ଆଜି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୧,୮୬, ୭୬୧ ଟଙ୍କାକୁ ବୃଦ୍ଧି ପାଇଛି। ବର୍ଷକ ମଧ୍ୟରେ ୯.୨ ପ୍ରତିଶତ ବୃଦ୍ଧି। ଜାତୀୟ ମୁଣ୍ଡପିଛା ଆୟଠାରୁ ଅଳ୍ପ କମ ଅଛି।
ମାଟ୍ରିକ ପରୀକ୍ଷାରେ ପଡିଲା ସହଜ ପ୍ରଶ୍ନ। ପ୍ରଥମ ଦିନରେ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଲେ ନାହିଁ।
ବିରୋଧୀ ଦଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ। ଧାନକିଣାରେ ବିଶୃଙ୍ଖଳା କରନି, ଫଳ ଭୋଗିବ।
ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ ହେଲା।
ଓଡ଼ିଶାରେ ୧୧ ଜିଲ୍ଲାର ମାଟି ତଳେ ସୁନା ଥିବା ନେଇ ବିଧାନସଭାରେ ଖଣି ମନ୍ତ୍ରୀ ସ୍ପଷ୍ଟ କଲେ।
ମାଲକାନାଗିରି କୋରକୋଣ୍ଡା ବ୍ଲକରେ ଦୁଇ ଦଲାଲଙ୍କ ଘରୁ ବେଆଇନ ଧାନ ଜବତ ହେଲା।
ଯାଜପୁର ପାଣିକୋଇଲିରେ ୧୦୨ କୋଟି ଟଙ୍କାର ଟ୍ରମା କେୟାର ହସ୍ପିଟାଲରୁ ପିପିପି ମୋଡ ହଟାଇବା ପାଇଁ ଦାବୀ, ରାସ୍ତାରୋକ।
କଟକ ଜଗତପୁର ମହାଜନପୁର ଗ୍ରାମରେ ଘର ଭିତରେ ବାଣ ବିସ୍ଫୋରଣ ଘଟି ମା’ ଓ ଝିଅଙ୍କ ମୃତ୍ୟୁ।
କଟକ ଚୌଦ୍ୱାର ଜେଲର ପୂର୍ବତନ ଜେଲର୍ ସନ୍ତୋଷିନୀ ଦାଶ ବଦଳି ପରେ କାର୍ଯ୍ୟରେ ଯୋଗ ନ ଦେବାରୁ ନିଲମ୍ବିତ।
ରାଜଧାନୀରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଏକ କପଡ଼ା ବ୍ୟବସାୟୀଙ୍କ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ନଷ୍ଟ।
ତାଳଚେର ସନ୍ଥପଡ଼ା ନଦୀଘାଟରେ ସାମ୍ବାଦିକଙ୍କୁ ଆକ୍ରମଣ, ମାରଣାସ୍ତ୍ରରେ ହାତ ଓ ଗୋଡ଼କୁ ହାଣିଲେ ୬ ଜଣ।
ରାୟଗଡ଼ା ମାରିଗୁଡା ଗ୍ରାମରେ ୫ ମାସରେ ୫ ଜଣଙ୍କର ମୃତ୍ୟୁ। ଗ୍ରାମରେ ଭୁତ ଭୟ।
ସୁନ୍ଦରଗଡ ସରଫଗଡ଼ ଜଳଭଣ୍ଡାର ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ସ୍କୁଟି, ୨ ମୃତ।
ଭୁବନେଶ୍ୱର ଉପକଣ୍ଠ ଅଠାନ୍ତର ବଜାରରେ ରାସ୍ତାକଡ଼ରେ ଥିବା ସ୍ୱଜଳ ଧାରା ପାଣି ଟାଙ୍କିରେ ବାଇକ ମାଡ, ଯୁବକ ମୃତ।
ମୟୁରଭଞ୍ଜ ରାଇରଙ୍ଗପୁରରେ ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ଫେରାର ଅଭିଯୁକ୍ତ ଗିରଫ।
ବାଲେଶ୍ଵର ସୋର ତହସିଲଦାର ପଥର ବୋଝେଇ ଟ୍ରକ୍ ଛାଡ଼ିବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ କମ୍ପାନିର ନିର୍ମାଣ କାମକୁ ବିରୋଧ। ରାଜରାସ୍ତାକୁ ଓହ୍ଲାଇଲେ ଜନତା, ଭୂମିପୂଜନକୁ ବିରୋଧ।
ଉତ୍ତରପ୍ରଦେଶର ଉନ୍ନାଓଠାରେ ସ୍ଥାନୀୟ କ୍ରିକେଟ୍ ମ୍ୟାଚ୍ ବେଳେ ମହୁମାଛି ଆକ୍ରମଣ କରିବାରୁ ଅମ୍ପାୟାର ମୃତ।
ବେଙ୍ଗାଲୁରୁରେ ହୁଇଲ ଚେୟାରରେ ବସିଥିବା ସ୍ବାମୀଙ୍କ ଆଗରେ ସ୍ତ୍ରୀକୁ ହତ୍ୟା କଲା ପଡ଼ୋଶୀ।
ରଣଜୀ ଟ୍ରଫି ଫାଇନାଲ୍ ଖେଳିବାକୁ ୧୧ ବର୍ଷ ପରେ କର୍ଣ୍ଣାଟକ ଯୋଗ୍ୟତା ଅର୍ଜନ କରିଛି।
ବମ୍ବେ ହାଇକୋର୍ଟ କହିଲେ, ସିଙ୍ଗଲ୍ ମଦର୍ଙ୍କ ସନ୍ତାନଙ୍କୁ ପିତାଙ୍କ ପରିଚୟ ପଚରା ଯାଇ ପାରିବନି।
ସୁପ୍ରିମକୋର୍ଟ ପୁଣି ସତର୍କ କଲେ। ମାଗଣା ଯୋଜନା ହେଉଛି ବିକାଶ ବିରୋଧୀ। ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା ଉଚିତ ନୁହେଁ।
ଭାରତୀୟ ମହିଳା କ୍ରିକେଟ ଦଳକୁ ୧୯ ରନ୍ରେ ପରାସ୍ତ କଲା ଅଷ୍ଟ୍ରେଲିଆ।
ବିଶ୍ୱକପ କ୍ରିକେଟରେ ଇଟାଲୀକୁ ୪୨ ରନ୍ ରେ ହରାଇଲା ଓ୍ବେଷ୍ଟ ଇଣ୍ଡିଜ୍। ଶ୍ରୀଲଙ୍କାକୁ ୬ ଓ୍ବିକେଟ୍ ରେ ହରାଇଲା ଜିମ୍ବାୱେ। ଆଜି ଅଷ୍ଟ୍ରେଲିଆ ଓମାନ ଶେଷ ଲିଗ୍ ମ୍ୟାଚ୍।
ପାକିସ୍ତାନରେ ଗ୍ୟାସ ଲିକରୁ ବିସ୍ଫୋରଣ, କୋଠା ଭୁଶୁଡି ୧୬ ମୃତ।
ଆଫଗାନିସ୍ତାନରେ ନିୟମ। ସ୍ତ୍ରୀ ଏବଂ ପିଲାଙ୍କୁ ମାଡ଼ ମାରିଲେ ତାହା ଅପରାଧ ବୋଲି ବିବେଚନା କରାଯିବ ନାହିଁ।
ବାଂଲାଦେଶ ହିନ୍ଦୁ ପୁଲିସକର୍ମୀଙ୍କ ହତ୍ୟାକାରୀକୁ ଦିଲ୍ଲୀ ବିମାନବନ୍ଦରରେ ଅଟକ, ବାଂଲାଦେଶ ପଠାଗଲା।
ଉତ୍ତେଜନା ମଧ୍ୟରେ ୫.୫ ତୀବ୍ରତାଯୁକ୍ତ ଭୂମିକମ୍ପ। ଇରାନ ପରମାଣୁ ପରୀକ୍ଷଣ କଲା ବୋଲି ସନ୍ଦେହ।
ସୁଦାନରେ ମୃତ୍ୟୁର ତାଣ୍ଡବ, କୋର୍ଡୋଫାନ ଅଞ୍ଚଳର ଅନେକ ସ୍ଥାନରେ ଡ୍ରୋନ୍ ଆକ୍ରମଣ, ୭୭ ମୃତ।
ଗତବର୍ଷ ଏଇ ସମୟରେ
ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ସିବିଆଇ ଚଢାଉ ହୋଇଥିଲା।
ବିଦ୍ୟୁତ ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି ପାଇଁ ଗ୍ରିଡ୍କୋ ପ୍ରସ୍ତାବ ଦେଇଥିଲା।
ପୁରୀ ରାଜଭବନରେ ଏଏସଓଙ୍କୁ ପୂର୍ବ ରାଜ୍ୟପାଳଙ୍କ ପୁଅର ମୁଥମାଡ଼ ଘଟଣାରେ ଥାନାକୁ ଯାଇଥିଲେ ଏଏସଓଙ୍କ ସ୍ତ୍ରୀ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ସାମାଜିକ ନ୍ୟାୟ ଦିବସ
ଆଜି ଜନ୍ମଦିନ: ସିଣ୍ଡି କ୍ରାଫୋର୍ଡ, ଅନୁ କପୁର, ଜିଆ ଖାନ, ରୋହନ ଗାଭାସ୍କର
ଆଜି ତିରୋଧାନ: ଫେରୁସିଓ ଲାମ୍ବୋର୍ଗୀନି
ଇତିହାସରେ ଆଜି: (୧୮୩୫) କଲିକତା ମେଡ଼ିକାଲ କଲେଜ ଖୋଲିଲା/ (୧୯୪୭) ମାଉଣ୍ଟବାଟେନ ହେଲେ ଭାରତର ଶେଷ ଭାଇସରୟ/ (୧୮୬୪) ଆମେରିକାରେ ଗୃହ ଯୁଦ୍ଧ ଆରମ୍ଭ ହେଲା/ (୧୯୭୯) ଜାଭା ରେ ଭୁକମ୍ପ, ମାଟିରୁ ବିଷାକ୍ତ ଗ୍ୟାସ ବାହାରି ୧୫୦ ମୃତ/ (୧୯୮୭) ଅରୁଣାଚଳ ଓ ମିଜୋରାମ ନୂଆ ରାଜ୍ୟ ହେଲେ/ (୧୯୯୯) ଅଟଳ ବିହାରୀ ବାଜପେୟୀ ବସରେ ଲାହୋର ଗଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
