ଗରମ ଏବଂ ଗୁଳୁଗୁଳିରୁ ତ୍ରାହି ମିଳିବ। ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଆଜି ଖୋଲୁଛି।
ରାଜ୍ୟ ସରକାର ୭୬ ହଜାର ୬୧୨ କୋଟି ଟଙ୍କାର ୨୦ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ସିଙ୍ଗାପୁରର ହାଇକମିଶନର ସାଇମନ୍ ୱଙ୍ଗ ଲୋକସେବା ଭବନରେ ଭେଟିଛନ୍ତି।
ବିନା ପ୍ରେସ୍କ୍ରିପ୍ସନ୍ରେ କିଣିପାରିବେନି କଫ୍ ସିରପ୍ , ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ।
ସୁବର୍ଣ୍ଣପୁରରେ ୨୦ ତାରିଖ ଯାଏ ସ୍କୁଲ ଛୁଟି, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ଛୁଟି ରଖି ନିଷ୍ପତ୍ତି ନିଆଯାଇଛି।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ୨୨ ତାରିଖ ଯାଏଁ ବରଗଡରେ ସ୍କୁଲ ଛୁଟି।
ସ୍କୁଲ ବହିରେ ହୋଇଥିବା ପ୍ରିଣ୍ଟିଂ ତ୍ରୁଟିକୁ ନେଇ ମନ୍ତ୍ରୀ ଗଣ୍ଡ ସମୟ ଅଭାବରୁ ଏହା ହୋଇଥିବା ସ୍ୱୀକାର କରିଛନ୍ତି। କାମ ନେଇଥିବା ସଂସ୍ଥା ଉପରେ ସନ୍ଦେହ।
ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ଜୁନ୍ ୨୮ ତାରିଖରେ ହେବ। ୯୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ।
କେନ୍ଦ୍ରାପଡା ତିଖିରିର ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ପୋଲିସର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।
ଭୁବନେଶ୍ୱରର ୟୁନିଟ୍ ୧ ହାଟରେ ଅଗ୍ନିକାଣ୍ଡ ରୋକିବା ପାଇଁ ବଜାର ଅଞ୍ଚଳରେ ୱାଟର ସ୍ପ୍ରିଙ୍କଲର ସିଷ୍ଟମ ନିର୍ମାଣ କରାଯିବ।
ଗଞ୍ଜାମରେ ଟାଟା ପାୱାର ରିନିଉଏବଲ୍ ଏନର୍ଜି ପକ୍ଷରୁ ୧୦ ହଜାର କୋଟିରେ ସୋଲାର ପିଭି ସେଲ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ।
ଖୋର୍ଦ୍ଧାରେ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ ବା କୃତ୍ରିମ ହୀରା କାରଖାନା ପାଇଁ ତିନୋଟି କମ୍ପାନୀକୁ ମଞ୍ଜୁରୀ ମିଳିଛି। ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ।
ଯାଜପୁର ସହର ପାଖରେ ଜୁପିଟର ୱାଗନ୍ସ ଲିମିଟେଡ୍ ପକ୍ଷରୁ ପନ୍ଦର ଶହ କୋଟି ଟଙ୍କାରେ ରେଳ କୋଚ୍ ନିର୍ମାଣ କାରଖାନା ପ୍ରତିଷ୍ଠା କରାଯିବ।
ସମ୍ବଲପୁରରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ 7580 କୋଟିରେ ସମନ୍ୱିତ ଇସ୍ପାତ କାରଖାନା ସ୍ଥାପନ କରିବ।
ମାଲକାନଗିରିରେ ରାଜପୁଷ୍ପା ରେନୋଭା କମ୍ପାନୀ ପକ୍ଷରୁ 5000 କୋଟିର ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ।
ଝାରସୁଗୁଡ଼ାରେ କେୟୁ ଉର୍ଜା ପ୍ରାଇଭେଟ୍ ଲିମିଟେଡ୍ 2400 କୋଟି ଟଙ୍କାର କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବ।
ସୁନ୍ଦରଗଡ଼ରେ ଓଡ଼ିଶା ଆଲୟ ଷ୍ଟିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏକ ଲୁହାପଥର ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ। ହଜାର ହଜାର ଯୁବକଯୁବତୀଙ୍କୁ ରୋଜଗାର ମିଳିବ।
ଭୁବନେଶ୍ୱରର ଜଣେ ଯନ୍ତ୍ରୀ ଜାଲିଆତି ଅଭିଯୋଗରେ ଗିରଫ। ଉପବାଚସ୍ପତିଙ୍କ ନକଲି ଚିଠି କରି ବଦଳି ପାଇଁ ଆବେଦନ କରିଥିଲେ।
ମୋବାଇଲ ଫେରସ୍ତ ପାଇଁ ଲାଞ୍ଚ ନେଲାବେଳେ ମଞ୍ଚେଶ୍ୱର ଥାନା ASI ଓ ହୋମ୍ ଗାର୍ଡ ଗିରଫ।
ଭୁବନେଶ୍ୱରରେ ରେଳବାଇ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ।
ରାଉରକେଲା ସହରରେ ଏକ ସୁନା ଦୋକାନରୁ ଲୁଟ୍ ଅଭିଯୋଗରେ ପୋଲିସ ଚାରି ଜଣ ଲୁଟେରାଙ୍କୁ ଗିରଫ କରିଛି।
ଅନୁଗୁଳ ନିକଟରେ ବଡ଼ ଗାଡ଼ି ଚୋରି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ। ପାଞ୍ଚଟି ମୋଟରସାଇକେଲ୍ ସହ ଦୁଇ ଜଣ
ଗିରଫ।
ଭଦ୍ରକରେ ଜାଲ ନୋଟ୍ ଅଭିଯୋଗରେ ଜଣେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରିଛନ୍ତି। ତାଙ୍କ ନିକଟରୁ ଅନେକ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍ ମିଳିଛି।
🇹🇯
ପ୍ରଥମ ଚାକିରିଆଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, PM-VBRY ଅଧୀନରେ ଆକାଉଣ୍ଟକୁ ଆସିବ ୧୫୦୦୦।
ଶେୟାର ବଜାରରେ ୫ ଟ୍ରିଲିୟନ ଡଲାର ପାର କଲା ମାର୍କେଟ୍ କ୍ୟାପ୍।
ମେଟା କମ୍ପାନୀ ନିଜର ଏଆଇ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ କରିବ। ଏଥିପାଇଁ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମାସିକ ସବସ୍କ୍ରିପସନ ବ୍ୟବସ୍ଥା ଲାଗୁ ହୋଇପାରେ।
ଆମେରିକା ସରକାର ଆନ୍ଥ୍ରୋପିକ୍ ଫେବୁଲ୍ ୫ ଏବଂ ମାଇଥୋସ୍ ୫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷ୍ପତ୍ତି ପରେ ବିଭିନ୍ନ ଦେଶରେ ଘରୋଇ କୃତ୍ରିମ ବୁଦ୍ଧିମତା ଭିତ୍ତିଭୂମିର ବିକାଶ ପାଇଁ ଦାବି ବୃଦ୍ଧି ପାଇଛି।
⚽🚴🏼♀️🏆
ଲକ୍ଷ୍ନୌଠାରେ ଅନୁଷ୍ଠିତ ମ୍ୟାଚରେ ଶୁଭମନ ଗିଲ୍ ଏବଂ ଈଶାନ କିଷାନ ଚମତ୍କାର ଶତକ ହାସଲ କରିଛନ୍ତି। ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି।
ଡାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ସିରିଜ୍ ମ୍ୟାଚରେ ଭାରତୀୟ ଏ ଦଳ ଆଫଗାନିସ୍ତାନକୁ ୧୦୧ ରନ୍ ରେ ହରାଇ ଦେଇଛି।
ମହିଳା ଟି ୨୦ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ସ୍ମୃତି ମାନ୍ଧନା ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି। ଭାରତ ନେଦରଲାଣ୍ଡକୁ ପରାସ୍ତ କରିଛି।
ମୁମ୍ବାଇଠାରେ ଆୟୋଜିତ ଫିଟ୍ ଇଣ୍ଡିଆ ସାଇକ୍ଲୋଥନ ପ୍ରତିଯୋଗିତାରେ ଅଭିନେତା ଜ୍ୟାକି ଶ୍ରଫ୍ ଅଂଶଗ୍ରହଣ କରିଛନ୍ତି।
କ୍ରିକେଟ୍ ତାରକା ଆକାଶଦୀପ ଖୁବ୍ ଶୀଘ୍ର ଅକ୍ଷିତାରାଜଙ୍କୁ ବିବାହ କରିବାକୁ ଯାଉଛନ୍ତି। ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।
ଗତବର୍ଷ ଏଇ ସମୟରେ
ରାଜ୍ୟରେ ବନ୍ୟଜନ୍ତୁ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାର ଥିଲା।
ପ୍ରତି ପଞ୍ଚାୟତରେ ଖୋଲିବ ତହସିଲ, ଗାଁକୁ ଯିବେ ରାଜସ୍ବ ଅଧିକାରୀ, ଘୋଷଣା ହୋଇଥିଲା।
ଦୁର୍ନୀତିଖୋରଙ୍କୁ ଧରାଇବା ପାଇଁ ଟୋଲ ଫ୍ରି ନମ୍ବର ‘୧୦୬୪’ ଆରମ୍ଭ ହୋଇଥିଲା।
କୁମ୍ଭୀର ଆତଙ୍କ ପାଇଁ ନଦୀଘାଟରେ ତାରଜାଲି ଲାଗିବ ବୋଲି ସରକାରଙ୍କ ନିଷ୍ପତ୍ତି ହୋଇଥିଲା।
#odiaxpress
ଆଜି ଅଟିଷ୍ଟିକ ସଚେତନତା ଦିବସ
ଅନ୍ତର୍ଜାତୀୟ ପିକନିକ ଦିବସ
ଆଜି ଜନ୍ମଦିନ: କେଏସ ସୁଦର୍ଶନ, ବିଜୟ ଚେରିୟାର, ଚିରାଗ ଗାନ୍ଧୀ, ଶ୍ରୀକାନ୍ତ ଜେନା (ଯାଜପୁର), ବିଶ୍ୱନାଥ ରଥ (ଚଳଚ୍ଚିତ୍ର ନିର୍ଦ୍ଦେଶକ, ଜୟପୁର), ଇପ୍ସିତା ପତି (ମଡେଲ, ସମ୍ବଲପୁର)
ଆଜି ତିରୋଧାନ: ନସୀମ ବାନୋ
ଇତିହାସରେ ଆଜି ଦିନ: (୧୫୭୬) ମହାରାଣା ପ୍ରତାପ ଓ ଆକବର ମଧ୍ୟରେ ହଳଦୀଘାଟୀ ଯୁଦ୍ଧ/ (୧୬୫୮) ଆଗ୍ରା କିଲ୍ଲା ଦଖଲ କଲା ଆଉରଙ୍ଗଜେବ/ (୧୮୧୨) ଆମେରିକା ଓ ବ୍ରିଟେନ ମଧ୍ୟରେ ଯୁଦ୍ଧ ଆରମ୍ଭ/ (୧୮୧୫) ୱାଟରଲୁ ଯୁଦ୍ଧରେ ବ୍ରିଟିଶ ଠାରୁ ନେପୋଲିୟନ ପରାସ୍ତ/ (୧୯୪୬) ପର୍ତ୍ତୁଗୀଜ ବିରୁଦ୍ଧରେ ସତ୍ୟାଗ୍ରହ କଲେ ରାମ ମନୋହର ଲୋହିଆ/ (୧୯୮୭) ଏମଏସ ସ୍ୱାମୀନାଥନ ପାଇଲେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର/ (୧୯୯୧) କଂଗ୍ରେସ ଜିତିଲା ଲୋକସଭା ନିର୍ବାଚନ/ (୨୦୧୭) ଭାରତକୁ ହରାଇ ପାକିସ୍ତାନ ଜିତିଲା ଚମ୍ପିୟାନ କ୍ରିକେଟ ଟ୍ରଫି
ଗଛଟିଏ ଲଗାନ୍ତୁ 🌱
ବନ୍ଦେ ଉତ୍କଳ ଜନନୀ 🪻🌻🪻
