ଆଜିର ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ରହିବ, ହାଲୁକା ବର୍ଷାର ସମ୍ଭାବନା। ଭୁବନେଶ୍ୱର ସମେତ ୯ଟି ଜିଲ୍ଲା ପାଇଁ ବଜ୍ରପାତ ଓ ଝଡ଼ବର୍ଷାର ସତର୍କ ସୂଚନା ଜାରି।
ଏଲ୍ ନିନୋ ପ୍ରଭାବରେ ଜୁନ୍ ରୁ ଅଗଷ୍ଟ ତିନି ମାସ ଯାଏଁ ମରୁଡି ସମ୍ଭାବନା।
ପୁରୀରେ ଦ୍ୱିତୀୟ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ୱରଠାରେ ଓଡ଼ିଶା ଅର୍ବାନ ଏକାଡେମୀ ହଷ୍ଟେଲର ଆନୁଷ୍ଠାନିକ ଉଦ୍ଘାଟନ କରାଯାଇଛି।
ରେଳ ଲାଇନ ମରାମତି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜୁନ ମାସରେ କେତେକ ଟ୍ରେନ ବାତିଲ ଓ କିଛି ଟ୍ରେନର ଯାତ୍ରା ସମୟ ହ୍ରାସ ହୋଇଛି।
ପୁରୀରେ ଆରମ୍ଭ ହେବ ଇ-ହୁଣ୍ଡି ବ୍ୟବସ୍ଥା, ପୁରୀ ନଆସି ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ଭକ୍ତ।
ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଏକ ନୂତନ ଉପକୂଳ ରାଜପଥ ହେବ। ୮୩୦୦ କୋଟି ଟଙ୍କାରେ ୧୬୦ କିଲୋମିଟର ପ୍ରକଳ୍ପ ହେବ।
ରାୟଗଡ଼ା ରେଳ ଷ୍ଟେସନରୁ ଜିଆରପି ପୋଲିସ ଦ୍ୱାରା ୩ ଜଣ ଶିଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।
କୋରାପୁଟ କୋଟିଆ ରେ ଓଡ଼ିଶା ଜନଗଣନା ସରିବା ପରେ ପୁଣି ଆନ୍ଧ୍ର ଅଧିକାରୀ ସୀମାନ୍ତ ଗ୍ରାମରେ ଆରମ୍ଭ କଲେ ଜନଗଣନା।
ଭଦ୍ରକରେ ଲାଞ୍ଚ ନେବା ବେଳେ ଜଣେ ଆୟକର ଅଧିକାରୀଙ୍କୁ ସିବିଆଇ ଟିମ୍ ଗିରଫ କରିଛି।
ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ପୋଲିସ ହାଜତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ଟାଙ୍ଗୀ ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା କରି କେନାଲ କୂଳରେ ପୋତି ଦେବା ଘଟଣା ସାମ୍ନାକୁ ଆସିଛି।
ଢେଙ୍କାନାଳ ସାବାଳିକା ଚୋରା ଚାଲାଣ ମାମଲାକୁ ଜାତୀୟ ମାନବାଧିକାର କମିଶନ ନିଜ ଆଡ଼ୁ ଗ୍ରହଣ କରିଛନ୍ତି। ୟୁପି ଓ ଓଡ଼ିଶା ପୋଲିସଠାରୁ ରିପୋର୍ଟ ମଗାଯାଇଛି।
ରାଜଧାନୀର ଫାଳିକିଆ ବସ୍ତିରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।
ସୁନ୍ଦରଗଡ଼ରେ ଟ୍ରକ୍ ଧକ୍କାରେ ଜଳିଗଲା ୧୮ ଚକିଆ, ଡ୍ରାଇଭର ଜୀବନ୍ତ ଦଗ୍ଧ।
କାମାକ୍ଷାନଗର ରେ ବଜ୍ରପାତରେ ଜଳିଗଲା ଛଅ ବଖରା ଘର, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜଳିପୋଡି ପାଉଁଶ।
ଜିଆରପି କନେଷ୍ଟବଳ ସୌମ୍ୟ ହତ୍ୟା କେସରେ ସଂପୃକ୍ତ ଯୁବତୀ ଓ ସାଙ୍ଗ ଓମଙ୍କୁ ମାରାଥନ ଜେରା। କଥାରେ ତାଳମେଳ ରହୁନାହିଁ।
ସୁନ୍ଦରଗଡ଼ରେ ଇବ୍ ନଦୀ ଅମଲିପାଲି ଘାଟରେ ଚଢ଼ଉ ବେଳେ ପୋଲିସ ଓ ଖଣି ଅଧିକାରୀଙ୍କୁ ନିସ୍ତୁକ ପିଟିଲେ ବାଲି ମାଫିଆ। ଜବତ ହୋଇଥିବା ୬ଟି ଗାଡିରୁ ୫ଟି ଜବରଦସ୍ତ ଛଡ଼ାଇ ନେଇଛନ୍ତି।
ଗଞ୍ଜାମ କବିସୂର୍ଯ୍ୟନଗର ଥାନାରେ ଦିବ୍ୟଙ୍ଗ ଯୁବକର ହାଜତ ମୃତ୍ୟୁ ଘଟଣାରେ ସବୁ କର୍ମଚାରୀଙ୍କୁ ବଦଳି।
ଢେଙ୍କାନାଳ ହିନ୍ଦୋଳ ରେ ଖଜୁରି ଗଛରୁ ରସ ସଂଗ୍ରହ କରୁଥିଲେ ଯୁବକ, ବଜ୍ରପାତ ନେଲା ଜୀବନ।
ଓଡ଼ିଶା ପୁଅ ଅଭିଷେକ ମିଶ୍ର ଆଇଆଇଟି ରୁ ପାସ୍ କରି, ଚାକିରି ଛାଡ଼ି ‘ଭଣ୍ଡ ବାବା’ ସାଜିଲା। ମଥୁରାରେ ଆଶ୍ରମ କରି, ଭକ୍ତଙ୍କ ସହ ଖରାପ କାମ କରି ଗିରଫ ହେଲା।
🇳🇪
ପିଏଫ ଉଠାଣରେ ପରିବର୍ତ୍ତନ। ଘରେ ବସି ଅନଲାଇନ୍ କ୍ଲେମ୍, ଦରକାର ହେବ ନାହିଁ ନିଯୁକ୍ତିଦାତାଙ୍କ ଅନୁମତି।
ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଜୁନିଅର ଟେଲିକମ୍ ଅଫିସର ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି।
ପାଟନା ଖାନ୍ ସାରଙ୍କ ଉପରେ ଆକ୍ରମଣ; ବୋମା, ଗୁଳି ମାରି ଫେରାର ହେଲେ ଅଭିଯୁକ୍ତ।
ମମତା ବାନାର୍ଜୀଙ୍କ ବିପର୍ଯ୍ୟୟ। ୮୦ ବିଧାୟକଙ୍କ ମଧ୍ୟରୁ ଦଳ ଛାଡ଼ିଲେଣି ୬୦, ଭଣଜା ଅଭିଷେକ ବାନାର୍ଜୀଙ୍କ ଘରେ ଇଡି ଚଢାଉ ଜାରି।
ଦିଲ୍ଲୀ ମାଲବ୍ୟ ନଗର ରେସ୍ତୋରାଁରେ ଅଗ୍ନିକାଣ୍ଡ। ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ।
ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ଅମିର ଖାନ। ଏଥର ଖ୍ରୀଷ୍ଟିଆନ ମୂଳର ମହିଳାଙ୍କୁ ବାହା ହେବେ।
ଇରାନ ପକ୍ଷରୁ କୁଏତ ଏବଂ ବାହାରିନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ସହାୟତାରେ ବଡ଼ ଧରଣର ଆକ୍ରମଣ କରାଯାଇଛି।
ୟୁକ୍ରେନ ପକ୍ଷରୁ ଋଷିଆ ଉପରେ ଏକ ବଡ଼ ଧରଣର ଲମ୍ବା ଦୂରଗାମୀ ଡ୍ରୋନ୍ ଆକ୍ରମଣ କରାଯାଇଛି।
ମାଦ୍ରିଦଠାରେ ଆୟୋଜିତ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଶାନ୍ତି ଏବଂ ଗଣତନ୍ତ୍ର ପ୍ରତିଷ୍ଠା, ମାନବାଧିକାର ଓ ଲିଙ୍ଗଗତ ସମାନତା ଉପରେ ଘୋଷଣାନାମା ପ୍ରକାଶ ପାଇଛି।
ଦକ୍ଷିଣ ଆଫ୍ରିକାରେ ଆଫ୍ରିକୀୟ ପ୍ରବାସୀଙ୍କ ଉପରେ ଆକ୍ରମଣ ଯୋଗୁଁ ମଲାୱି ସରକାର ନିଜ ନାଗରିକଙ୍କୁ ଫେରାଇ ଆଣୁଛନ୍ତି।
⚽🏏🚴🏾♂️
ଅକ୍ଟୋବରରେ ଭାରତର ନ୍ୟୁଜଲାଣ୍ଡ ଗସ୍ତ,ଖେଳିବ ୫ଟି ଟି ୨୦, ୫ଟି ଦିନିକିଆ ଓ ୨ଟି ଟେଷ୍ଟ।
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ମହିଳା କ୍ରିକେଟ ଦଳ ପରାଜିତ ହୋଇଛି। ଅଧିନାୟିକା ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ।
ମହିଳା ଟି-୨୦ ବିଶ୍ୱକପର ଅଭ୍ୟାସ ମ୍ୟାଚରେ ଆୟରଲ୍ୟାଣ୍ଡ ଦଳ ପାକିସ୍ତାନକୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛି।
୧୮ ବର୍ଷରୁ କମ୍ ଏସିଆ କପ୍ ପୁରୁଷ ହକି: ତାଇପେକୁ ହରାଇ ସେମିରେ ଭାରତ।
ଗତବର୍ଷ ଏଇ ସମୟରେ
ଏଏସ୍ଓଙ୍କ ଗ୍ରେଡେସନ୍ ତାଲିକା ସଂଶୋଧନ ହେବ ବୋଲି ହାଇକୋର୍ଟ ରାୟ ଦେଇଥିଲେ।
ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମାଝୀ।
ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବେ ବୋଲି କହିଥିଲେ ମନ୍ତ୍ରୀ କୃଷ୍ଣ ପାତ୍ର।
ଆଜି ହିଂସାର ଶିକାର ନିରୀହ ଶିଶୁଙ୍କ ଦିବସ
ଆଜି ଜନ୍ମଦିନ: ବୀନା ରାୟ, ନୂତନ, ଅନୀଲ ଅମ୍ବାନୀ, ଏସପି ବାଲସୁବ୍ରମନ୍ୟମ, ନମିତା ଟପ୍ପୋ (ହକି, ସୁନ୍ଦରଗଡ଼)
ଇତିହାସରେ ଆଜି ଦିନ: (୧୦୩୯) ହେନେରୀ-III ହେଲେ ରୋମ ସମ୍ରାଟ/ (୧୭୮୩) ଫ୍ରାନସରେ ପ୍ରଥମ ଉଡ଼ନ୍ତା ବେଲୁନ ଯାତ୍ରା/ (୨୦୦୧) ନେପାଳର ଶାସନ ସମ୍ଭାଳିଲେ ଜ୍ଞାନେନ୍ଦ୍ର ସାହା/ (୨୦୦୮) ଆମେରିକାରେ ନିର୍ବାଚନ ଜିତିଲେ ବାରାକ ଓବାମା
ବନ୍ଦେ ଉତ୍କଳ ଜନନୀ 🪻🌻🪻
