ବ୍ୟୁରୋ ରିପୋର୍ଟ
ପରିସ୍କାର ଓଡିଶା ନ୍ୟୁଜ
ରାୟଗଡ଼ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାୟଗଡ଼, ଶ୍ରୀ ସୁଜିତ କୁମାର ମିଶ୍ରଙ୍କ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼ ଶ୍ରୀମତୀ ଏଲିଜାବେଥ ଗୋରଡ଼ା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପାଧ୍ୟକ୍ଷା ସ୍ଵତନ୍ତ୍ର ଉନ୍ନୟନ ପରିଷଦ, ରାୟଗଡ଼ ଶ୍ରୀମତୀ ମଞ୍ଜୁଳା ମିଣିଆକା, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ଶ୍ରୀ. ହରପ୍ରସାଦ ହେପୃକା, ଶ୍ରୀମତୀ ସ୍ମୃତିରେଖା ନାୟକ, ଜି.ପି.ଡି.ଓ, ଶ୍ରୀ ନୀଳାଞ୍ଚଳ ମିଶ୍ର, ବରିଷ୍ଠ ଶିକ୍ଷକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବୃନ୍ଦ ତଥା ସମସ୍ତ କର୍ମଚାରୀ ବୃନ୍ଦ ଓ ରାୟଗଡ଼ ଭିନ୍ନକ୍ଷମ ମହାସଂଘର ସଭାପତି ଶ୍ରୀ ଶିଶିର ରାଉଳ, ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଶିବିରରେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୩୧୭ ଜଣ ଭିନ୍ନକ୍ଷମଙ୍କ ପଞ୍ଜୀକରଣ କରାଯିବା ସହ ୩ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଆଶା ବାଡି, ୨ ଜଣଙ୍କୁ ଚକ ଲଗା ଚୌକି ଏବଂ ୫ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଗଲା। ଏତଦବ୍ୟତୀତ, ୨ ଜଣଙ୍କ ଡ଼ି.ଆର.ଆଇ. ଋଣ ଫର୍ମ, ୨୦ ଜଣଙ୍କ ଭତ୍ତା ଫର୍ମ ଓ ୧୪ ଜଣଙ୍କ ବସ ପାସ ଫର୍ମ ସଂଗ୍ରହ କରାଯାଇଅଛି, ଯାହା ଆଗାମୀ ଦିନରେ ମଞ୍ଜୁର କରାଯାଇ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ଉକ୍ତ ଶିବିରରେ ୭୨ ଜଣ ଭିନ୍ନକ୍ଷମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, ମାନସିକ ରୋଗ ବିଶେଷଜ୍ଞ, ନାସା କର୍ଣ୍ଣ ଗଳା ବିଶେଷଜ୍ଞ, ବରିଷ୍ଠ ଫାର୍ମାସିଷ୍ଟଙ୍କ ଦ୍ଵାରା ପରୀକ୍ଷା କରାଯାଇ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପୁର୍ଣିମା ମାଝୀ, ପି ଏ ଶ୍ରୀକାନ୍ତ ପେଦିନା ପରିଚାଳନା କରିଥିବା ବେଳେ ଅନ୍ୟାନ୍ୟ ବ୍ଲକ, ଗ୍ରାମ ପଞ୍ଚାୟତ ଓ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।
