ଦିନସାରା ଖରାଟିଆ ପାଗ ସହ ରାତିରେ ଆକାଶ ନିର୍ମଳ ରହିବ।
ତାପମାତ୍ରା ୩୫°- ୨୩°C ରହିବ। ଆଦ୍ରତା ୩୧% ଏବଂ UV ଇଣ୍ଡେକ୍ସ ୧୦ ରହିବ।
ଓଡ଼ିଶାର ୯୦ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ, ରାଷ୍ଟ୍ରପତି ଏବଂ ପିଏମ ଶୁଭେଚ୍ଛା ଜଣାଇଲେ।
ସୁଭଦ୍ରା ଯୋଜନା ପାଇଁ ନୂତନ ପଞ୍ଜିକରଣ ପୁଣି ଆରମ୍ଭ ହୋଇଛି, ଯାହା ଏପ୍ରିଲ ୩୦ ଯାଏଁ ଚାଲିବ।
ବିନିଯୋଗ ବିଲ୍ ପାରିତ ହେବା ପରେ ଓଡ଼ିଶା ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି।
ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଲ୍, ୨୦୨୬ ସଫଳତାର ସହ ପାରିତ ହୋଇଛି।
ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦିଲ୍ଲୀରୁ ନିର୍ଦ୍ଦେଶ।
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନରେ ଓଡ଼ିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
କନ୍ଧମାଳରେ କଳିଙ୍ଗା ଏବଂ ଟିକାବାଲି ଭଳି ଅଞ୍ଚଳରେ ସାମାନ୍ୟ ବର୍ଷା ସହ ତାପମାତ୍ରା ବୃଦ୍ଧି ପାଇଛି।
ନୂଆପଡ଼ାରେ ୩୭.୫°C ତାପମାତ୍ରା ସହ ଏହା ରାଜ୍ୟର ସବୁଠାରୁ ଗରମ ସହର ଭାବେ ରେକର୍ଡ ହୋଇଛି।
କଟକ ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ସମ୍ବଲପୁରରେ ବିଦ୍ୟୁତ ରଞ୍ଜନ ଭୋଳଙ୍କ ସହ ଜଡିତ ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।
ବଲାଙ୍ଗୀର ରାମଚନ୍ଦ୍ରପୁରରେ ଜଣେ ଏଏନଏମ କର୍ମୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ତାଙ୍କ ସ୍ୱାମୀ ଆହତ ଅବସ୍ଥାରେ ମିଳିଛନ୍ତି।
ଅନୁଗୋଳରେ ଜଣେ ମହିଳା ହାବିଲଦାରଙ୍କ ନିର୍ଯାତନା ଓ ଇସ୍ତଫା ପରେ ବିଳମ୍ବରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ପାଖରୁ ୪୮.୮ ଲକ୍ଷ ଟଙ୍କା ଏବଂ ୨୯ଟି ପ୍ଲଟ୍ ଠାବ ହୋଇଛି।
ଦେବଗଡ଼ରେ ଏକ ସନ୍ଦେହଜନକ ଅଗ୍ନିକାଣ୍ଡ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର ବରମୁଣ୍ଡା ବସ୍ ଟର୍ମିନାଲରେ ଏକ ନୂତନ ଭିସା ଆବେଦନ କେନ୍ଦ୍ର ଉଦଘାଟନ ହୋଇଛି।
ଭୁବନେଶ୍ୱରରେ ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଦର ୨୦୨୯ ଟଙ୍କାକୁ ବୃଦ୍ଧି ପାଇଛି।
ମଦ୍ରାସାରେ ପାଠ ପଢ଼ାଇବାକୁ ବିହାର ଆରରିଆ ଜିଲ୍ଲାରୁ ସାଲେପୁରକୁ ୧୪ଜଣ ନାବାଳକଙ୍କୁ ଆଣିବା ଅଭିଯୋଗରେ କଟକ ରେଳବାଇ ପୁଲିସ ଜଣେ ମୌଲାନାଙ୍କୁ ଧରିଲେ।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୧,୪୦,୨୦୦ ଟଙ୍କା, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ୧,୫୨,୯୫୦ ଟଙ୍କା।
ସିଏଜି ରିପୋର୍ଟ: ଆଦିମ ଜନଜାତି ଗୋଷ୍ଠୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ପ୍ରବଳ ଟଙ୍କା ହେରଫେର ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ବିମାନ ଭଡା ସ୍ଥିର ରଖିବା ପାଇଁ ସରକାର ଘରୋଇ ଏୟାରଲାଇନ୍ସ ଗୁଡ଼ିକୁ ସାହାଯ୍ୟ କରିବାକୁ ପଦକ୍ଷେପ ନେଉଛନ୍ତି।
ଜନଗଣନା ୨୦୨୭ ପାଇଁ ବାସିନ୍ଦାମାନେ ଏବେ ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ ନିଜେ ପଞ୍ଜିକରଣ କରିପାରିବେ।
ଏପ୍ରିଲ ୧୬ରୁ ଆରମ୍ଭ ହେବାକୁ ଥିବା ଜନଗଣନା ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି।
🇮🇳
ନାଗପୁର ‘ଆଇସିଆଇସିଆଇ’ ବ୍ୟାଙ୍କରେ ୨୩ କୋଟିର ସୁନା ଋଣ ମହାଘୋଟାଲା।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧୮୭ ପଏଣ୍ଟ୍ ବଢି ୭୩,୧୩୪ ପଏଣ୍ଟ୍ରେ ବନ୍ଦ। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୪୮ ପଏଣ୍ଟ୍ ବଢି ୨୨,୬୭୯ ପଏଣ୍ଟ୍ରେ ବନ୍ଦ।
ଜନଗଣନା ୨୦୨୭: ଭାରତର ପ୍ରଥମ ଡିଜିଟାଲ୍ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଛି।
ନୂତନ ଆୟକର ଅଧିନିୟମ ୨୦୨୫ ଆଜିଠାରୁ ଲାଗୁ ହୋଇଛି, ଯେଉଁଥିରେ HRA ଏବଂ ରିହାତିର ନୂଆ ସୀମା ନିର୍ଦ୍ଧାରଣ କରାଯାଇଛି।
ଆର୍ଥିକ ପରିବର୍ତ୍ତନ: ନୂତନ ପ୍ୟାନ୍ ଆବେଦନ ପାଇଁ ଏବେ ଆଧାର ବ୍ୟତୀତ ଅତିରିକ୍ତ ଦଲିଲ ଆବଶ୍ୟକ ହେବ।
ଏଫସିଆରଏ ସଂଶୋଧନ ବିଲ୍କୁ ବିରୋଧ କରି ସଂସଦରେ ବିରୋଧୀ ସାଂସଦଙ୍କ ଆନ୍ଦୋଳନ.।
ଇନ୍ଧନ ସଂକଟ: ବାଣିଜ୍ୟିକ ଏଲପିଜି ଦର ୧୯୫.୫୦ ଟଙ୍କା ବଢ଼ିଛି, ବିମାନ ଇନ୍ଧନ ଦର ମଧ୍ୟ ରେକର୍ଡ ସ୍ତରକୁ ଛୁଇଁଛି।
FASTag ସଂଶୋଧନ: ଜାତୀୟ ରାଜପଥ ଦ୍ୱାରା ବାର୍ଷିକ ଫାସଟ୍ୟାଗ୍ ପାସ୍ ଫି’ ୩,୦୭୫ ଟଙ୍କାକୁ ବୃଦ୍ଧି କରାଯାଇଛି।
ବ୍ୟାଙ୍କିଙ୍ଗ ନିୟମ: HDFC ଏବଂ PNB ଭଳି ପ୍ରମୁଖ ବ୍ୟାଙ୍କ ଗୁଡ଼ିକ ଏଟିଏମ୍ ନେଣଦେଣ ଶୁଳ୍କରେ ପରିବର୍ତ୍ତନ କରିଛନ୍ତି।
UPSC ସ୍ୱଚ୍ଛତା ବଜାୟ ରଖିବା ପାଇଁ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ କମିଶନ ନୂତନ ସଂସ୍କାର ଘୋଷଣା କରିଛନ୍ତି।
ଆଇପିଏଲ୍-୨୦୨୬ର ପଞ୍ଚମ ମୁକାବିଲାରେ ଆୟାଜକ ଲକ୍ଷ୍ନୌ ସୁପର ଜଏଣ୍ଟସ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍ରେ ପରାସ୍ତ କରିଛି।
ଆମେରିକାର ୨୯ଟି ରାଜ୍ୟକୁ ବ୍ୟାପିଲା କୋଭିଡ୍-୧୯ର ସିକାଡା ଭାରିଆଣ୍ଟ।
କ୍ରିମିଆରେ ରୁଷର ସାମରିକ ବିମାନ ଦୁର୍ଘଟଣା ଗ୍ରସ୍ତ, ୨୯ ମୃତ।
ଗତବର୍ଷ ଏଇ ସମୟରେ
ମାର୍ଚ୍ଚ ମାସରେ ଲୋକଙ୍କ ଠାରୁ ୧.୯୬ ଲକ୍ଷ କୋଟି ଟଙ୍କାର ଜିଏସଟି ଭିଡି ନେଇଥିଲେ ସରକାର।
ସରକାର ଖଣି ରାଜସ୍ବ ହରାଇଥିଲେ ୬ ହଜାର କୋଟି। କେବଳ ଯୋଡ଼ାରେ ଲୁଟ ହୋଇଥିଲା ୨ ହଜାର କୋଟି।
କଟକ ମେଡ଼ିକାଲ ଶୌଚାଳୟରେ ଲୁଚା ହୋଇଥିଲା ୪୪ ଅଚଳ ଭେଣ୍ଟିଲେଟର୍।
ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ୩ ଦିନ ଅଣ୍ଡା ଓ ମାଣ୍ଡିଆ ଲଡୁ ଦେବେ ବୋଲି କହିଥିଲେ ସରକାର।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
ଆଜି ବିଶ୍ୱ ଅଟିଜମ ସଚେତନତା ଦିବସ
ବିଶ୍ୱ ତଥ୍ୟ ପରୀକ୍ଷଣ ଦିବସ
ବିଶ୍ୱ ଶିଶୁ ପୁସ୍ତକ ଦିବସ
ଆଜି ଜନ୍ମଦିନ: ଵିନ୍ଧେଶ୍ବର ପାଠକ, ଅଜୟ ଦେବଗନ, କପିଲ ଶର୍ମା
ଇତିହାସରେ ଆଜି ଦିନ: (୧୭୫୫) ସୁବର୍ଣ୍ଣପୁର ଦୁର୍ଗ ବ୍ରିଟିଶ ଦ୍ୱାରା ଅକ୍ତିଆର/ (୧୯୭୦) ମେଘାଳୟ ରାଜ୍ୟ ଗଠିତ ହେଲା/ (୧୯୨୧) ନ୍ୟୁୟର୍କ ରେ ଆଇନଷ୍ଟାଇନ ଉପସ୍ଥାପନ କଲେ ଥିଓରୀ ଅଫ ରିଲେଟିଭିଟି/ (୧୯୨୬) କଲିକତାରେ ହିନ୍ଦୁ ମୁସଲିମ ଦଙ୍ଗା (ଗାନ୍ଧିଜୀ ମୁସଲିମଙ୍କୁ ସମର୍ଥନ କଲେ)/ (୧୯୩୨) ମୂଳ ଟାର୍ଜନ ସିନେମା ରିଲିଜ ହେଲା
ବନ୍ଦେ ଉତ୍କଳ ଜନନୀ 🪻🌻🪻
pariskarnews.in.net
