ଖବର ଆଜିର, ୨୪ ମାର୍ଚ୍ଚ, ମଙ୍ଗଳବାର

ଆସନ୍ତା ୨୬ ରୁ ୨୮ ତାରିଖ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଅନେକ ଉତ୍ତରପୂର୍ବ ରାଜ୍ୟକୁ କାଳବୈଶାଖୀ ଚେତାବନୀ ଦିଆଯାଇଛି।

ଏପ୍ରିଲ ମାସ ୧ ରୁ ଜୁନ ୧୫ ପର୍ଯ୍ୟନ୍ତ ଦିନ ୧୧ ରୁ ଅପରାହ୍ନ ୩ ଘଣ୍ଟା ମଧ୍ୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବାକୁ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା ଏବଂ ଠିକାଦାରଙ୍କୁ କହିଲେ ସରକାର।

ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପୁଲିସ ଖେଳାଳୀଙ୍କୁ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଗଲା।

ପୁରୀ ମାଟିତଳେ ଐତିହ୍ୟ ନଗରୀ। ଜିପିଆର୍‌ଏସ୍‌ ରିପୋର୍ଟରେ ବିସ୍ଫୋରକ ତଥ୍ୟ, ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ଅଛି ଗୁପ୍ତ ସୁଡ଼ଙ୍ଗ।

ମେ ୨୯ରେ ହେବ ଓଟିଇଟି ପରୀକ୍ଷା। ମାର୍ଚ୍ଚ ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଫର୍ମ ପୁରଣ ହେବ।

ଓଡ଼ିଶାର ଉପଭୋକ୍ତା ଜାତୀୟ ହାରଠୁ ଅଧିକ ବିଦ୍ୟୁତ୍ ବିଲ୍ ଦେଉଛନ୍ତି। ବିଦ୍ୟୁତ୍ ଭିତ୍ତିଭୂମି ଦୁର୍ବଳ, ସମସାମୟିକ ରାଜ୍ୟ ଠାରୁ ବି ଢେର୍ ପଛରେ। ଟାଟା ପାୱାର ଖାଇଗଲା ସର୍ବସ୍ବ।

ଯାଜପୁର ଜିଲ୍ଲା ମହୋତ୍ସବ ସଭାମଞ୍ଚ ଉପରେ ଧାନଭାର ଧରି ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତାଙ୍କ ହୋହଲ୍ଲା।

ଭୁବନେଶ୍ବରରେ ୭ଦିନିଆ ଓଡ଼ିଶା ଖଦି ମେଳା, ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲୁ ରହିବ।

କଟକ ମେଡ଼ିକାଲରେ ଅଗ୍ନିଶମର ବିଚିତ୍ର ସ୍ଥିତି। ଅଗ୍ନି ନିରାପତ୍ତା ସୁପର୍‌ଭାଇଜର୍‌ ନାହାନ୍ତି, ଅବସରପ୍ରାପ୍ତ କିମ୍ବା ଏକ ମାସ ତାଲିମ ଆବଶ୍ୟକ।

ଭୁବନେଶ୍ୱର ମଞ୍ଚେଶ୍ବର ଷ୍ଟେସନରେ ସର୍ଭର ଫେଲ, ଟ୍ରେନ୍‌ ଟିକେଟ୍‌ ପାଇଁ ଯାତ୍ରୀ ହଟହଟା, ଉତ୍ତେଜନା।

ମୟୁରଭଞ୍ଜ ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ୫୦୦ ପାଉଣ୍ଡ ଓଜନର ଆମେରିକୀୟ ବୋମା।

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ପଣସପତର ଗାଁ ଜଙ୍ଗଲରୁ ଦେଶୀ ବନ୍ଧୁକ ସରଞ୍ଜାମ କାରଖାନା ଠାବ ହୋଇଛି ।

ଅଶାନ୍ତ ଭୁବନେଶ୍ୱରରେ କାର୍‌ ଲୁଟେରା ଗ୍ୟାଙ୍ଗକୁ ମାଡ଼ିବସିଲା ପୁଲିସ। ବିହାରର ଅର୍ସଜିତ୍‌ କୁମାର(୨୫) ଓ ଝାଡ଼ଖଣ୍ଡର ହର୍ଷ(୨୬)।

ସମ୍ବଲପୁର କୁଚିଣ୍ଡା ଜେଲରେ ପୁଲିସ ଚଢ଼ାଉ। ଜେଲ୍ ଭିତରେ ମିଳିଲା ମାଦକ ଦ୍ରବ୍ୟ ଏବଂ ଆପତ୍ତି ଜନକ ସାମଗ୍ରୀ।

ସୋନପୁର ଆଶା ନର୍ସିଂହୋମର ଭୁଲ ଚିକିତ୍ସା ଯୋଗୁଁ ପ୍ରାଣ ହରାଇଲେ ତରଭା ଶିବଶଙ୍କରପଡ଼ାର ମହାବୀର ଅଗ୍ରୱାଲ।

ମୟୂରଭଞ୍ଜ ଗୋରୁମହିଷାଣୀ ଝାଡେଶ୍ୱର ଶୈବ ପୀଠ ପ୍ରାଙ୍ଗଣରେ ମା’କାଳୀଙ୍କ ଖଣ୍ଡାରେ ଆକ୍ରମଣ, ମହିଳା ଆହତ।

ସମ୍ବଲପୁର ସଦର ୫୩ ନମ୍ବର ରାଜପଥରେ କେନ୍‌ଘାଟି ନିକଟରେ ଅଜଣା ଗାଡ଼ି ସହ ଧକ୍କା ହୋଇ ବାଇକ୍ ଆରୋହୀ ମୃତ। ମୃତକ ସିନ୍ଦୂରପଙ୍କ ରେଳଲାଇନ ପଡ଼ାର ମଣ୍ଟୁ ମାଝୀ।

ମୟୂରଭଂଜ ଜିଲ୍ଲା ଖେଜୁରୀଟାଣ୍ଡି ଗ୍ରାମରେ କ୍ରିକେଟ ଖେଳକୁ ନେଇ ସଂଘର୍ଷ। ଜଣେ ଯୁବକ ଗୁରୁତର ଆହତ।

ସୁନ୍ଦରଗଡ ସଦର ଭେଡ଼ାବାହାଲ ଗାଁରେ ବିଦ୍ୟୁତ ତାର ସମ୍ପର୍କରେ ଆସି ସ୍ବାମୀ ମିସ୍ତ୍ରୀ ଏବଂ ସ୍ତ୍ରୀ ଶ୍ରମିକ ଏକସଙ୍ଗେ ମୃତ।

ବାଲେଶ୍ବର ଜିଲ୍ଲା ନାଉପାଳଗଡ଼ି ନିକଟ ସମୁଦ୍ର ନିକଟରେ ମାଛଧରା ବୋଟ୍‌ର ଚାମ୍ବରରୁ ବିଷାକ୍ତ ଗ୍ୟାସ ବାହାରି ୨ ଜଣଙ୍କ ମୃତ୍ୟୁ।

ଦେବଗଡ଼ ଖଇରାପଲ୍ଲୀ ଫାଣ୍ଡୀ ଅଧୀନ ମଲାରବାହଳ ଗାଁର ବିଲ ମଧ୍ୟରୁ ମହିଳାଙ୍କ ଅଧାପୋଡା ମୃତଦେହ ଉଦ୍ଧାର।

ନବରଙ୍ଗପୁର ମୈଦଲପୁର ପଞ୍ଚାୟତ ଗୁଣ୍ଡୁରୀଗୁଡ଼ା ଗାଁରେ ଜଙ୍ଗଲୀ ଭାଲୁ ଆକ୍ରମଣରେ ଖଗ ଲୋହରା (୫୫) ଗୁରୁତର ଆହତ।

ଭଦ୍ରକ ଜିଲ୍ଲା ତିହିଡିରେ ଭୁଶୁଡ଼ିଲା ଛାତ ଉପର ଅଧାକାନ୍ଥ। ଶିଶୁକନ୍ୟା ମୃତ, ମା ଓ ଝିଅ ଗୁରୁତର।

ଢେଙ୍କାନାଳ ପର୍ଜଙ୍ଗ ଥାନା ଲୋଧଣୀ ହାଇସ୍କୁଲ ଛକରେ ଗୋ ଚାଲାଣ ପିକ ଅପ ଭ୍ୟାନକୁ ଯୁବ ଗୋଷ୍ଠୀ ଅଟକାଇ ପୁଲିସ ଜିମା ଦେଲେ।

କୋରାପୁଟ ଜୟପୁରରେ ପାତ୍ରପୁଟ ନିକଟସ୍ଥ ଥୁରୁଡିପୁଟରେ ବାଇକକୁ ଧକ୍କା ଦେଲା ବୋଲେରୋ ଗାଡ଼ି, ୨ଜଣ ମୃତ।

ପାରାଦୀପ କନକ ନ୍ୟୁଜ ପ୍ରତିନିଧି ରଶ୍ମିରଞ୍ଜନ ରାଉତରାୟ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କଲେ।

ଭୁବନେଶ୍ବର ବଜାରରେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ୍‌ ୧,୩୫,୬୫୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ୧,୨୪,୩୫୦ ଟଙ୍କା। ରୁପା ଦର କିଗ୍ରା ପିଛା ୨,୩୦,୦୦୦ ଟଙ୍କା।

ଛତିଶଗଡ଼ର ସୁକମା ଜିଲ୍ଲାରେ ଯବାନମାନେ ନକ୍ସଲମାନଙ୍କ ଦ୍ବାରା ଲଗାଯାଇଥିବା ୩ଟି ଲ୍ୟାଣ୍ଡମାଇନ ଉଦ୍ଧାର କରି ନିଷ୍କ୍ରିୟ କଲେ ଯବାନ।

ୟୁପି ଗୋରଖପୁର ହସ୍ପିଟାଲରେ ମୋତିଆ ବିନ୍ଦୁ ଅପରେସନ ପରେ ୯ ଜଣ ରୋଗୀ ଦୃଷ୍ଟି ଶକ୍ତି ହରାଇଲେ।

ପଶ୍ଚିମବଙ୍ଗ ନିର୍ବାଚନରେ ଏଣ୍ଟ୍ରି କଲେ ଅସାଦୁଦ୍ଦିନ, କବୀରଙ୍କ ସହ ଯୋଡ଼ିହେଲେ। ମୁସଲିମ ଭୋଟ ଭାଙ୍ଗିବାକୁ ବିଜେପିର ଚକ୍ରାନ୍ତ।

ଏଥର ସିଲିଣ୍ଡରରେ ଗ୍ୟାସ୍ ୧୦ କେଜିକୁ କମିବ ବୋଲି ସରକାରୀ ନିଷ୍ପତ୍ତି।

ଟ୍ରମ୍ପଙ୍କ ସହ ଆମ ପ୍ରଧାନମନ୍ତ୍ରୀ ଦାସତ୍ୱ ଚୁକ୍ତି ସ୍ୱାକ୍ଷର କରିଛନ୍ତି ବୋଲି କହିଲେ ସଞ୍ଜୟ ରାଉତ। ମଧ୍ୟପ୍ରାଚ୍ୟ ଉପରେ ସର୍ବଦଳୀୟ ବୈଠକ ଦାବି କଲେ।

ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଦୌଡ଼ରେ ଓଡ଼ିଶାର ୪ ଜଣ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା, ସୁନେଲିତା ଟୋପ୍ପୋ ଓ ଅନମୋଲ ଏକ୍କା।

ଭାରତୀୟ ବୋଲର ଅରୁନ୍ଧତୀ ରେଡ୍ଡୀ ଫେବୃଆରି ମାସର ଶ୍ରେଷ୍ଠ ଆଇସିସି ମହିଳା କ୍ରିକେଟର୍‌ ପୁରସ୍କାର ପାଇଲେ।

ନ୍ୟୁଜିଲାଣ୍ଡ ଆରମ୍ଭ କରିବ ନୂଆ କ୍ରିକେଟ୍‌ ଲିଗ୍‌ ‘ଏନଜେଡ୍‌୨୦’

ଶେୟାର ମାର୍କେଟରେ ୧୮୩୭ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ କ୍ଷତି ୧୪ ଲକ୍ଷ କୋଟି ଟଙ୍କା।

ଇପିଏଫ୍‌ଓ ରେ ଅଚଳ ହୋଇ ପଡ଼ିଥିବା ଖାତାଗୁଡ଼ିକରେ ୫୨୦୦ କୋଟି ଟଙ୍କାକୁ ପ୍ରକୃତ ହିତାଧିକାରୀଙ୍କୁ ଦେବାକୁ ଉଦ୍ୟମ ଆରମ୍ଭ ହୋଇଛି।

ଡଲାର ତୁଳନାରେ ମୁହଁମାଡି ପଡିଛି ଭାରତୀୟ ଟଙ୍କା। ବର୍ତ୍ତମାନ ଏକ ଡଲାର, ୯୩.୯୫ ଟଙ୍କା।

ଯୁଦ୍ଧରେ ବାରମ୍ବାର ଛୋଟଛୁଆ ପରି କଥା ବଦଳାଇଲେ, ୫ ଦିନିଆ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ।

ଆମେରିକାରେ ଗୃହଯୁଦ୍ଧ ସ୍ଥିତି। ଇରାନ ପରେ ଡେମୋକ୍ରାଟ୍ ମୋର ବଡ଼ ଶତ୍ରୁ ବୋଲି କହିଲେ ଟ୍ରମ୍ପ।

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ୨ ଦିନର ଇଦ୍ ଛୁୁଟି ବେଳେ ୪୦ ‌ଜଣ ଲୋକଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି।

ଟ୍ରମ୍ପଙ୍କ ଧମକ ପରେ ଇରାନ କଠୋର। ହର୍ମୁଜ୍ ଦେଇ ଯାଉଥିବା ଜାହାଜ ଉପରେ ୨ ନିୟୁତ ଡଲାରର ପରିବହନ ବଟି ଶୁଳ୍କ ଲାଗୁ।

ଗତବର୍ଷ ଏଇ ସମୟରେ
ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ କାଳବୈଶାଖୀ କ୍ଷତିପୂରଣ ଟଙ୍କା ତୁରନ୍ତ ମିଳିବ, କହିଥିଲେ ସରକାର।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ

ଆଜି ବିଶ୍ୱ ଟିବି ଦିବସ

ଆଜି ଜନ୍ମଦିନ: ସତ୍ୟେନ୍ଦ୍ର ସିହ୍ନା, ଇମରାନ ହାସମୀ, କ୍ରୁନାଲ ପାଣ୍ଡ୍ୟା, ମନୋହର ମେହେର (୧୮୮୫, ପଶ୍ଚିମ ଓଡିଶା ଗଣକବି)

ଆଜି ତିରୋଧାନ: ରାଣୀ ଏଲିଜାବେଥ ୧

ଇତିହାସରେ ଆଜି: (୧୮୩୭) କାନାଡ଼ା ରେ କଳା ନାଗରିକଙ୍କୁ ଭୋଟଦାନ ଅଧିକାର/ (୨୦୦୮) ଭୁଟାନରେ ପ୍ରଥମ ନିର୍ବାଚନ/ (୨୦୨୦) ଭାରତରେ କୋଭିଡ ପାଇଁ ୨୧ ଦିନିଆ ଲକଡାଉନ ଘୋଷଣା

ବନ୍ଦେ ଉତ୍କଳ ଜନନୀ 🪻🌻🪻

Pariskarodisha news

Leave a Reply

Your email address will not be published. Required fields are marked *

error: Content is protected !!