାରିବା କାରଣରୁ ଛୁରୀମାଡ଼ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି।

ସୁନ୍ଦରଗଡ଼ ଜିଲ୍ଲାର ମହୁଲଡିହା ଗ୍ରାମରେ ଏକ ପରିବାରକୁ ଦୀର୍ଘ ୧୨ ବର୍ଷ ଧରି ସାମାଜିକ ବାସନ୍ଦ କରାଯାଇଛି। ଏହି ଘଟଣାରେ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ଅନୁଗୁଳ ସହରରେ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଜଣେ ଏଏସଆଇ ଗିରଫ ହୋଇଛନ୍ତି।

ବାଲେଶ୍ଵର ସହରର ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ଓଏଏସ ପ୍ରେମିକଙ୍କୁ ପୋଲିସ ଅଟକ ରଖିଛି।

ସମ୍ବଲପୁର ସହର ଉପକଣ୍ଠରେ ଜଣେ ବୃଦ୍ଧାଙ୍କୁ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ଗିରଫ।

ବ୍ରହ୍ମପୁର ସହରରେ ଜାଲ୍ ସାର୍ଟିଫିକେଟ ପ୍ରସ୍ତୁତ କରୁଥିବା ଏକ ବଡ଼ ଗ୍ୟାଙ୍ଗକୁ ପୋଲିସ ପକ୍ଷରୁ ପର୍ଦ୍ଦାଫାଶ କରାଯାଇଛି।

ଜୟପୁର ସହରରେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ପୋଲିସ ଏକ ମିନି ଟ୍ରକ ଜବତ କରିଛି।ଦୁଇଜଣ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ।।

ରାଉରକେଲା ସହରରେ ଏକ ବ୍ୟବସାୟିକ ପ୍ରତିଷ୍ଠାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ରାହ୍ମଣପଦର ନିକଟ ଜଙ୍ଗଲରୁ ପାଞ୍ଚ ଦିନ ଧରି ନିଖୋଜ ଥିବା ୭୨ ବର୍ଷୀୟ ହରିବନ୍ଧୁ ସାହୁଙ୍କ ମୃତଦେହ ମିଳିଛି।

🇹🇯
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ‌ତେଲ ଶସ୍ତା ହୋଇଛି, ୮୨ ଡଲାରକୁ ଖସିଲା। ଭାରତରେ ଶସ୍ତା ହେବ ପେଟ୍ରୋଲ, ଡିଜେଲ।

ଦେଶର ବେକାରୀ ହାର ୧୧ ମାସର ସର୍ବୋଚ୍ଚ ସ୍ତର ୫.୫ ପ୍ରତିଶତରେ ପହଞ୍ଚିଛି। ବେକାରୀ ସମସ୍ୟା ଗ୍ରାମାଞ୍ଚଳରେ ଅଧିକ ରହିଛି।

ସଞ୍ଚିତା ‘କୁମ୍‌କୁମ୍‌ ଭାଗ୍ୟ’ ଓ ‘ୱାଗଲେ କି ଦୁନିୟା’ ଟେଲିଭିଜନ ଅଭିନେତ୍ରୀ ସଞ୍ଚିତା ଉଗଲେ ମହାରାଷ୍ଟ୍ରର ପାଲଘର ବାସଭବନରେ ଆତ୍ମହତ୍ୟା କରିଛନ୍ତି।

ଏବେ ଥମିବ ମଧ୍ୟପ୍ରାଚ୍ୟ ଯୁଦ୍ଧ: ୧୯ରେ ଜେନେଭାରେ ହେବ ଆମେରିକା-ଇରାନ ଶାନ୍ତି ଚୁକ୍ତି।

ଇସ୍ରାଏଲ୍ ପକ୍ଷରୁ ଆମେରିକା-ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ବିରୋଧ। ଲେବାନନରୁ ସେନା ପ୍ରତ୍ୟାହାର କରିବାକୁ ମନା କରିଦେଇଛି।

ଫ୍ରାନ୍ସର ପ୍ରେସିଡେଣ୍ଟ ଇମାନୁଏଲ ମାକ୍ରୋନ ଏକ ଟେକ୍ନୋଲୋଜି ପ୍ରକଳ୍ପ ଆରମ୍ଭ କରିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ବୈଜ୍ଞାନିକ ସହଯୋଗକୁ ଅଧିକ ମଜବୁତ କରିବେ।

⚽🚴🏼‍♀️🏆
ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମୁକାବିଲାରେ ଭାରତୀୟ ଦଳ ୭ ରନ୍‌ରେ ଘରୋଇ ଶ୍ରୀଲଙ୍କା ‘ଏ’ଠାରୁ ହାରିଯାଇଛି।

ଏଫଆଇଏଚ୍ ମହିଳା ନେସନ୍ସ କପରେ ଭାରତୀୟ ହକି ଦଳ ଆମେରିକା ବିପକ୍ଷରେ ବିଜୟ ହାସଲ କରିଛି।

ଫୁଟବଲ ବିଶ୍ଵକପରେ ଜାପାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ରରେ ଶେଷ ହୋଇଛି।

ସ୍ଵିଡେନ ଦଳ ଟ୍ୟୁନିସିଆ ବିପକ୍ଷରେ ବିଜୟ ହାସଲ କରିଛି।

କ୍ରିକେଟର ସୌରଭ ଗାଙ୍ଗୁଲି ତାଙ୍କ ବିରୋଧରେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରାଯାଉଥିବା ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ବିସିସିଆଇ ଘରୋଇ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ୍‌ ସଂଘ(ଓସିଏ) ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ‌ହୋଇଛି।

ଗତବର୍ଷ ଏଇ ସମୟରେ

ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଡା ବାନ୍ତି ବ୍ୟାପି ଯାଇଥିଲା।

ଆଜି ଜନ୍ମଦିନ: ମିଥୁନ ଚକ୍ରବର୍ତ୍ତୀ, ଇମତିଆଜ ଅଲ୍ଲୀ, ଚନ୍ଦ୍ରାଣୀ ମୁର୍ମୁ, ତୁଳସୀ ଅଗ୍ରୱାଲ (ନେତ୍ରୀ, କେସିଙ୍ଗା), ସୁପ୍ରଭା ସାମଲ (ଫୁଟବଲ, ଭୁବନେଶ୍ୱର)

ଇତିହାସରେ ଆଜି ଦିନ: (୧୬୦୬) ଜାହାଙ୍ଗିର ରାଜୁତିରେ ଶିଖ ଗୁରୁ ଅର୍ଜନ ଦେବଙ୍କୁ ହତ୍ୟା କରାଗଲା/ (୧୯୧୧) ଆଇବିଏମ କମ୍ପାନୀ ପ୍ରତିଷ୍ଠା ହେଲା/ (୧୯୮୩) ଛତିଶଗଡ଼ରେ ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ସ୍ଥାପିତ/ (୨୦୦୭) ସୁନିତା ଉଇଲିୟମ ହେଲେ ମହାକାଶରେ ସବୁଠୁ ଅଧିକ ସମୟ ରହିବା ବ୍ୟକ୍ତି

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!