ରାଜ୍ୟର ଅନେକ ଜିଲ୍ଲାରେ ଆଜି କାଳବୈଶାଖୀ ହେବ। ଆଗାମୀ ୪ରୁ ୫ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ଓଡ଼ିଶାର ୫ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ୬ଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ, ଛାତ୍ରଛାତ୍ରୀଙ୍କ ପାଇଁ ଫିଟ୍ କ୍ୟାମ୍ପସ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଭୁବନେଶ୍ୱର ବିମାନବନ୍ଦରରେ ଏବୋଲା ଜ୍ୱରର ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ସର୍ଭେଲାନ୍ସ ବ୍ୟବସ୍ଥା ଆରମ୍ଭ ହୋଇଛି।
ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମାସରେ ପୁଣି ଓଡ଼ିଶା ଗସ୍ତ କରିବେ।
କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରପ୍ରଦେଶର ଅଧିକାରୀମାନଙ୍କ ଦ୍ୱାରା ଜନଗଣନା କାର୍ଯ୍ୟ କରାଯାଉଛି। ଓଡ଼ିଶା ପ୍ରଶାସନ ଦୁର୍ବଳ ଭାବେ ବିରୋଧ କରୁଛି।
ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୯ କେଜି ବିଶିଷ୍ଟ ଗ୍ୟାସ ସିଲିଣ୍ଡର ୪୨ ଟଙ୍କା ବୃଦ୍ଧି ପାଇଛି।
ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ (ଏସଆଇଆର) ଚାଲିଛି। ନୂତନ ଭୋଟରମାନଙ୍କ ନାମ ପଞ୍ଜୀକରଣ ଓ ସଂଶୋଧନ କରାଯିବ।
ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଉପକୂଳରୁ ଅଗ୍ନି-୧ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି।
ଚଳିତବର୍ଷ ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ।
ନବରଂଗପୁର ଜିଲ୍ଲାରେ ସୁଭୁଦ୍ରାରୁ ବାଦ୍ ପଡିଛନ୍ତି ୧୦,୭୨୯ ହିତାଧିକାରୀ।
ଜଗତସିଂହପୁରରେ ବ୍ରାଉନସୁଗାର ସହ କାର ଜବତ। ଭୁବନେଶ୍ୱରର ମହିଳା ତାରା ଶର୍ମା ସମେତ ୫ଗିରଫ।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସ ମାଡ଼ରେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ମାମଲାରେ ୩ଜଣ ପୁଲିସ ନିଲମ୍ବିତ।
ଝାରସୁଗୁଡା ଜିଲ୍ଲା ମୁଖ୍ୟ ହସପିଟାଲରୁ ନାବାଳିକା ରୋଗୀକୁ ନେଇଯାଇ ଗଣଧର୍ଷଣ, ତିନିଜଣ ଗିରଫ।
ସୁନ୍ଦରଗଡ ଯୁବତୀ ଉଷା ରୋଜଗାର ପାଇଁ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଘରକୁ ଫେରିବା ବାଟରେ ମୃତ୍ୟୁ ହେଲା।
ପୁରୀ ନରେନ୍ଦ୍ର ପୁଷ୍କରିଣୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣା ପଡ଼ିନାହିଁ।
ପୁରୀ ଜିଲ୍ଲା କଣାସ ବ୍ଲକରେ ଆମ ଵସ୍ ଓ ମୁଖ୍ୟମନ୍ତ୍ରୀ ଵସ ସେବା ଠପ୍। ଡ୍ରାଇଭରଙ୍କୁ ଦରମା ନ ମିଳିବା ଓ ଅନ୍ୟ ଅଭିଯୋଗ ଯୋଗୁଁ ମୋଟ ୮ଟି ଵସ୍ ଠିଆ ହୋଇଛି।
ଭଦ୍ରକ ଧୂସୁରୀ ର ଅଭୟ ମାଝୀଙ୍କୁ ନିଜ ପତ୍ନୀ ଓ ପୁତ୍ରକୁ ହତ୍ୟା କରିବା ଅଭିଯୋଗରେ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।
ଭୁବନେଶ୍ୱରର ଜାଗମରାରେ ରୋଗୀ ଆଣିବାକୁ ଯିବାବେଳେ ହୁତୁହୁତୁ ହୋଇ ଜଳିଗଲା ଆମ୍ବୁଲାନସ୍।
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଭରତପୁର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହାଣିଲେ ଦୃର୍ବୃତ୍ତ।
ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ ସ୍ତ୍ରୀକୁ ଠେଙ୍ଗା ସାହାଯ୍ୟରେ ମାରିଦେଲା ଅଭିଯୁକ୍ତ ସ୍ଵାମୀ ଅଖିଳ ପ୍ରଧାନ।
ସୁନ୍ଦରଗଡ଼ ସହରରେ ଡିଭାଇଡରରେ ପିଟିହୋଇ ଜଳିଗଲା କାର। ଗାଡ଼ି ଚାଳକଙ୍କୁ ନିଆଁ ଭିତରୁ ପୁଲିସ ଟାଣି ବାହାର କଲେ, ହାତ ଛିଣ୍ଡି ଯାଇଛି।
ମୟୁରଭଞ୍ଜ ଜିଲ୍ଲା ଯଶୀପୁରରେ ମହାବଳ ବାଘ ଆକ୍ରମଣରେ ଯୁବକ ମୃତ।
କଟକ ପ୍ରେସଛକ ମାଛ ମାର୍କେଟ୍ରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିପୋଡ଼ି ଛାରଖାର ହୋଇଗଲା ୩୦ରୁ ଅଧିକ ଦୋକାନ।
ସୁନ୍ଦରଗଡ଼ ଓଏମସି ଅଧିନରେ କାର୍ଯ୍ୟରତ ଶହ ଶହ ସୁରକ୍ଷାକର୍ମୀ କୋଇଡା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି।
🇳🇪
ମଧ୍ୟପ୍ରଦେଶରେ ଖୁବ୍ଶୀଘ୍ର ଲାଗୁ ହେବ ୟୁସିସି: ଲୋକଙ୍କଠାରୁ ପରାମର୍ଶ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ।
ନକଲି ଦସ୍ତଖତ ମାମଲାରେ ଦୁଇ ଟିଏମସି ବିଧାୟକଙ୍କୁ ନିଲମ୍ବିତ କଲେ ମମତା ବାନାର୍ଜୀ।
ସଂସଦରେ ପୁଣି ଥରେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର।
୨୭ଟି ରାଜ୍ୟସଭା ଆସନ ଓ ୩ଟି ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ।
ପେଟିଏମ ଆରମ୍ଭ କଲା ପକେଟ ମନି: ବିନା ବ୍ୟାଙ୍କ ଆକାଉଣ୍ଟରେ ବି କରିହେବ ଡିଜିଟାଲ ପେମେଣ୍ଟ।
ମଣିଷର ଆଉ ମୃତ୍ୟୁ ହେବ ନାହିଁ। ଏମିତି ପ୍ରକଳ୍ପକୁ ନେଇ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କଲେଣି ରୁଷ ସରକାର।
ଛୋଟ ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷେଧ କଲା ମାଲେସିଆ।
⚽🏏🚴🏾♂️
ଆଇପିଏଲ ମ୍ୟାଚରେ ଆରସିବି ଦଳ ପୁଣି ଏକ ବିଜୟ ହାସଲ କରିଛି। ଗୁଜରାଟ ଦଳ ୫ ୱିକେଟରେ ପରାସ୍ତ ହୋଇଛି।
ସାଫ୍ ମହିଳା ଫୁଟବଲ ଚାମ୍ପିୟନସିପରେ ଭାରତୀୟ ଦଳ ବାଂଲାଦେଶକୁ ୩-୦ ଗୋଲରେ ପରାସ୍ତ କରିଛି।
ଗତବର୍ଷ ଏଇ ସମୟରେ
ସରକାର କହିଥିଲେ, ପୁଣି ଖୋଲାହେବ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ। ଟଙ୍କା ଖର୍ଚ୍ଚ ହେବ, କାର୍ଯ୍ୟକ୍ଷମ ହେବ।
ଓମ୍ଫେଡ଼ କ୍ଷୀର ଦାମ ଦୁଇ ଟଙ୍କା ବଢିଥିଲା।
କଲିକତାରେ ଇସକନ ରଥରେ ସୁଖୋଇ ବିମାନ ଚକ ଲାଗିଥିଲା।
Pariskarnews.in.net
ଆଜି ଆମେରିକୀୟ ଭାରତୀୟ ନାଗରିକତା ଦିବସ
ଆଜି ଜନ୍ମଦିନ: ମଣି ରତ୍ନମ, ସୋନାକ୍ଷୀ ସିହ୍ନା, ନନ୍ଦନ ନିଲେକାନୀ, ନୀତିଶ ଭରଦ୍ବାଜ, ସୁଦାମ ମାର୍ଣ୍ଡି (ନେତା, ବାରିପଦା)
ଆଜି ତିରୋଧାନ: ରାଜ କପୁର
ଇତିହାସରେ ଆଜି ଦିନ: (୨୦୧୪) ତେକେଙ୍ଗାନା ରାଜ୍ୟର ଜନ୍ମ/ (୧୯୯୯) ଭୁଟାନ ଖବର ପ୍ରସାରଣ ସେବା ଆରମ୍ଭ/ (୧୮୯୬) ବେତାର ଟେଲିଗ୍ରାଫି ପାଇଁ ପେଟେଣ୍ଟ ମାଗିଲେ ମାର୍କୋନି/ (୧୭୮୦) ଲଣ୍ଡନରେ କ୍ୟାଥଲିକ ବିରୋଧୀ ପାର୍ଲିଆମେଣ୍ଟକୁ ଆକ୍ରମଣ କଲେ/ (୧୯୪୭) ଭାରତର ବିଭାଜନ ଘୋଷଣା କଲେ ମାଉଣ୍ଟବ୍ୟାଟେନ/ (୧୯୯୬) ୟୁକ୍ରେନ ହେଲା ଅଣୁଅସ୍ତ୍ର ବିହୀନ ଦେଶ/ (୨୦୧୧) ଭାରତରେ ରାଜୀବ ଆବାସ ଯୋଜନା ଆରମ୍ଭ
ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ
ବନ୍ଦେ ଉତ୍କଳ ଜନନୀ 🪻🌻🪻
