ସାଇପ୍ରିୟା ୱାକର୍ସକ୍ଲବ ଆନୁକୂଲ୍ୟରେ ବିଶ୍ୱ ସ୍ୱସ୍ଥ୍ୟ ଦିବସ ପାଳିତ ହୋଇଯାଇଛି

.
ଆଜି ଅପ୍ରିଲ ତା 7. 04.2026 ରିଖ ମଙ୍ଗଳବାର ଦିନ ପୂର୍ଵ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ସାଇପ୍ରିୟା ୱାକର୍ସ କ୍ଲବ ଆନୁକୂଲ୍ୟରେ ରେ ସାଇପ୍ରିୟା ବେଡ଼ମୀଣ୍ଟନ ପଡିଆରେ ଅନୁଷ୍ଠିତ ହୋଇଯାଇଅଛି. ଏହିଦିବସ ରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟପ୍ରତି ସଚେତନତା ସୃଷ୍ଟି କରିବାସହ ପ୍ରାଣୀ, ଜଳ, ବାୟୁ ପରିବେଶ ର ସଂରକ୍ଷ୍ୟଣ ର ଉଦେଶ୍ୟରେ ଏକ ବିଶାଳ ପଟୁଆର ସକାଳ ଘ 6.30 ମିନିଟ ରେ ସାଇବ୍ରିୟା ୱାକର୍ସ କ୍ଲବ ବେଡ଼ମୀଣ୍ଟନ ପଡିଆ ରୁ ବାହାରି ସାଇପ୍ରିୟା ନଗର ପରୀକ୍ରମା କରିଥିଲା. ତତ ପରେ ଆମର ଦିବଂଗତ ଓ ସମସ୍ତଙ୍କ ଅତିପ୍ରିୟ ୱାକର. ନାରସୁ ଜେନା ଙ୍କ ଉଦେଶ୍ୟ ରେ ଏକ ଶୋକସଭା ଅନୁଷ୍ଠିତ କରାଯାଇ ତାଙ୍କରି ଫୋଟୋ ଚିତ୍ରରେ ପୁଷ୍ପ ଧୂପ,ଗନ୍ଧ ଆଦି ସାଇପ୍ରିୟା ୱାକର୍ସ କ୍ଲବ ର ସମସ୍ତ ଉପସ୍ଥିତ ସଦସ୍ୟଙ୍କ ଦ୍ଵାରା ପ୍ରଦାନ କରାଯାଇ ଏକ ମିନିଟ ନୀରବ ପ୍ରାର୍ଥନା କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା.ସେ ଜଣେ କର୍ମଠ ଓ ସଚ୍ଚା ୱାକର ଥିଲେ.ଶରୀର ଅସୁସ୍ଥ ଥିବା ସତ୍ୱେ ସମସ୍ତ ପ୍ରିୟଜନ ଙ୍କୁ ଆମନ୍ୟ କରି ସେ ରାୟଗଡ ସମିଳନୀ ରେ ଯୋଗ ଦେଇଥିଲେ. ଶେଷରେ ରାୟଗଡ଼ ଠାରେ ହୃଦଘାତ ରେ ତାଙ୍କର ମୃତ୍ୟୁ ହୋଇଥିଲା

  ଏହାପରେ ୱାକର୍ସ ପ୍ରାର୍ଥନା କରଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା.

ପ୍ରତ୍ୟେକ ସଦସ୍ୟ ଏହି ଦିବସ ର ଉଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ. ଚକ୍ଷୁ ରୋଗ ବିଶେଷଜ୍ଞ ୱାକର. ଡ଼କ୍ଟର. ଏମ. ସୁରେଶ କୁମାର ନିଜସ୍ଵ ବକ୍ତବ୍ୟ ରେ ସ୍ୱାସ୍ଥ୍ୟ ର ଯତ୍ନ ପାଇଁ ଅତି ଜରୁରୀ ପରାମର୍ଶ ଦେବା ସହ ବିଭିନ୍ନ ରୋଗ ଓ ତାର ନିଦାନ ପାଇଁ ସହଜ ଉପଚାର ବିଷୟରେ ଅବଗତ କରାଇଥିଲେ. ଏହି କାର୍ଯ୍ୟକ୍ରମ ରେ ଅନ୍ୟୁନ 30 ରୁ ଅଧିକ ସଦସ୍ୟ ସେମାନେ ହେଲେ ସାଇପ୍ରିୟା କ୍ଲବ ର ସଂସ୍ଥାପକ ୱାକର. ସୁବାଷ ବେହେରା, ଆଞ୍ଚଳିକ ସଭାପତି ୱାକର. ଡ଼କ୍ଟର. ଏମ. ସୁରେଶ କୁମାର, ଉପଦେଷ୍ଟା ୱାକର. ଦେବରାଜ ପଣ୍ଡା, ସମ୍ପାଦକ ୱାକର. ଜଗନ୍ନାଥ ନାୟକ, ଉପସଭାପତି -1,ଲାଲମୋହନ ବେହେରା, ଉପସଭାପତି -2,ବିପ୍ର ଚରଣ ବ୍ରମହା, ଲୋକସମ୍ପର୍କ ଅଧିକାରୀ ୱାକର କେ. ଧର୍ମ ରାଜୁ, ୱାକର. କେ. ରମେଶ, ୱାକର. ଆପଲ ରାଜୁ, ୱାକର. ଉଦ୍ଧବ କୌଶଲ୍ୟା, ୱାକର. ଏଲ. କେ. ପଣ୍ଡା, ୱାକର. ଖିରୋଜ ପ୍ରଧାନ,ଜୋଲ୍ଲୀ ୱାକର. ତ୍ରିନାଥ ରାଓ ଆଦି ସଦସ୍ୟ ସାଇପ୍ରିୟା ୱାକର୍ସ କ୍ଲବ ର ସଭାପତି ୱାକର. ଯାଆକୃଷ ପ୍ରଧାନଙ୍କ ନେତୃତ୍ୱ ରେ କାର୍ଯ୍ୟ କରି ଉତ୍ସବ ଟିକୁ ସଫଳ କରିଥିଲେ. ଶେଷରେ ସମ୍ପାଦକ ୱାକର. ଜଗନ୍ନାଥ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ.

Leave a Reply

Your email address will not be published. Required fields are marked *

error: Content is protected !!