ବ୍ୟୁରୋ ରିପୋର୍ଟ
ପରିସ୍କାର ଓଡିଶା ନ୍ୟୂଜ
ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।
ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତତ୍ ସଙ୍ଗେ କାଗଜ କଳ ର କର୍ମଚାରୀ ମାନେ ମଧ୍ୟ 1500 ପାଖାପାଖି ବୃକ୍ଷ ରୋପଣ କରି ଥିଲେ। ତାଙ୍କ ବକ୍ତବ୍ୟ ମାଧ୍ୟମରେ ରେ “”ଜଳବାୟୁ କାର୍ଯ୍ୟାନୁଷ୍ଠାନ – ସୁସ୍ଥିର ଭବିଷ୍ୟତ ପାଇଁ ପ୍ରତ୍ୟେକ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ଗୁରୁତର ସମସ୍ୟା ହୋଇପଡ଼ିଛି। ବୃକ୍ଷରୋପଣ, ଶକ୍ତି ସଞ୍ଚୟ, ପ୍ଲାଷ୍ଟିକର ବ୍ୟବହାର କମାଇବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ମାଧ୍ୟମରେ ଆମେ ଏହାର ମୁକାବିଲା କରିପାରିବା। ଛୋଟ ଛୋଟ ସକାରାତ୍ମକ ପଦକ୍ଷେପ ମିଶି ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥିର ଭବିଷ୍ୟତ ଗଢ଼ିପାରିବ। ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କ ସକ୍ରିୟ ଅବଦାନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଶୋକ ଭୋଇ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ର ଆଞ୍ଚଳିକ ଅଧିକାରୀ ଓ ଶ୍ରୀ ପ୍ରଭୁଦେବ ବେହେରା, ସହକାରୀ ଯନ୍ତ୍ରୀ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ଓ କାଗଜ କଳ ର ଏମ୍ ଆର୍ କେ ରାୟ, ବରିଷ୍ଠ ମହା ପ୍ରବନ୍ଧକ (ମେକାନିକାଳ) ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଶ୍ରୀ ସତ୍ୟଜିତ ମହାନ୍ତି,ମହାପ୍ରବନ୍ଧକ (ପରିବେଶ , ସୁରକ୍ଷା ଓ ସ୍ୱାସ୍ଥ୍ୟ ) ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିବେଶ ନିୟନ୍ତ୍ରଣ ଓ ସୁରକ୍ଷା ବିଭାଗ ର ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
