ଓଡ଼ିଶାର ସମସ୍ତ ଔଷଧ ଦୋକାନ ଆଜି ବନ୍ଦ ରହିବାକୁ ଥିବାରୁ ଜନସାଧାରଣଙ୍କ ସୁବିଧା ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି। ହସ୍ପିଟାଲ ପରିସରରେ ଥିବା ୨୪ ଘଣ୍ଟିଆ ଦୋକାନଗୁଡ଼ିକ ଖୋଲା ରହିବ।
ଯୁକ୍ତ ଦୁଇ କଳା ବିଜ୍ଞାନ ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ ଏକାସାଙ୍ଗରେ ପ୍ରକାଶ ପାଇବ। ଅଫିସିଆଲ ୱେବସାଇଟ୍ ଏବଂ ସାମସ୍ କଲେଜ ଲଗଇନ୍ ଜରିଆରେ ଫଳାଫଳ ଦେଖିପାରିବେ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳି ପ୍ରକ୍ରିୟା ଜାରି। ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରି ପାର୍ କରିଛି।
ଭୁବନେଶ୍ୱରରେ ଇଏସ୍ଆଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ଚାରି ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
ରାଜ୍ୟର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ପୁଣି ଦର ବଢ଼ାଇଛନ୍ତି। ପେଟ୍ରୋଲ ଦର ଲିଟର ପିଛା ୯୩ ପଇସା ବୃଦ୍ଧି ପାଇ ୧୦୫.୪୪ ଓ ଡିଜେଲ ଦର ଲିଟର ପିଛା ୯୬ ପଇସା ବଢ଼ି ୯୬.୫୫ ହେଲା।
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସ୍ଥାନୀୟ ନେତାଙ୍କ ଆଚରଣକୁ ନେଇ ଶାସକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି।
ଅଲିଭ୍ ରିଡ୍ଲେ ଅଣ୍ଡା ସଂଗ୍ରହ ଓ ଛୁଆ ଛାଡ଼ିବାରେ ରେକର୍ଡ କଲା ପୁରୀ ବ୍ରହ୍ମଗିରି ରେଞ୍ଜ୍।
ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେଲେ। ୨୫ ଜଣ ଗ୍ରାମବାସୀ ଗିରଫ ହୋଇ କୋର୍ଟ ଚାଲାଣ।
କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳରେ ମାଣିଆବନ୍ଧ ତାଳମୁଣ୍ଡଳୀର ୩୦ ବର୍ଷୀୟ ଯୁବକ ଟିକନ ବେହେରାଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରି ପୋଡ଼ି ଦେଇଛନ୍ତି।
କେତେକ ଜିଲ୍ଲାରେ ମଦ ଦୋକାନ ବନ୍ଦ କରିବା ସଭାରେ ଅସାମାଜିକ ଓ ନିଶାଡ଼ିଙ୍କ ଦୌରାତ୍ମ୍ୟ। ଖୋର୍ଦ୍ଧା ଅଞ୍ଚଳରେ ଆନ୍ଦୋଳନ ସମୟରେ କିଛି ଯୁବକ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କଲେ।
ସମ୍ବଲପୁର ଜିଲ୍ଲା ଚାଳମାଳ ଥାନା ଅଧୀନ ମୋଚିବାହାଲ ନିକଟରେ ବଣ୍ଟି ସୁନାକୁ ପୁଲିସ ଏନ୍କାଉଣ୍ଟର କରିଛି।
ବାଲେଶ୍ୱର ଜିଲ୍ଲାରେ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି
ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ କାଟ୍ ସମସ୍ୟା ଯୋଗୁଁ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀବନ୍ଧ ସୁରକ୍ଷା ପାଇଁ ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ଭୁବନେଶ୍ୱରରେ ବେଆଇନ ନିଶା କାରବାର ଅଭିଯୋଗରେ ଦୁଇଜଣ ଆନ୍ତଃରାଜ୍ୟ ବେପାରୀଙ୍କୁ ପୋଲିସ ଗିରଫ କରିଛି
ନୟାଗଡ଼ ଓଡ଼ଗାଁ ହତ୍ୟାକାଣ୍ଡ ମାମଲାରେ ପୋଲିସ ଆଉ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି।
ଭୁବନେଶ୍ୱରର କଳାରାହାଙ୍ଗ ଅଞ୍ଚଳରେ ଥିବା ସରକାରୀ ଜମିରୁ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ବିଡିଏ ପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଚଲାଯାଇଛି।
ଖୋର୍ଦ୍ଧା ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକରେ ସମୀକ୍ଷା ସମୟରେ ସ୍ବାସ୍ଥ୍ୟ ବିଭାଗ କାମ କରୁନି କହି ଉଠିଗଲେ ବିଜେପି ସାଂସଦ ଅପରାଜିତା।
ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ସମୟରେ ଭୁବନ ଥାନା ଅଧିକାରୀ ଏବଂ ପୁଲିସ ଟିମ୍ ଉପରକୁ ପଥର ମାଡ଼ କଲେ ମାଫିଆ।
🇳🇪
ଆହୁରି ତଳକୁ ଖସିଲା ଟଙ୍କା। ଏବେ ଡଲାର ପିଛା ୯୬. ୫୩। ନିଜ ପୁରୁଣା ଭାଷଣକୁ ନେଇ ସୋସିଆଲ ମିଡିଆରେ ଟ୍ରଲ ହେଉଛନ୍ତି ମୋଦୀ।
ନୂଆଦିଲ୍ଲୀ ସମେତ ଭାରତର ପ୍ରାୟ ୧୦୦ଟି ସହର ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛନ୍ତି।
ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରି ସେଲସିୟସ ପାର୍ କରିବା ଯୋଗୁଁ ସେଠାରେ ହାଇ ଆଲର୍ଟ ଜାରି କରାଯାଇଛି।
ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବିସି ଖଣ୍ଡୁରୀଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ।
ଭୋପାଳ ଯୌତୁକ ମୃତ୍ୟୁ ମାମଲାରେ ମହିଳା ବିଚାରପତିଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଗାଏବ ହେବା ନେଇ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି।
ଋଷିକେଶରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଟଳିଯାଇଥିବା ବେଳେ ରେଳ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି।
୩୦% ଇଥାନଲ ମିଶା ପେଟ୍ରୋଲ୍ ଆସିବ, ବିଜ୍ଞପ୍ତି ଜାରି କଲା ବିଆଇଏସ୍। ଚାରି ପାଞ୍ଚ ବର୍ଷରୁ ପୁରୁଣା ଗାଡିର ଇଞ୍ଜିନ ପାଇଁ ବିପଦ।
ୟୁକ୍ରେନ ଉପରେ ୫୨୪ ଡ୍ରୋନ୍ ଓ ୨୨ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ୍।
କେନିଆରେ ଭୟଙ୍କର ଗୃହଯୁଦ୍ଧ ପରିସ୍ଥିତି, ହିଂସାତ୍ମକ ଆନ୍ଦୋଳନରେ ୪ ମୃତ, ୩୦ରୁ ଅଧିକ ଆହତ।
🏀🏏🚴🏼♂️
ଆଇପିଏଲ୍ ମ୍ୟାଚରେ ଲକ୍ଷ୍ନୌକୁ ୭ ୱିକେଟରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ବିଜୟ ହାସଲ କରିଛି।
ଗତବର୍ଷ ଏଇ ସମୟରେ
ରାଜ୍ୟରେ ପଟ୍ଟା ସଂଶୋଧନ ହେବ, ୪ ଡିସିମିଲ୍ରୁ କମ୍ ଥିବା ମାଲିକଙ୍କୁ ସରକାର ଜାଗା ଦେବେ ବୋଲି ଘୋଷଣା ହୋଇଥିଲା।
ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରେ ଉଡିଥିଲା ଡ୍ରୋନ।
ପହଲଗାମ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଉଥିବା ଲୋକ ସହ ଗୁପ୍ତଚର ଜ୍ୟୋତିର ଖୁସି ମୁହୂର୍ତ୍ତର ଫଟୋ ଭାଇରାଲ ହୋଇଥିଲା।
ଆଜି ବିଶ୍ୱ ପାଣିପାଗ ଦିବସ
ବିଶ୍ୱ ମହୁମାଛି ଦିବସ
ଅନ୍ତର୍ଜାତୀୟ ମାନବ ସମ୍ବଳ ଦିବସ
ଆଜି ଜନ୍ମଦିନ: ଏନଟି ରାମାରାଓ (ଜୁନିୟର), ଗୁରୁ ଚନ୍ଦ୍ରଶେଖର ସରସ୍ୱତୀ, ଅଞ୍ଜୁମ ଚୋପ୍ରା
ଆଜି ତିରୋଧାନ: ବିପିନ ପାଲ, ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ
ଇତିହାସରେ ଆଜି ଦିନ: (୧୪୯୮) ଦୁଇବର୍ଷ ଭ୍ରମଣ କରି ଭାସ୍କୋଡା ଗାମା କେରଳ କାଲିକଟରେ ପହଁଚିଲେ/ (୧୮୭୩) ବିଶ୍ୱର ପ୍ରଥମ ଜିନ୍ସ ତିଆରି କରି ଆମେରିକାର ଲେଭି ପୁରସ୍କୃତ ହେଲେ/ (୨୦୦୩) ହିଜବୁଲ ମୁଜାହିଦ୍ଦିନ କୁ ପାକିସ୍ତାନ ବ୍ୟାନ କଲା/ (୧୯୬୫) ଅବତାର ସିଂ ପ୍ରଥମ ଭାରତୀୟ ଏଭରେଷ୍ଟ ଆରୋହଣକାରୀ ହେଲେ
ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ
ବନ୍ଦେ ଉତ୍କଳ ଜନନୀ 🪻🌻🪻
