ମୁଖ୍ୟମନ୍ତ୍ରୀ ମାଝୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଭିନ୍ନ ପରାମର୍ଶ ନେଲେ।
ପୁରୀଠାରେ ଆଗାମୀ ଦିନରେ ବ୍ରିକ୍ସ ରାଷ୍ଟ୍ର ସମୂହର ଏକ ୱାର୍କିଂ ଗ୍ରୁପ୍ ବୈଠକ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ହେଉଛି।
ରାଜ୍ୟରେ ଚଳିତ ବର୍ଷ ଇଦୁଲ୍ ଜୁହା ପାଇଁ ପୂର୍ବ ନିର୍ଦ୍ଧାରିତ ୨୭ ତାରିଖ ବଦଳରେ ୨୮ ତାରିଖରେ ସରକାରୀ ଛୁଟି ଘୋଷଣା କରିଛନ୍ତି ସରକାର।
ଏଇ ମାସ ଶେଷ ପର୍ଯ୍ୟନ୍ତ ସାଙ୍ଘାତିକ ଗରମ ଲାଗି ରହିବ।
ଆଛା ଦିନ ଚାଲିଛି। ୧୧ ଦିନ ଭିତରେ ପେଟ୍ରୋଲ ଡିଜେଲ ବଢିଲାଣି ୧୧ ଟଙ୍କା।
ମହାନଦୀ ଜଳ ବିବାଦ: ସମାଧାନ ପାଇଁ ଗଠିତ କମିଟିକୁ ଭେଟିଲେ ’ମହାନଦୀ ବଞ୍ଚାଅ ଆନ୍ଦୋଳନ’ କର୍ମକର୍ତ୍ତା।
ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରଦୀପ ଜେନା। ବ୍ୟକ୍ତିଗତ କାରଣ ଦର୍ଶାଇଲେ।
ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଲେ, ବିଜେପିକୁ ଡେଇଁବେ। ବିଧାନସଭା ନିର୍ବାଚନ ହାରିଲା ପରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା।
କଳାହାଣ୍ଡିର ଶିକ୍ଷାବିତ୍ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ। ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ପାଇଁ କାମ କରୁଥିଲେ।
ଚିଲିକା ନଳବଣ ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛ ଧରୁଥିବା ୧୧ ମତ୍ସ୍ୟଜୀବୀଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି।
ରାଉରକେଲାରେ ବ୍ରାହ୍ମଣୀ ବ୍ରିଜ୍ ଉପରେ ହାଇୱା ଓଲଟି ଲାଗିଲା ନିଆଁ। ଡ୍ରାଇଭର ଓ ହେଲ୍ପର ଗୁରୁତର ଆହତ।
ରାଉରକେଲାରେ ଅଧଘଣ୍ଟାର ପ୍ରବଳ ପବନରେ ଉପୁଡିଲା ୫୦୦ରୁ ଊର୍ଦ୍ଧ୍ୱ ଗଛ, ଭାଙ୍ଗିଲା ଘର ଓ ଦୋକାନ। ପବନରେ ଉଡିଗଲା ଟେଣ୍ଟ। ମହିଳାଙ୍କ ସମେତ ୩ ଆହତ।
ରାୟଗଡ଼ାରେ ନିଖିଲ ହାଡ଼ପା ହତ୍ୟାକାଣ୍ଡରେ ଆଉ ୪ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୧୬ କୁ ବୃଦ୍ଧି।
ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ ଆଇପିଏଲ ବେଟିଂ ଚଳାଉଥିବା ଅଭିଯୋଗରେ ବିପୁଳ ଟଙ୍କା ସହ ଆଠ ଜଣ ଗିରଫ ହୋଇଛନ୍ତି।
ଭୁବନେଶ୍ୱରରେ ସ୍ତ୍ରୀର ମୃତଦେହ ଚିହ୍ନଟ ପ୍ରକ୍ରିୟା ବେଳେ ସ୍ୱାମୀକୁ ପିଟିପିଟି ଗୁରୁତର କରାଯାଇଥିବା ନେଇ ପୁଲିସ ବିରୋଧରେ ଅଭିଯୋଗ।
ଭଦ୍ରକର ବନ୍ତ ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା ନମିଳିବାରୁ ୮୨ ବର୍ଷୀୟ ମା’ଙ୍କୁ କାନ୍ଧରେ ବୋହି ଧାରଣାସ୍ଥଳକୁ ଆସିଲେ ପୁଅ।
କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ପିଅନ ସଙ୍ଗୀତା ମୁଦୁଲି। ୧୨ ବର୍ଷ ଚାକିରୀ ପରେ ହଠାତ୍ ବାହାର କରିଦେଲେ।
ଝାରସୁଗୁଡା ଅନ୍ଧାରୀ ଜଙ୍ଗଲରୁ କାଟି ନେଇଗଲେ ୫୦ରୁ ଊର୍ଦ୍ଧ୍ବ ଶାଳଗଛ। ଟେର ପାଇଲେନି ସୁରକ୍ଷା କର୍ମୀ।
ବରଗଡ଼ରେ ସେକ୍ସ ରାକେଟ୍ ଉପରେ ପୁଲିସ ଚଢ଼ାଉ: ୫ ଗିରଫ, ୨ ଯୁବତୀ ଉଦ୍ଧାର।
ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନରେ ଟ୍ରେନରୁ ଓହ୍ଲାଉଥିବା ବେଳେ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ। ମୃତକ ଦିଲୀପ କୁମାର ସାବତ।
ଯାଜପୁର ଜିଲ୍ଲା କୁଆଖିଆ ଅଞ୍ଚଳରେ ହତ୍ୟାକାଣ୍ଡ ଘଟାଇବାର ୩୨ ବର୍ଷ ପରେ ଗିରଫ ହେଲା ହତ୍ୟାକାରୀ। ନିଜ ଭାଇକୁ ହତ୍ୟାକରି ଫେରାର ଥିଲା ଅଭିଯୁକ୍ତ।
କେନ୍ଦୁଝର ଆନନ୍ଦପୁରରେ ଅଭାବନୀୟ ଘଟଣା: ଖାଲରେ ପଡ଼ି ଶିଶୁ ମୃତ।
ବିଳମ୍ବିତ ରାତିରେ ଭୁବନେଶ୍ବର ଖଣ୍ଡଗିରି ଓଭରବ୍ରିଜ୍ରେ ସିରିଜ୍ ଦୁର୍ଘଟଣା, ୨ ଜଣ ଗୁରୁତର। ପିକ୍ଅପ୍ ଭ୍ୟାନ୍ ଓ ଟାଟା ଏସିଇକୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍।
ସେନ୍ସେକ୍ସରେ ୧୦୭୪ ପଏଣ୍ଟ୍ ବୃଦ୍ଧି: ଅଶୋଧିତ ତେଲ ୧୦୦ ଡଲାର ତଳେ। ଟଙ୍କା ମୂଲ୍ୟରେ ସୁଧାର।
ଏନ୍ଟିଏ ପୁରୁଣା ତ୍ରୁଟିରୁ ଶିକ୍ଷାଲାଭ କରିପାରିନି: ଏନ୍ଇଇଟି ପେପର୍ ଲିକ୍ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମନ୍ତବ୍ୟ।
ଉତ୍ତରପ୍ରଦେଶ ବଦାୟୁଁ ର ଗଙ୍ଗା ଦଶହରା ପାଳନ ବେଳେ ଅଘଟଣ, ନଦୀରେ ବୁଡ଼ିଗଲେ ୩୧ ଶ୍ରଦ୍ଧାଳୁ, ୭ ମୃତ।
ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ଚଳିତ ବର୍ଷ ପ୍ରତିଷ୍ଠିତ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।
ଜମ୍ମୁ ଓ କଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୁଲମାର୍ଗରେ ରୋପୱେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରାୟ ୩୦୦ ପର୍ଯ୍ୟଟକ ଫସିଗଲେ।
ବିଶ୍ୱର ବିଭିନ୍ନ ଦେଶରେ ପ୍ରକୃତିର ରୂପ ବଦଳୁଥିବା ବେଳେ ହିଟ୍ୱେଭ ମାତ୍ରା ପ୍ରାୟ ୪୦୦ ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା ଅଛି।
ତିନି ମାସ ପରେ ଇରାନରେ ଇଣ୍ଟରନେଟ୍ ସେବାକୁ ମିଳିଲା ଅନୁମତି।
ଆଇପିଏଲ ରେ ଆଜି ପ୍ରଥମ କ୍ବାଲିଫାୟର। ବେଙ୍ଗାଲୁରୁ ଓ ଗୁଜୁରାଟ ହେବେ ସାମ୍ନାସାମ୍ନି। ଯିଏ ଜିତିବେ, ଫାଇନାଲ ଯିବେ।
ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଲା।
ଫିଫା ବିଶ୍ବକପ୍: ଆମେରିକାରୁ ମେକ୍ସିକୋକୁ ନିଜର ଅଭ୍ୟାସ ଶିବିରକୁ ଘୁଞ୍ଚାଇବ ଇରାନ।
ଗତବର୍ଷ ଏଇ ସମୟରେ
ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ରତ୍ନଭଣ୍ଡାର ମରାମତି କାମ ସରିବ ବୋଲି କହିଥିଲେ ସରକାର।
ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ଅଣ୍ଡରଗ୍ରାଉଣ୍ଡରେ ଚାଲିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ।
ଦକ୍ଷିଣ ଆଫ୍ରିକାରେ ଇସ୍କନର ଅଦିନିଆ ରଥଯାତ୍ରା ହୋଇଥିଲା।
ଆଜି ଜନ୍ମଦିନ: ବିଳାସ ରାଓ ଦେଶମୁଖ, କଳିକେଶ ସିଂ ଦେଓ, ପପୁ ପମପମ
ଇତିହାସରେ ଆଜି ଦିନ: (୧୭୩୯) ଭାରତରୁ ଅଲଗା ହେଲା ଆଫଗାନିସ୍ତାନ/ (୧୯୯୯) ଇସ୍ରୋ ମହାକାଶକୁ ତିନିଟି ସାଟେଲାଇଟ ଛାଡିଲା/ (୧୯୯୯) ଗାଙ୍ଗୁଲି ଓ ଦ୍ଦ୍ରାଭିଡ଼ ୩୧୮ ରନ ବିଶ୍ୱରେକର୍ଡ଼ କଲେ/ (୧୯୫୦) ବ୍ରିଟେନରେ ରାସନ କାର୍ଡରେ ପେଟ୍ରୋଲ କିଣିବା ବନ୍ଦ/ (୨୦୦୨) ଚୀନ ବିମାନ ଦୁର୍ଘଟଣାରେ ୨୨୬ ମୃତ
ବନ୍ଦେ ଉତ୍କଳ ଜନନୀ 🪻🌻🪻
