ଖବର ଆଜିର, ୨୦ ମାର୍ଚ୍ଚ, ଶୁକ୍ରବାର

ଆଜି ପଖାଳ ଦିବସ

କଟକ:ମାଟ୍ରିକ ଖାତା ଦେଖା ଆରମ୍ଭ, ମେ’ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ।

୨୨ ଯାଏଁ ପିଜି ନାମଲେଖା ଆବେଦନ ଅବଧି ବୃଦ୍ଧି।ସାମସ୍ ପୋର୍ଟାଲ ହେବ ଆବେଦନ।

କେନ୍ଦ୍ରୀୟ ବିଦ୍ୟାଳୟ ନାମଲେଖା ପାଇଁ ବିଜ୍ଞପ୍ତି, ଏପ୍ରିଲ ୨ ଯାଏଁ ଅନଲାଇନ୍ ଆବେଦନ। ଜୁନ୍ ୩୦ ସୁଦ୍ଧା ନାମଲେଖା ଶେଷ ହେବ।

ୱାର୍ଲ୍ଡ ହାପିନେସ୍‌ ରିପୋର୍ଟରେ ଫିନ୍‌ଲାଣ୍ଡ ସବୁଠୁ ଖୁସିର ଦେଶ। ୯୯ରେ ଶ୍ରୀଲଙ୍କା, ୧୦୪ରେ ପାକିସ୍ତାନ, ୧୧୬ ତମ ସ୍ଥାନରେ ରହିଛି ଭାରତ, ଓ ୧୨୭ ତମ ସ୍ଥାନରେରେ ରହିଛି ବାଂଲାଦେଶ।

କାଲି ରାଜ୍ୟରେ ପାଳନ ହେବ ଇଦ ଉଲ୍ ଫିତର, ଅଞ୍ଜୁମାନ ଇସଲାମିଆ ଅହଲେ ସୁନନତ୍ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଘୋଷଣା।

ଭୁବନେଶ୍ୱରରେ ହକ୍ ପାଇଁ ଲୋୟର ପିଏମଜିରେ ଗର୍ଜିଲେ ପାଚିକା, ୭ଦଫା ଦାବି ନେଇ ଅହୋରାତ୍ର ଧାରଣା।

ନୂଆପଡାରେ ଅଛି ହୀରା ଖଣି, ମୟୂରଭଞ୍ଜ ଓ କେନ୍ଦୁଝରରେ ମଧ୍ୟ ସୁନାପଥର ଥିବା ସନ୍ଧାନ ମିଳିଛି ।

ବାଲେଶ୍ବର, ସରବଣୀ ଗ୍ରାମରେ ମହଙ୍ଗା ପଡ଼ିଲା ଯୁବତୀଙ୍କୁ କମେଣ୍ଟ ମାରିବା, ରସିକିଆଙ୍କୁ ଚପଲରେ ମାଡ଼ ଦେଲେ ଲୋକେ।

କେନ୍ଦୁଝର ଆନନ୍ଦପୁରଫେ ଧୁମ ଷ୍ଟାଇଲ ପଡ଼ିଲା ମହଙ୍ଗା, ବାଇକ ଚୋରକୁ ଧରାଇ ଦେଲା A ଲିଖିତ ଟି-ସାର୍ଟ। ଚୋରି ବାଇକରେ ଚୋରି ହୋଇଥିଲା ବାଇକ୍।

ଗଞ୍ଜାମ, ସୋରଡ଼ାରେ ବୁଲେଟ୍‌କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀ ବସ୍; ୩ ଜଣଙ୍କର ମୃତ୍ୟୁ।

କାମାକ୍ଷାନଗର ସାରୁଆଳି ଗାଁରେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ।

ମାଓ ପ୍ରଭାବିତ ଅଂଚଳର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, “ଗ୍ରାମୋଦୟ” ପଦକ୍ଷେପରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦେଶ।

“ବ୍ୟକ୍ତି ନୁହେଁ, ଦଳ ବଡ଼”; ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଉପରେ ବର୍ଷିଲେ ପିସିସି ସଭାପତି, କହିଲେ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଡାଲମା ହାଣ୍ଡିରେ ସାପ, ବିଷାକ୍ତ ଖାଦ୍ୟ ଖାଇ ୪୦ ଜଣ ଅସୁସ୍ଥ।

ସୁନା ଓ ସେୟାର ବଜାରର ବେହାଲ ଅବସ୍ଥା: ମାର୍ଚ୍ଚ ମାସରେ ୧୮ ହଜାର ଟଙ୍କା କମିଲା ସୁନା ଦର।

ଦେଶରେ ଚାକିରି ପାଇଁ ଲଢ଼ୁଛନ୍ତି ୪୦% ଶିକ୍ଷିତ ଗ୍ରାଜୁଏଟ୍‌; AI ଓ IT ଉପରେ ନିର୍ଭରଶୀଳ ଭାରତର ଅର୍ଥନୀତି, ସରକାର ଓ ଶିଳ୍ପ ପାଇଁ ବଡ଼ ଆହ୍ୱାନ।

ଲଣ୍ଡନରେ ରାସ୍ତାରେ ପାନ ଛେପ ପକାଇ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ହଟହଟା। ୧,୭୨,୦୦ ଟଙ୍କା ଜରିମାନା ଦେଲେ।

‘ସରକେ ଚୁନର୍ ତେରୀ ସରକେ’ ଗୀତରେ ଡ୍ୟାନ୍ସ କରି ଅଡ଼ୁଆରେ ନୋରା ଫତେହି, ଜାରି ହେଲା ଫତଓ୍ଵା।

ଡ୍ରୋନ୍ ନିର୍ମାଣରେ ବିଶ୍ୱସ୍ତରୀୟ ହବ୍ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଆହ୍ୱାନ।

ଇରାନ ସହ ଯୁଦ୍ଧରେ ଆମେରିକାର ଅର୍ଥନୀତି ବିପର୍ଯ୍ୟସ୍ତ। ଏବେ ଏହି ଯୁଦ୍ଧରୁ ବାହାରିବା ପାଇଁ ବିକଳ ହେଉଛନ୍ତି ଟ୍ରମ୍ପ।

ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ, ୫୦ ଦେଶଙ୍କ ଲାଗି ବାଧ୍ୟତାମୂଳକ ହେଲା ଭିସା ବଣ୍ଡ।

ଗତବର୍ଷ ଏଇ ସମୟରେ
କଟକରେ ସ୍ୱୟଂଚାଳିତ ହେବ ଯୋବ୍ରା ଓ ନରାଜ ବ୍ଯାରେଜ, କମାଣ୍ଡ ଦେଲେ ଉଠିବ ଫାଟକ, କହିଥିଲେ ସରକାର।

ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ନବ ଦାସଙ୍କ ପରିବାର, ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଭରସା ଦେଇଥିଲେ ମୋହନ।

ରାଜ୍ୟର ସମସ୍ତ ୭ ସୂତା ଓ ୮ ଲୁଗାକଳ ଅଚଳ, ୪ଟି ଚିନି କଳ ବି ବନ୍ଦ ହୋଇ ଯାଇଥିଲା।

ଭୁବନେଶ୍ୱରରେ ଅନ୍ୟର ଲେଖା ଚୋରିକରି ଗିରଫ ହୋଇଥିଲା ୟୁଟ୍ୟୁବର ତପି ମିଶ୍ର।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଅନ୍ତର୍ଜାତୀୟ ଖୁସି ଦିବସ
ବିଶ୍ୱ ସ୍ପାରୋ ପକ୍ଷୀ ଦିବସ
ଆଜି ପଖାଳ ଦିବସ

ଆଜି ଜନ୍ମଦିନ: ଅଲକା ୟାଗନିକ, ସାବିତ୍ରୀ ଜିନ୍ଦଲ, ମଦନ ଲାଲ (କ୍ରିକେଟ), ଆନନ୍ଦ ଅମୃତରାଜ (ଟେନିସ), ନିଶା ମିଲେଟ (ସନ୍ତରଣ), ଭାଗିରଥି ମହାରଣା (ବ୍ରହ୍ମପୁର)

ଆଜି ତିରୋଧାନ: ଖୁସୱନ୍ତ ସିଂ, ଗିରିଜା ପ୍ରସାଦ କୋଇରାଲା

ଇତିହାସରେ ଆଜି: (୧୯୫୬) ଟୁନିସିଆ ଦେଶ ସ୍ୱାଧୀନ ହେଲା/ (୨୦୦୩) ଇରାକରେ ପଶିଗଲେ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ/ (୨୦୨୦) ନିର୍ଭୟା କାଣ୍ଡରେ ଚାରିଜଣଙ୍କୁ ଫାଶୀ ହେଲା/ (୨୦୧୭) ଗଙ୍ଗା ଓ ଯମୁନା ନଦୀ ଜୀବନ୍ତ ବୋଲି କହି ଟ୍ରୋଲ ହେଲେ ଉତ୍ତରାଖଣ୍ଡ କୋର୍ଟ

ବନ୍ଦେ ଉତ୍କଳ ଜନନୀ 🪻🌻🪻

pariskarodishanews.in.net

Leave a Reply

Your email address will not be published. Required fields are marked *

error: Content is protected !!