ଖବର ଆଜିର, ୧୭ ମେ, ଶନିବାର

ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଛୁଇଁ ସାରିଛି। ଅଳ୍ପ କିଛି ଦିନରେ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ।

ଚଳିତ ବର୍ଷ ଭାରତରେ ସୁପର ଏଲ ନିନୋର ପ୍ରଭାବ ରହିବା ଆଶଙ୍କା ଥିବାରୁ ରାଜ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ଏବଂ ମରୁଡ଼ି ପରି ପରିସ୍ଥିତି ସୃଷ୍ଟି ହୋଇପାରେ।

CBSE ର ନିଷ୍ପତ୍ତି: ଏବେ ୯ମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ପଢ଼ିବେ ୩ଟି ଭାଷା।

ପେଟ୍ରୋଲ ପମ୍ପରେ ଗାଡ଼ିର ଲମ୍ବା ଲାଇନ ସରିଲା। ତେଲ ଦର ବଢିବାର ଥିଲା ବୋଲି ଜାଣି, ପମ୍ପ ମାଲିକ ମାନେ ବିକ୍ରି ଚାପି ଦେଇଥିଲେ। ପ୍ରଶାସନ ଜାଣି ବି ଚୁପ ଥିଲେ।

ତେଲ ପରେ ବଢ଼ିଲା ଚିନି ଦର, ଥିଲା ୪୩ ହେଲା ୪୫।

ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି।

ତାଳଚେର ଅଞ୍ଚଳରେ ବେଆଇନ ଭାବେ ମାଟି ଚୋରାଚାଲାଣ। ରେଳଧାରଣା ନିର୍ମାଣ ଆଳରେ ମାଟିକୁ ଅନ୍ୟତ୍ର ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।

ବାଲେଶ୍ଵରରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଜଣେ ମାଇନିଂ ଅଫିସରଙ୍କ ଉପରକୁ ମାଫିଆମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି।

ପାରାଦୀପ ଶିଳ୍ପାଞ୍ଚଳରେ ଥିବା ପ୍ରଭାବଶାଳୀ ମନ୍ତ୍ରୀଙ୍କ ଗାଁରେ ଦୀର୍ଘ ବର୍ଷ ଧରି ଜଳ ସଙ୍କଟ ଲାଗି ରହିଛି ଏବଂ ଲୋକମାନେ ଆଜି ବି ଟ୍ୟାଙ୍କର ପାଣି ଉପରେ ନିର୍ଭରଶୀଳ।

ଚିଲିକା ଅଞ୍ଚଳରେ ଦେଖାଦେଇଥିବା ତୈଳ ସଙ୍କଟ ଯୋଗୁଁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଗଭୀର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଏବଂ ଶତାଧିକ ଡଙ୍ଗା କୂଳରେ ବନ୍ଧା ହୋଇ ରହିଛି।

କନ୍ଧମାଳ ଜିଲ୍ଲାରେ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ବହୁ ପରିମାଣର ଦେଶୀ ବନ୍ଧୁକ ଜବତ କରାଯାଇଛି।

ଭଦ୍ରକ ଜିଲ୍ଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପଡ଼ିବାରୁ ଗ୍ରାମବାସୀମାନେ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ବଜାରରେ ପରିବା ଦର ଆକାଶଛୁଆଁ ହୋଇଥିବାରୁ ସାଧାରଣ ଗ୍ରାହକମାନେ ସାମଗ୍ରୀ କିଣିବା ରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ବ୍ରହ୍ମପୁର ସହରର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଚଢ଼ାଉ ଅଭିଯାନ କରାଯାଇଛି।

ସମ୍ବଲପୁର ସହରରେ ଜଳ ସଙ୍କଟ ଦୂର କରିବା ପାଇଁ ମହାନଦୀରୁ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା କରାଯାଇଛି ଏବଂ ନୂତନ ପାଇପଲାଇନ ବିଛାଯିବା କାମ ଚାଲିଛି।

ବାଲେଶ୍ୱର ସହର ଉପକଣ୍ଠରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି।

ବ୍ରହ୍ମପୁର ମହାନଗର ନିଗମ ସୀମା ମଧ୍ୟରେ ଡ୍ରେନଗୁଡ଼ିକରୁ ପଟୁ ମାଟି ଜମିଛି। ଆଗାମୀ ବର୍ଷା ଦିନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା।

ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଲିପୁନା ନାୟକକୁ ପୁଲିସ ଏନ୍‌କାଉଣ୍ଟର କରିଛି।

କର୍ଣ୍ଣାଟକ ଯାଇଥିବା ଭଦ୍ରକର ଯୁବ ଇଞ୍ଜିନିୟରଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାରଙ୍କ ଅଭିଯୋଗ। ମୃତକ ଜଗନ ଜେନା।

କଟକରେ ଏକ ନିର୍ମାଣଧୀନ କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ ସେଠାରେ କାର୍ଯ୍ୟରତ ଜଣେ ଶ୍ରମିକଙ୍କର ମୃତ୍ୟୁ, ଠିକାଦାର ବିରୋଧରେ ମାମଲା ରୁଜୁ।

ରାଜଧାନୀର ଏକ ଆବାସିକ ଅଞ୍ଚଳରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି, ଜଣେ ଗିରଫ।

ମୟୁରଭଞ୍ଜ ରାଇରଙ୍ଗପୁର ରେ ଷ୍ଟେଟ ବ୍ୟାଙ୍କ ଜମାକାରୀଙ୍କୁ ହଇରାଣ କରିବା ସମ୍ବାଦ ପ୍ରକାଶ ପରେ ପୀଡିତ ରବୀନ୍ଦ୍ରଙ୍କୁ ଟଙ୍କା ଦେଲେ।

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକରେ ତରଭୁଜ ଖାଇବାରୁ ଚାଲିଗଲା ଜଣଙ୍କ ଜୀବନ। ଗୋଟିଏ ପରିବାରର ୫ ଜଣ ଗୁରୁତର।

କୋରାପୁଟରେ କାଳବୈଶାଖୀ ଚାପି‌ ଦେଲା ୨ ପରିବାରର ଘର; ମା’-ଝିଅ ଗୁରୁତର।

ଗଞ୍ଜାମ ଜରଡ଼ାରେ ବାଘଛାଲ ବିକି ପାରିଲେନି ମାଫିଆ; ୩ଜଣଙ୍କୁ ବାନ୍ଧିଲା ପୁଲିସ।

🇳🇪
ପଞ୍ଜାବର ହୋସିଆରପୁର ଅଞ୍ଚଳରେ ବୋରୱେଲ ଭିତରେ ଚାରି ବର୍ଷର ଶିଶୁଟିଏ ଖସି ପଡ଼ିଥିଲା। ନଅ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର।

ଦେଶରେ କାର୍ଯ୍ୟ କରୁଥିବା ଅସ୍ଥାୟୀ ନିଯୁକ୍ତି କର୍ମଚାରୀମାନେ ପ୍ରତି କିଲୋମିଟର ପିଛା କୋଡିଏ ଟଙ୍କା ଦାବି କରି ଦେଶବ୍ୟାପୀ ପାଞ୍ଚ ଘଣ୍ଟାର ପ୍ରତିବାଦ ଡାକରା ଦେଇଛନ୍ତି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ରାହୁଲ ଗାନ୍ଧୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କଲେ।

କେନ୍ଦ୍ର ସରକାର ପେଟ୍ରୋଲ ରପ୍ତାନି ଟିକସରେ ସଂଶୋଧନ କରିବା ସହିତ ଡିଜେଲ ଏବଂ ଏଭିଏସନ ଟର୍ବାଇନ ଫୁଏଲ ଉପରୁ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନାଇଜେରିଆରେ ଆମେରିକା ସେନାର ଅପରେସନରେ ଆଇସିସି ଆତଙ୍କବାଦୀ ସଂଗଠନର ଦ୍ୱିତୀୟ ମୁଖ୍ୟ କମାଣ୍ଡର ଆବୁ ବିଲାଲର ମୃତ୍ୟୁ ହୋଇଛି।

ଜାପାନର ଆଣବିକ ଶକ୍ତି କେନ୍ଦ୍ରରୁ ବିକିରଣଯୁକ୍ତ ବାଷ୍ପ ନିର୍ଗତ ହେବା ପରେ ଆଣବିକ ରିଆକ୍ଟରକୁ ଜରୁରୀକାଳୀନ ଭାବେ ବନ୍ଦ କରାଯାଇଛି।

୪୦ ଘଣ୍ଟାର ସସପେନ୍ସ ଶେଷ। ବେଜିଂ ଗସ୍ତରୁ ଖାଲି ହାତରେ ଫେରିଲେ ଟ୍ରମ୍ପ, ଚୀନ୍‌ର ‘ଭାବପ୍ରବଣ କୂଟନୀତି’ ଫାଶରେ ଫସିଗଲା ଆମେରିକା।

ହେଣ୍ଟାଭାଇରସ ସଂକ୍ରମଣ ବିଶ୍ୱ ସ୍ୱାସ୍ଥ୍ୟ ପ୍ରତି ବର୍ତ୍ତମାନ ପାଇଁ କମ୍ ବିପଦ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଛି।

🏀🏏🚴🏼‍♂️
ଆଇପିଏଲ କ୍ରିକେଟର ରୋମାଞ୍ଚକର ମ୍ୟାଚରେ କୋଲକାତା ଦଳ ଚମତ୍କାର ପ୍ରଦର୍ଶନ କରି ଗୁଜରାଟ ଦଳକୁ ପରାସ୍ତ କରିଛନ୍ତି।

ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ। ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ହେବ ମୁକାବିଲା।

ଓଡ଼ିଶାର ମହିଳା ବଧିର କ୍ରିକେଟ୍‌ ଖେଳାଳି ଦୀପ୍ତିରାଣୀ ସାହୁ ପ୍ରଥମ ଓଡ଼ିଆ ଭାବେ ଶ୍ରୀଲଙ୍କା ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ଆଜି ବିଶ୍ୱ ଟେଲି କମୁନିକେସନ ଦିବସ
ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ

ଆଜି ଜନ୍ମଦିନ: ପଙ୍କଜ ଉଦାସ, ଶ୍ୟାମ ରାମସେ, ଚାର୍ମି କୌର, ଗୋବିନ୍ଦ ମାଝୀ (ସାନ୍ତାଳୀ ଲେଖକ), ବିକାଶ ପତି (କ୍ରିକେଟ, ଜୟପୁର), ସନ୍ଦୀପ ପଟନାୟକ (କ୍ରିକେଟ, ଭୁବନେଶ୍ୱର)

ଇତିହାସରେ ଆଜି ଦିନ: (୧୫୪୦) କନୌଜ ଯୁଦ୍ଧରେ ହୁମାୟୁନକୁ ଦ୍ଵିତୀୟ ଥର ପରାସ୍ତ କଲା ଶେର ଶାହ/ (୧୭୭୫) ମରାଠା ଓ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଆରାସ ଯୁଦ୍ଧ ହେଲା/ (୧୯୮୭) ସୁନୀଲ ଗାଭାସ୍କରଙ୍କ ଟେଷ୍ଟ କ୍ରିକେଟରୁ ଅବସର/ (୧୯୮୭) ପାରସ୍ୟ ସାଗରରେ ୩୭ ଆମେରିକା ନାବିକଙ୍କୁ ଇରାକ ବୋମାମାଡ଼ କରି ମାରିଲା/ (୧୯୭୮) ଚାର୍ଲି ଚାପଲିନଙ୍କ ଚୋରି ହୋଇଥିବା କଫିନ ମିଳିଲା

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!