ଜିଲ୍ଲାପାଳଙ୍କ ତ୍ୱରିତ ହସ୍ତକ୍ଷେପରେ କୁମ୍ବିକୋଟାର ପାନୀୟ ଜଳ ସମସ୍ୟାର ସମାଧାନ, ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ।

ବ୍ୟୁରୋ ରିପୋର୍ଟ
ପରିସ୍କାରଓଡ଼ିଶା ନ୍ୟୂଜ

ରାୟଗଡ଼, ୦୫/୦୬: ରାୟଗଡ଼ ସଦର ବ୍ଲକ ଅନ୍ତର୍ଗତ କୁମ୍ବିକୋଟା ଗ୍ରାମରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟାର ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ସମାଧାନ କରାଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶନରେ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଥିଲେ।

ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଆରଡବ୍ଲୁଏସଏସ (RWSS) ଏସ.ଡି.ଓ ଶ୍ରୀ ମନୋଜ ନାୟକ, ରାୟଗଡ଼ା ବ୍ଲକର ଏ.ବିଡିଓ ଶ୍ରୀ କାଳୁଚରଣ ନାୟକ, ଆରଡବ୍ଲୁଏସଏସ ଜେ.ଇ ଶ୍ରୀ ଅଜିତ ମିଶ୍ର ଏବଂ ଏ.ଇ ସୁଶ୍ରୀ ଦୀପ୍ତି ସକ୍ରିୟ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହି ପାନୀୟ ଜଳ ସମସ୍ୟାର ତ୍ୱରିତ ସମାଧାନ ପାଇଁ କାର୍ଯ୍ୟ କରିଥିଲେ।

ପାନୀୟ ଜଳ ଯୋଗାଣକୁ ତୁରନ୍ତ ସ୍ୱାଭାବିକ କରିବା ପାଇଁ ଜଳ ଟ୍ୟାଙ୍କର ନିୟୋଜିତ କରାଯିବା ସହ ଡିଜି ସେଟ୍ (DG Set) ମାଧ୍ୟମରେ ଜଳ ଉତ୍ତୋଳନ ବ୍ୟବସ୍ଥା କରାଯାଇଥିଲା। ସେହିପରି ଜଳ ଉତ୍ସର ଆବଶ୍ୟକ ମରାମତି ଓ ସଫେଇ କାର୍ଯ୍ୟ ପାଇଁ ଜେସିବି (JCB) ନିୟୋଜିତ କରାଯାଇଥିବା ବେଳେ ଦୀର୍ଘମିଆଦୀ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବୋରୱେଲ ଖନନ ଯାନ (Borewell Vehicle) ମଧ୍ୟ ନିୟୋଜିତ କରାଯାଇଥିଲା। ଫଳରେ ଗ୍ରାମରେ ପାନୀୟ ଜଳ ଯୋଗାଣ ସ୍ୱାଭାବିକ ହୋଇଥିଲା ଏବଂ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିଥିଲା।

ପ୍ରଶାସନର ଏହି ତ୍ୱରିତ ଓ ଫଳପ୍ରଦ ପଦକ୍ଷେପକୁ ଗ୍ରାମବାସୀ ସ୍ୱାଗତ କରିବା ସହ ଜିଲ୍ଲା ପ୍ରଶାସନ ପ୍ରତି କୃତଜ୍ଞତା ଜଣାଇଥିଲେ। ସମସ୍ୟାର ସମାଧାନ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଥିଲା ଏବଂ କୋରାପୁଟ–ରାୟଗଡ଼ ମୁଖ୍ୟ ସଡ଼କରେ ଯାତାୟାତ ପୁନର୍ବାର ସୁଚାରୁ ଭାବେ ଚାଲିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!