ଖବର ଆଜିର, ୧୭ ଜୁନ, ବୁଧବାର

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରବାହ ଜାରି ରହିଛି। ଆଗାମୀ ୫ ଦିନ ଘଡ଼ଘଡ଼ି ବର୍ଷା, ୨୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବ।

କୃଷକମାନଙ୍କୁ ସଠିକ୍ ସମୟରେ ବିହନ ଏବଂ ସାର ଯୋଗାଇବା ପାଇଁ ବିଭାଗକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଜୁନ୍ ୨୧ରୁ ସୁଭଦ୍ରା ଶକ୍ତି ସମାବେଶ ଆରମ୍ଭ ହେବ।

ଜମିଜମା ସମସ୍ୟାର ସମାଧାନ ପାଇଁ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

ବୋର୍ଡ ଓ୍ବେବସାଇଟ୍ ରେ ବର୍ତ୍ତମାନ OTET ଆଡମିଟ୍ କାର୍ଡ ଉପଲବ୍ଧ, ୯୭ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ୩୧୧ ପରୀକ୍ଷା କେନ୍ଦ୍ର।

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଅନେକ ତ୍ରୁଟି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ୧୬୭୮ଟି ଲଜ୍ଜ୍ୟାଜନକ ଭୁଲ ଚିହ୍ନଟ। ବିଭିନ୍ନ ମହଲରେ ସମାଲୋଚନା।

କାଲିଠାରୁ OJEE କାଉନସେଲିଂ, ଓ୍ବେବସାଇଟ୍ ରେ ସମ୍ପୂର୍ଣ୍ଣ ପକ୍ରିୟା ଦିଆଯାଇଛି।

ବାଲେଶ୍ବର ଅବଦୁଲ କଲାମ ଦ୍ୱୀପରୁ ଦୂରଗାମୀ କ୍ରୁଜ୍ ମିସାଇଲର ହେଲା ସଫଳ ପରୀକ୍ଷଣ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓଡ଼ିଶାର ଜଣେ ଅସହାୟ ମହିଳା ରାଧିକା ଏବଂ ତାଙ୍କ ଦୃଷ୍ଟିହୀନ ପୁତ୍ରଙ୍କୁ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ କୃଷି ନୀତି ଉପରେ ପ୍ରଶ୍ନ ଉଠାଇ, ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ନେତା ଶରତ ପଟ୍ଟନାୟକ।

ଡେଙ୍ଗୁ ପ୍ରତିକାର ପାଇଁ ଭୁବନେଶ୍ୱରରେ ପାଣି ଜମିଥିବା ସ୍ଥାନକୁ ବିଏମସି ଟିମ ସଫା କରୁଛନ୍ତି, ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ।

ଜୟପୁର ସହରରେ ନୂଆ ବସଷ୍ଟାଣ୍ଡର ଆଧୁନିକୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ପ୍ରକାର ଆନୁସଙ୍ଗିକ ସୁବିଧା ଉପଲବ୍ଧ ହେବ।

ଭୁବନେଶ୍ବର ସହର ପ୍ରେସ୍ ଛକ ନିକଟ ସିରିଜ ଦୁର୍ଘଟଣାର କାର ଚାଳକ ଅନୀଲ ଗୌଡ଼ ଥାନାରେ ଆତ୍ମସମର୍ପଣ କରିଛନ୍ତି।

ବାଲେଶ୍ବର ସହରରେ ନକଲି ସିମେଣ୍ଟ ପ୍ରସ୍ତୁତ କରୁଥିବା ଏକ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି। ଜଣେ ବ୍ୟବସାୟୀ ଅଟକ।

ଜୟପୁର ସହରରେ ଜାଲ୍ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ। ସେମାନଙ୍କ ନିକଟରୁ ବିପୁଳ ନକଲି ନୋଟ୍ ଜବତ ହୋଇଛି।

କେନ୍ଦ୍ରାପଡ଼ା ମହାକାଳପଡ଼ା ସରପଞ୍ଚ ଚାମେଲି ଓଝା ମାମଲା ମାନବାଧିକାର ଆୟୋଗରେ ପହଞ୍ଚିଲା ଘଟଣା, ମାଗିଲେ ୭୦ ଲକ୍ଷର କ୍ଷତିପୂରଣ।

ବଲାଙ୍ଗୀରରେ ୩୦ ହଜାର ନ ଦେବାରୁ କ୍ରସର ବ୍ୟବସାୟୀଙ୍କ ଉପରେ ମରଣାତ୍ମକ ଆକ୍ରମଣ; ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ।

କେନ୍ଦୁଝରରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର।

ନବରଙ୍ଗପୁରରେ ଅମାନିଆ ଚାଳକଙ୍କ ଗାଡିରୁ ୩୧ଟିି ସାଇଲେନ୍ସର ଖୋଲିଲା ପୁଲିସ।

ବାରିପଦା ସହରରେ ଜମି ଜାଲିଆତି ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ବିଭାଗ ଅଧିକ ଖୋଳତାଡ଼ କରୁଛି।

🇳🇪
ନିଟ ପୁନଃ ପରୀକ୍ଷା ପୂର୍ବରୁ କଟକଣା, ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ୍ ବନ୍ଦ୍ କଲେ କେନ୍ଦ୍ର ସରକାର।

ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ଅଧିକ ଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା କରାଯାଉଛି।

ଆମେରିକାର ଏକ ଶକ୍ତିଶାଳୀ ବମ୍ବର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନରେ ଥିବା କର୍ମଚାରୀମାନେ ନିଖୋଜ ଅଛନ୍ତି।

ଜାପାନରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

⚽🏏🚴🏾‍♂️
ମହିଳା ଟି ଟ୍ବେଣ୍ଟି ବିଶ୍ଵ କପ୍: ନିଉଜିଲ୍ୟାଣ୍ଡର ଦ୍ବିତୀୟ ପରାଜୟ, ଆଜି ଭାରତ ନେଦରଲ୍ୟାଣ୍ଡ ମଧ୍ୟରେ ଟକ୍କର।

ଟେନିସ୍ ତାରକା ରୋହନ ବୋପାନ୍ନା ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଛନ୍ତି।

ୱିମ୍ବଲଡନରେ ୱିଲିୟମ୍ସ ଭଉଣୀଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି, ଏକ ଦଶନ୍ଧି ପରେ ସାଥୀ ହୋଇ ଖେଳିବେ ସେରେନା ଓ ଭିନସ ଉଇଲିଆମସ।

ଆଥଲେଟ୍ ନୀରଜ ଚୋପ୍ରା ଆଗାମୀ ବିଶ୍ବ ସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପୁଣି ଦେଶପାଇଁ ସ୍ବର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

ଗତବର୍ଷ ଏଇ ସମୟରେ
ଢେଙ୍କାନାଳରେ ୧,୨୮,୦୦୦ କୋଟି ନିବେଶରେ ବେଦାନ୍ତ ଆଲୁମିନିୟମ୍ ପ୍ରକଳ୍ପ କରିବ ବୋଲି କହିଥିଲା।

ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ହୋଇଥିଲା।

ରାଉରକେଲା ଆର୍‌ଜିଏଚ୍‌ ଔଷଧ ବିତରଣ କେନ୍ଦ୍ର ଛାତରୁ ଅତଡ଼ା ଖସୁଥିଲା।

#odiaxpress

ଆଜି ବିଶ୍ୱ ତାପମାତ୍ରା ଓ ଦୁର୍ଭିକ୍ଷ ପ୍ରତିରୋଧ ଦିବସ

ଆଜି ଜନ୍ମଦିନ: କେଏନ କାଟଜୁ, ଲିଆଣ୍ଡର ପେସ, ମଜରୁ ସୁଲତାନପୁରୀ, ଅମ୍ରିତା ରାଓ, ସୋନା ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର (ନେତା, ଭଦ୍ରକ)

ଆଜି ତିରୋଧାନ: ମମତାଜ ମହଲ, ରାଣୀ ଲକ୍ଷ୍ମୀବାଇ, ଗୋପବନ୍ଧୁ ଦାସ

ଇତିହାସରେ ଆଜି ଦିନ: (୧୫୪୯) ବେଲଜିୟମ ରୁ ଜୀଉ ମାନଙ୍କୁ ବହିଷ୍କାର କରାଗଲା/ (୧୭୫୬) କଲିକତା ଆକ୍ରମଣ କଲେ ସିରାଜ ଉଦୌଲା/ (୧୭୯୯) ଇଟାଲୀକୁ ନିଜ ସାମ୍ରାଜ୍ୟରେ ମିଶେଇଲେ ନେପୋଲିୟନ/ (୧୮୫୮) ଝାନସୀ ରାଣୀ ଲକ୍ଷ୍ମୀବାଇଙ୍କୁ ହତ୍ୟା କରାଗଲା/ (୧୯୩୮) ଚୀନ ଉପରେ ଜାପାନର ଯୁଦ୍ଧ ଘୋଷଣା/ (୧୯୫୬) ହିନ୍ଦୁ ଉତ୍ତରାଧିକାରୀ ଆଇନ ପାରିତ ହେଲା/ (୨୦୦୮) ଯୁଦ୍ଧ ବିମାନ ତେଜସ ର ସଫଳ ପରୀକ୍ଷା ହେଲା

ଗଛଟିଏ ଲଗାନ୍ତୁ
ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!