ରାଜ୍ୟରେ ତାତିର ପ୍ରକୋପ ଜାରି ରହିଛି ଏବଂ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବ୍ୟାପକ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ଆଗୁଆ ମୌସୁମୀ ନେଇ ହୋଇଥିବା ପୂର୍ବାନୁମାନ ବଦଳିଛି ଏବଂ ଜୁନ୍ ୪ ସୁଦ୍ଧା ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି।
ଆଗାମୀ ମେ ୩୦ ତାରିଖରୁ ରାଜ୍ୟରେ ଏସଆଇଆର୍ ବ୍ୟବସ୍ଥା ଲାଗୁ ହେବ ଏବଂ କୌଣସି ସନ୍ଦେହ ହେଲେ ନାଗରିକମାନେ ୧୯୫୦ ନମ୍ବରକୁ ଡାଏଲ କରିପାରିବେ।
ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାଫଳ ପ୍ରକାଶ ପାଇଛି। ସମୁଦାୟ ୨୦୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି, ଟପର ହୋଇଛନ୍ତି ବୁବୁନ ସାହୁ।
କୋରାପୁଟ କୋଟିଆ ସୀମାବର୍ତ୍ତୀ ଅଞ୍ଚଳରେ ପୁଣି ଛକାପଞ୍ଝା ଆରମ୍ଭ ହୋଇଛି ଏବଂ ସୀମାରେ ଉଭୟ ଆନ୍ଧ୍ର ଓ ଓଡ଼ିଶା ପକ୍ଷରୁ ଚେକ୍ପୋଷ୍ଟ ନିର୍ମାଣ କରାଯାଉଛି।
ଗ୍ରୀଷ୍ମ ପ୍ରବାହ ଓ ପ୍ରଚଣ୍ଡ ରୋଦ୍ରତାପ ଯୋଗୁଁ ଲୋକଙ୍କ ମଧ୍ୟରେ ଚକ୍ଷୁ ସମସ୍ୟା ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହେବା ନେଇ ବିଭିନ୍ନ ସ୍ଥାନରେ ଗଣ ଆନ୍ଦୋଳନ ତେଜିବାରେ ଲାଗିଛି।
ମୟୁରଭଞ୍ଜ ଶିମିଳିପାଳ ରେ ହୋଟେଲ ପ୍ରକଳ୍ପ ନ କରିବା ପାଇଁ ଇଡକୋ, ଇପିକଲ୍ ଓ ହୋଟେଲ ସୋନାର ବାଙ୍ଗ୍ଲାକୁ ଗ୍ରୀନ ଟ୍ରିବ୍ୟୁନାଲ କହିଛନ୍ତି।
କଟକ ସାଲେପୁରର ଆଲକାଏଦା ଆତଙ୍କୀ ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ। ପ୍ରମାଣ ଯୋଗାଡ଼ କରିବାରେ ପୋଲିସ ଓ କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ବିଫଳ ହେବାରୁ କୋର୍ଟ ଛାଡ଼ି ଦେଲେ। ଦିଲ୍ଲୀ କୋର୍ଟର ଜେଲଦଣ୍ଡ ସେ ଭୋଗି ସାରିଥିଲା।
ଦଳ ଛାଡିବାର ଦିନକ ଭିତରେ ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ। ଜାତୀୟ ସ୍ତରରେ ଅତି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବେ।
ସମ୍ବଲପୁରରେ ଗତ ଚାରି ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପ୍ରତିବାଦରେ ସ୍ଥାନୀୟ ମହିଳାମାନେ ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି।
ବୁର୍ଲା ଭିମସାର୍ ମେଡିକାଲରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାରେ ପୁଲିସ ମାଡ଼ରେ ମାଆ ଓ ପୁଅ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
କଳାହାଣ୍ଡି ମ.ରାମପୁରରେ ଶୌଚାଳୟ ଟାଙ୍କି କାମବେଳେ ନିସ୍ତେଜ ହୋଇଗଲେ ବାପ-ପୁଅ, ୫ଜଣ ଶ୍ରମିକ। ଛଅ ଜଣ ମୃତ।
ସୋନପୁର ହଲଦିପାଲି ରାସ୍ତାରେ ତଥାକଥିତ ସାମ୍ବାଦିକଙ୍କ ଘରେ ଚଢ଼ଉ। ଘରୁ ୱିନରେକ୍ସ କଫ ସିରପ, ତିନିକିଲୋ ଗଞ୍ଜେଇ, ପାଞ୍ଚ ଲକ୍ଷ ଟଙ୍କା, ବ୍ରାଣ୍ଡେଡ ଏୟାର ପିସ୍ତଲ ଜବତ ହୋଇଛି।
ରାୟଗଡା ଜିଲ୍ଲା ଗୁଡାରି ବ୍ୟାଙ୍କ ସାହିରେ ଶ୍ରୀ ଜଗନ୍ନାଥ ଜୁଏଲାରୀରେ ମଧ୍ୟ ରାତ୍ରିରେ ଚୋରି ବିଫଳ, ମାଲିକଙ୍କୁ ମରଣାନ୍ତକ ଆକ୍ରମଣ।
ଅଶାନ୍ତ ରାଜଧାନୀରେ କାଟେଣୀ ଛକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଖଣ୍ଡା ଧରି ଆକ୍ରମଣ କଲେ ଦୁର୍ବୃତ୍ତ।
ରାୟଗଡ଼ା ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଗ୍ରୀଷ୍ମ ତାପରେ ନିଆଁ ଲାଗିବା ଯୋଗୁଁ ବହୁ ମୂଲ୍ୟବାନ ଗଛଲତା ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।
ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ଚାଷୀ ପ୍ରାଣ ହରାଇଥିବା ବେଳେ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି।
ବ୍ରହ୍ମପୁରରେ ସ୍ୱର୍ଡ ଆଟାକ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଏନକାଉଣ୍ଟର କରି ଗିରଫ କରିବାରେ ସଫଳ ହୋଇଛି।
ବ୍ରହ୍ମପୁର ନିକଟ ୧୬ ନଂ ଜାତୀୟ ରାଜପଥ ବଡ଼ଘାଟିରେ ତେଲ ପଡ଼ି ସିରିଜ୍ ଦୁର୍ଘଟଣା। ବ୍ରହ୍ମପୁର-ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ।
ଭୁବନେଶ୍ୱର ପାହାଳ ଅଞ୍ଚଳର ଏକ ଭଡ଼ା ଘରୁ ଭଦ୍ରକ ବାସୁଦେବପୁର ଅଞ୍ଚଳର ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।
ଓଡ଼ିଶା–ଛତିଶଗଡ଼ ସୀମାନ୍ତ ଝାରସୁଗୁଡାରେ ପୁଲିସର ଚଢ଼ାଉ: ବେଆଇନ ମଦ ଭାଟି ଠାବ, ୮ ଗିରଫ।
ବିଭିନ୍ନ ସ୍ଥାନରେ ଆଇପିଏଲ୍ ବେଟିଂ ବିରୋଧୀ ଅଭିଯାନ: ୧୮ ଗିରଫ, ୭୬ ଲକ୍ଷ ଟଙ୍କା ଜବତ।
🇳🇪
ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି।
କର୍ଣ୍ଣାଟକ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ଏବଂ ମୁଖ୍ୟମନ୍ତ୍ରୀ ପଦରେ ବଦଳ ହେବନି ବୋଲି ହାଇକମାଣ୍ଡ ସ୍ପଷ୍ଟ କରିଛନ୍ତି।
ରାଜସ୍ଥାନ ସରକାରୀ ହସ୍ପିଟାଲରେ ନକଲି ଅକ୍ସିଟୋସିନ୍ ଇଞ୍ଜେକ୍ସନ ନେଇ ୫ ପ୍ରସୂତିଙ୍କ ମୃତ୍ୟୁ।
ପଶ୍ଚିମବଙ୍ଗରେ ୫ ଟଙ୍କାରେ ମାଛ-ଭାତ ଦେବେ ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ। ଟିକସ ଦାତାଙ୍କ ଟଙ୍କାରେ କିଣିବେ ଲୋକପ୍ରିୟତା।
ସିଏନ୍ଜି ପୁଣି ୨ ଟଙ୍କା ମହଙ୍ଗା, ୧୨ ଦିନରେ ଚତୁର୍ଥ ଥର ବୃଦ୍ଧି ହୋଇ ମୋଟ ୬ ଟଙ୍କା ବଢ଼ିଲା।
ପେଟ୍ରୋଲ ପୁଣି ବଢିବ ବୋଲି ଚର୍ଚ୍ଚା। ଆଗାମୀ ଦୁଇମାସ ମଧ୍ୟରେ ଆଉ ଦଶ ଟଙ୍କା ବଢିବ ବୋଲି ଅନୁମାନ।
ମହଙ୍ଗା ଡିଜେଲ ଏବଂ ଟିକସ ବୃଦ୍ଧି ପ୍ରତିବାଦରେ ଦେଶରେ ପ୍ରାୟ ୧୯ ଲକ୍ଷ ଟ୍ରକ ଚଳାଚଳ ବନ୍ଦ ରହିଥିବା ସୂଚନା।
ହର୍ମୁଜ ପ୍ରଣାଳୀ ଦେଇ ଆନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜ ଚଳାଚଳ ପୁଣି ଥରେ ସ୍ୱାଭାବିକ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।
ଆମେରିକାର ଚାପ ଆଗରେ ନଇଁଲାନି ପାକିସ୍ତାନ, ଇସ୍ରାଏଲକୁ ମାନ୍ୟତା ଦେବାକୁ ସ୍ପଷ୍ଟ ମନା କଲେ ରକ୍ଷାମନ୍ତ୍ରୀ। ଭାରତ ପାଇଁ ଶିକ୍ଷା।
🏀🏏🚴🏼♂️
ଇଣ୍ଡିଆନ ପ୍ରିମିୟର ଲିଗ୍ ପ୍ରଥମ କ୍ବାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦମଦାର ପ୍ରଦର୍ଶନ କରି ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି।
ଗତବର୍ଷ ଏଇ ସମୟରେ
ପୁରୀରେ ବିଶ୍ୱବିଦ୍ୟାଳୟ ନାମରେ ପୁଣି ଥରେ ଜାଗା ମାଗିଥିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ।
ସମ୍ବଲପୁର ଦୁର୍ଗାପାଲି ରେଳ ଓଭରବ୍ରିଜ ଉଦଘାଟନର ୨୪ ଘଣ୍ଟା ଭିତରେ ଦବି ଯାଇଥିଲା।
ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍ ବୌଦ୍ଧ ଅଡେଣିଗଡ଼ ନିକଟରେ ଭୁଶୁଡି ପଡିଥିଲା।
ଆଜି ବିଶ୍ୱ ମାର୍କେଟିଙ୍ଗ ଦିବସ
ଆଜି ଜନ୍ମଦିନ: ରବି ଶାସ୍ତ୍ରୀ, ନିତୀନ ଗଡକରୀ
ଆଜି ତିରୋଧାନ: ଜବାହରଲାଲ ନେହେରୁ
ଇତିହାସରେ ଆଜି ଦିନ: (୧୭୦୩) ଋଷିଆରେ ସେଣ୍ଟ ପିଟର୍ସବର୍ଗ ସହର ସ୍ଥାପନ/ (୧୯୦୮) ମୌଲାନା ନୁରୂଦ୍ଦିନ ହେଲେ ପ୍ରଥମ ଖଲିଫା/ (୧୯୨୧) ବ୍ରିଟିଶ କବଳରୁ ଆଫଗାନିସ୍ତାନ ସ୍ୱାଧୀନ/ (୧୯୪୮) ମୋହନଦାସ ଗାନ୍ଧିଙ୍କ ହତ୍ୟାର ବିଚାର ଆରମ୍ଭ
ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ
ସମ୍ବଲପୁରରେ ଘର, ଜମି ବିକାକିଣା ପାଇଁ ସମ୍ପର୍କ: 98531 44288
ଭୁବନେଶ୍ୱରରେ ଅତ୍ୟାଧୁନିକ ଆପାର୍ଟମେଣ୍ଟରେ ଫ୍ଲାଟ କିଣିବା ପାଇଁ ସମ୍ପର୍କ: 97763 49332
