ୟାଲା ଭେଣକେଟେଶ୍ୱର ରାଓ ଉରୁଫ କୋଣ୍ଡାବାବୁ ହେଲେ ଟ୍ରକ ମାଲିକ ସଂଘର ସଭାପତି

ଟ୍ରକ ମାଲିକ ସଂଘ ନିର୍ବାଚନ ପରେ ରାୟଗଡା ରାଜନୀତିରେ ବଢ଼ିଲା ଚର୍ଚ୍ଚା

ବ୍ୟୁରୋ ରିପୋର୍ଟ

ରାୟଗଡା -03/06/26

ଦୀର୍ଘ ବହୁ ଦଶନ୍ଧି ପରେ ରାୟଗଡା ଟ୍ରକ ମାଲିକ ସଂଘର ରାୟଗଡା କପିଳାସ ରୋଡ଼ ସ୍ଥିତ ନ୍ୟୁ କଲୋନୀ ଅଫିସ ଆନୁକୂଲ୍ୟରେ ବିଭିନ୍ନ ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲା |କଣ୍ଡାବାବୁ ସଭାପତି ପଦବୀ ନିମନ୍ତେ ଜୟଯୁକ୍ତ ହେବା ପରେ ସମସ୍ତ ଟ୍ରକ ମାଲିକ ସଂଘର କର୍ମକର୍ତାମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଆମେ ସମସ୍ତେ ମିଶିକି କାମ କରିବା |


କଣ୍ଡାବାବୁ ଅତି ଦୁଃଖର ସହ କହିଥିଲେ ମୁଁ କାହା ପଛରେ ପଡୁନାହିଁ କିନ୍ତୁ ମୋତେ ହରାଇବା ସକାଶେ ବହୁ ଚକ୍ରାନ୍ତ ହୋଇଥିଲା | ଯାହାକି ଆଜି ଲୋକେ ଜବାବ ଦେଲେ | କଣ୍ଡାବାବୁ କାହାର ନାମ ଧରିନଥିଲେ କିନ୍ତୁ ଟ୍ରକ ମାଲିକସଙ୍ଘ ଅଫିସରେ ବିଭିନ୍ନ ସଂଘର କର୍ମକର୍ତ୍ତାମାନେ କହୁଥିଲେ “ବିଜୁ ସ୍ୱାଭିମାନ ମଞ୍ଚ” ର ଆବାହକ କଣ୍ଡାବାବୁକୁ ହରାଇବା ସକାଶେ ରାୟଗଡା ଠାରେ ବସାମାରୀ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ସ୍ତରରେ ବହୁ କର୍ମକର୍ତ୍ତାମାନଙ୍କୁ ଅତି ନିଜର ଭଳି କଥା ହୋଇ ବହୁ ଅର୍ଥ ବ୍ୟବହାର କରିଥିବା ଆଲୋଚନା ଚାଲିଛି | ମଞ୍ଚର ଆବାହକ ତଳ ଦିନେ କହିଥିଲେ ବିଜୁ ସ୍ୱାଭିମାନ ମଞ୍ଚ କୌଣସି ଦଳ ନୁହେଁ କିନ୍ତୁ ସେ ଏହି ମଞ୍ଚକୁ ଦଳ ଭାବେ ଗ୍ରହଣ କରି ବିଭିନ୍ନ ଦଳକୁ ସମାଲୋଚନା କରି ବର୍ତ୍ତମାନ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ ହେବାର ଦୃଶ୍ୟ ନଜରକୁ ଆସୁଛି | ମଞ୍ଚର ଆବାହକ ପ୍ରାୟ ବର୍ଷେରୁ ଉର୍ଦ୍ଧ କାଳ ବିଜେଡି ଦଳ ଛାଡିଲେଣି | ବିଜେପି ଦଳରେ ମିଶିବାକୁ ବହୁତ କସରତ ମଧ୍ୟ କରିଥିଲେ କିନ୍ତୁ ବିଜେପି ଦଳର କେନ୍ଦ୍ରୀୟ ନେତା ତଥା ରାଜ୍ୟସ୍ତରୀୟ ନେତା ମାନେ ବିଜୁ ସ୍ୱାଭିମାନ ମଞ୍ଚର ଆବାହକକୁ ବିଶ୍ୱାସକୁ ନେଇପାରୁନାହାନ୍ତି | ବର୍ତ୍ତମାନ ରାୟଗଡା ସହରରେ ଚର୍ଚ୍ଚା କଂଗ୍ରେସ ଦଳର କିଛି ବିଧାୟକ ଏବଂ ସାଂସଦଙ୍କୁ ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ମେନେଜ କରୁଛନ୍ତି | ଏହି କଥାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରୁନାହାନ୍ତି | ବିଜୁ ସ୍ୱାଭିମାନ ମଞ୍ଚର କିଛି ଆଗଧାଡିର ନେତୃବୃନ୍ଦ ଆଲୋଚନା କରୁଛନ୍ତି ଗତ ସାଧାରଣ ନିର୍ବାଚନରେ ତ୍ରିସ୍ତରୀୟ ନିର୍ବାଚନବେଳେ ଆମେ ବିଜେଡି ଦଳରେ ରହି କଂଗ୍ରେସ ପ୍ରାର୍ଥୀମାନଙ୍କୁ ସମର୍ଥନ କରୁଥିଲୁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଠାରୁ ଆମେ ବିଜୁ ସ୍ୱାଭିମାନ ମଞ୍ଚ ତରପରୁ ପ୍ରାର୍ଥୀ ଦେଇ କଂଗ୍ରେସ, ବିଜେଡି, ବିଜେପି ଦଳକୁ ପରାସ୍ତ କରିବୁ | କିନ୍ତୁ ମଞ୍ଚର ଆବାହକ ୨୦୧୦ ମସିହାଠାରୁ ଆଦିବାସୀ ନେତା ଭାଗିରଥି ମଣ୍ଡାଙ୍ଗୀଙ୍କ ମଡ଼ର କେସରେ ବର୍ତ୍ତମାନ ସୁଦ୍ଧା ଛନ୍ଦି ହୋଇଛନ୍ତି ତାଙ୍କୁ ପିଛା ଛାଡ଼ୁନାହିଁ |ପରବର୍ତୀ ସମୟରେ ଟ୍ରକ ୟୁନିଅନର କୋଟି କୋଟି ଟଙ୍କାକୁ ନକ୍ସଲକୁ ଦେବା ନାମରେ ହଡପ କରିଥିବା ଟ୍ରକ ୟୁନିଅନ ସଭାପତି କଣ୍ଡାବାବୁ ଏବଂ କର୍ମକର୍ତ୍ତାମାନେ ଥାନା ଏବଂ ସରକାରଙ୍କୁ ଜଣାଇଛନ୍ତି | ଆଗାମୀ ଦିନରେ ଟ୍ରକ ୟୁନିୟନ ସଂଘ ଏହି ଦାବୀକୁ ଦହରାଇବେ କି ଚୁପ ରହିବେ ତାହା ଦେଖିବାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *

error: Content is protected !!