ଖବର ଆଜିର, ୪ ଅପ୍ରେଲ, ଶନିବାର

ଆଜି ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଦିନର ତାପମାତ୍ରା ୩୩ ରୁ ୨୧ ଡିଗ୍ରୀ ରହିବ। ଦିନରେ ବର୍ଷା ହେବାର ସମ୍ଭାବନା ରହିଛି।

ସୁଭଦ୍ରା ଯୋଜନା ପାଇଁ ଅନଲାଇନ ପଞ୍ଜିକରଣ ପ୍ରକ୍ରିୟା ରାଜ୍ୟରେ ଜାରି ରହିଛି।

ବିଏସଇ ଓଡିଶା ପକ୍ଷରୁ ଓଏସଏସଟିଇଟି ପରୀକ୍ଷା ଫଳ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ।

ରାଜ୍ୟରେ ଏହି ବର୍ଷ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ରାଜ୍ୟର ଶିକ୍ଷାନୁଷ୍ଠାନରେ ଖରା ଛୁଟି ପୂର୍ବରୁ ପାଠପଢା ସମୟ ପରିବର୍ତ୍ତନ ହୋଇଛି।

ପୁଣିଥରେ ଗାଡି ପଲ୍ୟୁସନ ଛାଟ। ପିୟୁସିସି ସାର୍ଟିଫିକେଟ୍ ନଥିଲେ ଆଜିଠାରୁ କଟିବ ଗାଡିର ମୋଟା ଅଙ୍କର ଚାଲାଣ।

ଅନୁବାଦକ ପଦବୀ ପାଇଁ ପ୍ରାଥମିକ ପରୀକ୍ଷା ଏପ୍ରିଲ ମାସରେ ଅନୁଷ୍ଠିତ ହେବ। ଜୁନିୟର ଗ୍ରେଡ୍ ଟାଇପିଷ୍ଟ ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି।

ଓଡିଶା ସରକାରୀ ସେବାରେ ନୂତନ ଅଧିକାରୀଙ୍କ ନିଯୁକ୍ତି ପତ୍ର ପ୍ରଦାନ କରାଗଲା।

ଶିକ୍ଷା ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ସତର୍କ ସୂଚନା ଜାରି ହୋଇଛି।

ପୁରୀ ନରେନ୍ଦ୍ର ପୁଷ୍କରିଣୀରୁ ନନ୍ଦା, ଭଦ୍ରା, ବୈଜୟନ୍ତରୀକୁ ମିଶାଇ ୫ଟି ଡଙ୍ଗା ବାହାର କରିଛନ୍ତି ଭୋଇ ସେବକ। ଏହି ଡଙ୍ଗାରେ ଚାପ ଖେଳିବେ ଚତୁର୍ଦ୍ଧା ମୂର୍ତ୍ତି।

ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ରାଜଧାନୀ ଇନଫୋସିଟି ଅଞ୍ଚଳରେ ନୂଆ ବିଏମସି ୱାର୍ଡ କାର୍ଯ୍ୟାଳୟ ଖୋଲିଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ।

ଶ୍ରୀ ମନ୍ଦିରରେ ଧ୍ଵଜା ବନ୍ଧା ପାଇଁ ଜାଲିଆତି କରି ଯାତ୍ରୀଙ୍କୁ ଠକେଇ ଅଭିଯୋଗ। ସେବାୟତଙ୍କୁ କୈଫିୟତ୍ ତଲବ କଲା ଶ୍ରୀମନ୍ଦିର ପ୍ରଶାସନ। ସିଂହଦ୍ବାର ଥାନାରେ ଏତଲା।

ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ବଡ଼ ଘୋଟାଲା। ଜାଲିଆତି କରି ୩.୬୭ କୋଟି ଟଙ୍କା ଲୁଟ୍ ଅଭିଯୋଗରେ ଦୁଇ ଜଣ ଗିରଫ। ବଡ ଲୋକଙ୍କ ସମ୍ପୃକ୍ତି ସନ୍ଦେହ।

କଟକ ଚୌଦ୍ଵାର ଜେଲ୍‌ରୁ ଫେରାର୍ ବିହାରୀ କଏଦୀ ରାଜା ୬ ମାସ ପରେ କଟକ ପୋଲିସ ହାତରେ ଉତ୍ତରାଖଣ୍ଡ ଋଷିକେଶରେ ଧରାପଡ଼ିଛି।

ମୟୁରଭଞ୍ଜ ବାଙ୍ଗିରିପୋଷିରେ ପାଟିରେ ପଶିଗଲା ଜୀବନ୍ତ ମାଛ, ଛଟପଟ ହୋଇ ଚାଲିଗଲା ଯୁବକଙ୍କ ଜୀବନ।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ନିଖୋଜ ଶିଶୁକନ୍ୟାର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ୨ଜଣ ଅଟକ।

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ଅଟୋକୁ ପଛ ପଟୁ ପିଟିଲା ଥାର ଗାଡ଼ି, ଦେଢ଼ ବର୍ଷର କୁନି ଝିଅର ଘଟଣା ସ୍ଥଳରେ ମୃତ୍ୟୁ।

କଟକ ସହରରେ ଗ୍ୟାସ ସିଲିଣ୍ଡର କଳାବଜାରୀ। ଖାନନଗର ଅଞ୍ଚଳରେ ଏଲପିଜି ସିଲିଣ୍ଡର ଜବତ, ବାଦାମବାଡ଼ି ଥାନାରେ ମାମଲା ରୁଜୁ।

ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ଠାରେ ବୁଡ଼ିଯାଇ ଯୁବକଙ୍କ ଶୋଚନୀୟ ମୃତ୍ୟୁ। ମୃତକ ଭୋଳାନାଥ ବେହେରା।

ରାଜଧାନୀରେ ଭାର୍ଗବୀ ସାଇଫନ୍‌ ରେ ରିଲସ କରି ଅନେକ ଜୀବନ ଗଲାପରେ ବି ପୁଣି ଦୌଡୁଛନ୍ତି ନୂଆ ପାଗଳ ଯୁବପୀଢ଼ି।

ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ କେଲେଙ୍କାରୀ। ଘରୋଇ ସଂସ୍ଥାକୁ ଦେଇ ଦେବେ, ପୁଣି ହାତରେ ଓଏଫ୍‌ଡିସି ଗୁଂଜିଦେବେ ୮ କୋଟି ଟଙ୍କା।

କଳାହାଣ୍ଡି ଇନ୍ଦ୍ରାବତୀ ପ୍ରକଳ୍ପରେ ଭିଟାମାଟି ହରାଇଥିବା ଆଦିବାସୀଙ୍କ ପାଇଁ ମୌଳିକ ସେବା ଏବେ ବି ସ୍ବପ୍ନ। ଭୋକର ଭୂଗୋଳରୁ ସବୁଜ ସଫଳ କରିଥିବା ବିସ୍ଥାପିତଙ୍କୁ ସମସ୍ତେ ଭୁଲିଗଲେ।

ରେଳବାଇ ପଲାସା ଇଚ୍ଛାପୁରମ ଅଞ୍ଚଳକୁ ପୂର୍ବତଟରୁ କାଢ଼ି ଦକ୍ଷିଣତଟ ରେଳବାଇରେ ମିଶ୍ରଣକୁ ବିରୋଧ କଲା ବିଜେଡି। ଆନ୍ଧ୍ରକୁ ସନ୍ତୁଷ୍ଟ କରୁଛନ୍ତି ବୋଲି ଅଭିଯୋଗ।
🇳🇪
ରାଜସ୍ଥାନ ଯୋଧପୁରରେ ଥିବା ବାଲାଜୀ ମନ୍ଦିରରେ ମହିଳାଙ୍କୁ କରାଗଲା ଅସମ୍ମାନ, ଚୁଟି ଭିଡି ବାଡେଇଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୬ର ସପ୍ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ପଂଜାବ କିଙ୍ଗ୍‌ସ ପରାସ୍ତ କରିଛି।

ଲୋକସଭା ବଜେଟ ଅଧିବେଶନ ପୁଣିଥରେ ୧୬ ତାରିଖରୁ ୩ ଦିନ ପାଇଁ। ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରି ଆସନ ସଂଖ୍ୟା ବଢାଇବେ।

ଦିଲ୍ଲୀ ଜେଏନ୍‌ୟୁ ରେ ୨୦୨୬-୨୭ ବର୍ଷ ପାଇଁ ୟୁଜି, ପିଜି ଓ ଡିପ୍ଲୋମା କୋର୍ସରେ ଦାଖଲ ପାଇଁ ଇ-ପ୍ରସ୍‌ପେକ୍ଟସ୍ ଜାରି।

ଆଫଗାନିସ୍ତାନରେ ଭୂକମ୍ପ ପରେ ଦିଲ୍ଲୀ ଏବଂ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି।

ଭାରତକୁ ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ବୃଦ୍ଧି କରିବାକୁ ରୁଷିଆ ପ୍ରସ୍ତାବ ଦେଇଛି।

ଭାରତ ଏବଂ ଆଜରବାଇଜାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ପୁନରୁଦ୍ଧାର ପାଇଁ ଆଲୋଚନା ହୋଇଛି।

ରୁଷିଆର ଉପ ପ୍ରଧାନମନ୍ତ୍ରୀଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି।

ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଏବଂ ରୁଷିଆ ସହମତ ହୋଇଛନ୍ତି।

ବିଶ୍ୱ ବଜାରରେ ଶକ୍ତି ସଙ୍କଟ ମଧ୍ୟରେ ଭାରତ ନିଜର ତୈଳ ଆମଦାନୀ ପାଇଁ ନୂତନ ବିକଳ୍ପ ଖୋଜୁଛି।

ଆମେରିକାର ଦ୍ୱିତୀୟ ଏଫ୍-୩୫ ବିମାନ ଖସାଇଥିବା ଇରାନର ଦାବି।

ଆମେରିକାରେ ସବୁଠୁ ବିଶ୍ବସ୍ତ ପାମ୍‌ ବଣ୍ଡି ଙ୍କୁ ଆଟର୍ନି ଜେନେରାଲ ପଦରୁ ହଟାଇଲେ ଟ୍ରମ୍ପ।

ଆମେରିକା ଆକ୍ରମଣରେ ଇରାନର ସବୁଠୁ ଉଚ୍ଚ ସେତୁ ”ବି-ଵାନ୍” ଧ୍ୱଂସ। ପ୍ରତିଶୋଧ ପାଇଁ ମଧ୍ୟପ୍ରାଚ୍ୟର ୮ଟି ପ୍ରମୁଖ ବ୍ରିଜକୁ ତେହେରାନର ଧମକ।

ଗତବର୍ଷ ଏଇ ସମୟରେ
ଓଡ଼ିଶାରେ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ ନିର୍ମାଣ ହେବ, କହିଥିଲେ ସରକାର।

ପୁରୀ ଶ୍ରୀମନ୍ଦିର ନାଳ ମରାମତି ପାଇଁ ମେଘନାଦ ପାଚେରି ମଗରମୁଖକୁ ଭାଙ୍ଗି ଦିଆଯିବା ପରେ ତାକୁ ଫିଙ୍ଗି ଦିଆ ଯାଇଥିଲା।

WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u

ଆଜି ବିଶ୍ୱ ଖଣି ସଚେତନତା ଦିବସ
ଆଜି ସେନେଗାଲ ର ସ୍ୱାଧୀନତା ଦିବସ

ଆଜି ଜନ୍ମଦିନ: ମାଖନଲାଲ ଚତୁର୍ବେଦୀ, ପରବିନ ବାବି, ଗୁଡି ମାରୁତି, ଅରୁଣା ମହାନ୍ତି (ଓଡିଶୀ), ପୂର୍ଣ୍ଣଚନ୍ଦ୍ର ବିଡିକା (ରାୟଗଡା, ବିଶ୍ୱ ଭାରୋତ୍ତୋଳନ ପଦକ ବିଜେତା)

ଆଜି ତିରୋଧାନ: ଗଙ୍ଗାଧର ମେହେର (ସ୍ଵଭାଵ କବି, ବରଗଡ଼), ରଘୁନାଥ ମହାନ୍ତି (ସଂଗ୍ରାମୀ, ରଣପୁର)

ଇତିହାସରେ ଆଜି ଦିନ: (୧୯୦୫) କାଙ୍ଗ୍ରା ଉପତ୍ୟକା ଭୂକମ୍ପରେ ୨୦,୦୦୦ ମୃତ/ (୧୯୪୪) କୋହିମା ଯୁଦ୍ଧରେ ଜାପାନ ସେନା ପରାସ୍ତ/ (୧୯୬୦) ସେନେଗାଲ ସ୍ୱାଧୀନ ରାଷ୍ଟ୍ର ହେଲା/ (୧୯୬୮) ମାର୍ଟିନ ଲୁଥର କିଙ୍ଗ ଜୁନିଅର ଙ୍କ ହତ୍ୟା/ (୧୯୧୮) ଆମଷ୍ଟରଡାମରେ ଖାଦ୍ୟ ପାଇଁ ଦଙ୍ଗା ଆରମ୍ଭ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!