ଚାରିଦିନ ପରେ ବଢିବ ତାପମାତ୍ରା। କାଲି ଜି.ଉଦୟଗିରି ୮.୨ଡିଗ୍ରୀ, ଦାରିଙ୍ଗବାଡ଼ି ୧୦.୫, ଭୁବନେଶ୍ବର ୧୫.୫ ଏବଂ କଟକ ୧୪.୪ ଡିଗ୍ରୀ।
ଭୁବନେଶ୍ୱର ଧଉଳିରେ କାରାଭାନ୍ ଟୁରିଜିମ୍ ଲୋକାର୍ପିତ ହେଲା। ନିଜ ସ୍ବଚ୍ଛନ୍ଦରେ ପର୍ଯ୍ୟଟକମାନେ ଭ୍ରମଣ କରିବାର ମଜା ନେଇପାରିବେ।
ଓଡିଶା ପୋଲିସ ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବୋଲି ଦାବୀ କଲେ।
ସାତକୋଶିଆ ଅଭୟାରଣ୍ୟ ପାଲଟିବ ବିଶ୍ୱସ୍ତରୀୟ ଇକୋ ଟୁରିଜିମ୍ ହବ୍। ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର
ମୟୁରଭଞ୍ଜ ରାଇରଙ୍ଗପୁରରେ ଅବକାଶ ଗୃହ ଉଦଘାଟନ କଲେ ରାଷ୍ଟ୍ରପତି।
ଜଗତସିଂହପୁରରେ ଜବତ ତାଲିକା ବଦଳାଇବାକୁ ଭିଜିଲାନ୍ସ ଡିଏସପିଙ୍କୁ ଅବସରପ୍ରାପ୍ତ ପୁଲିସ ସବଇନ୍ସପେକ୍ଟର ଗୁଳି କରିବା ଧମକ ଦେଇଥିବା ଅଭିଯୋଗ।
ବାଲେଶ୍ଵର ନୀଳଗିରି କୁଲଡିହା ବନବିଭାଗ ପକ୍ଷରୁ ଚଢ଼ଉ। ୬ଜଣ ବଜ୍ରକାପ୍ତା ବେପାରୀ ଭିତରେ ଜଣେ ସରକାରୀ ଶିକ୍ଷକ ଅଛନ୍ତି।
ଯାଜପୁର ରୋଡ଼ ଡ଼ୁବୁରୀ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ।
ଝାରସୁଗୁଡ଼ା ରେଳ ଷ୍ଟେସନରେ ସ୍ୱାମୀ ସ୍ତ୍ରୀଙ୍କୁ ଛୁରାମାଡ। ମହିଳାଙ୍କ ମୃତ୍ୟୁ, ସ୍ୱାମୀ ଗୁରୁତର ଆହତ।
ଖୋର୍ଦ୍ଧା ନବୋଦୟ କ୍ୟାମ୍ପସରେ ଜଣ୍ଡିସ୍ ବ୍ୟାପିବା ଘଟଣାରେ ନିଲମ୍ବିତ ହେଲେ ଅଧ୍ୟକ୍ଷା।
ଭୁବନେଶ୍ବର ଆଜାଦ ନଗରରେ ବୋମା ବିସ୍ଫୋରଣ, ଆହତ ବ୍ୟକ୍ତିଙ୍କ ମୃତ୍ୟୁ।
ଗଞ୍ଜାମ ଗୁଣ୍ଠୁପଡ଼ା ଗ୍ରାମରେ ପ୍ରେମିକର ଘର ଆଗରେ ବିବାହିତ ମହିଳାଙ୍କ ଧାରଣା, ଆତ୍ମହତ୍ୟା ଧମକ।
ବଲାଙ୍ଗିର ତୁରେକେଲାରେ ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର ଅଭିଯୁକ୍ତ ଛଅ ଜଣ କିଶୋର ନ୍ୟାୟ ପରିଷଦରେ ହାଜର ହେବେ
ବଲାଙ୍ଗୀର ଗୁଡଭେଲାରେ ଗୋଡ ବିନ୍ଧା ପାଇଁ କୁନି ଝିଅକୁ ଇଲେକ୍ଟ୍ରିକ ସକ ଦେଲା ନକଲି ଡାକ୍ତର। ଝିଅ ଗୁରୁତର
ବାଲେଶ୍ଵର ଭୋଗରାଇ ଚୌକି ହାଟରେ ୫ ରୁ ଅଧିକ ଦୋକନ ଉପରେ ହାଇୱା ଚଢାଇଦେଲା ମଦ୍ୟପ ଡ୍ରାଇଭର।
ପଶ୍ଚିମ ଓଡିଶା ଭେଡ଼େନ ନଦୀ କୂଳରେ ଗଢ଼ା ଚାଲିଛି ବିଶାଳ ପାଉଁଶ ପାହାଡ଼। ମହାନଦୀକୁ ବିପଦ।
ବିଏସଏନଏଲ ର ୨୮ କୋଟିରୁ ଅଧିକ ବାକି ରଖିଛି ଓଡ଼ିଶା। ବାକି ଶୁଝିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ।
ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୱାଇ ଖେମଚାନ୍ଦ ସିଂହ। ରାଷ୍ଟ୍ରପତି ଶାସନ ହଟିଲା
ଜମ୍ମୁ-କାଶ୍ମୀର ଉଧମପୁର ଜୋଫର ଜଙ୍ଗଲରେ ୨୦ ଘଣ୍ଟିଆ ଅପରେସନ, ଦୁଇ ଜୈସ ଆତଙ୍କବାଦୀ ନିପାତ
ଗାଜିଆବାଦରେ ଭିଡିଓ ଗେମ୍ ଖେଳି ନ ପାରିବାରୁ ନବମ ମହଲାରୁ ଡେଇଁ ତିନି ଭଉଣୀଙ୍କ ଆତ୍ମହତ୍ୟା।
ସଂସଦରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି।
୪୦% ନମ୍ବର ରଖି କରି ପାରିବେ ନିଟ ପିଜି କାଉନସଲିଂ। କଟ ଅଫ ହ୍ରାସ ଲାଗି କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ।
ଭଦୋଦରାରେ ଡବ୍ଲ୍ୟପିଏଲ କ୍ରିକେଟ ଫାଇନାଲ ଆଜି।
ଫେରିଲା ସୁନାର ଚମକ। ପୁଣି ୧ ଲକ୍ଷ ୬୦ ହଜାର ମୁହାଁ ୨୪ କ୍ୟାରେଟ୍ ସୁନା !
ଜାମିନ ଆବେଦନ ଉପରେ ହାଇକୋର୍ଟମାନଙ୍କ ନିଷ୍ପତ୍ତିରେ ବିଳମ୍ବ। ବିଚାରାଧୀନ ମାମଲାର ବିବରଣୀ ମାଗିଲେ ସୁପ୍ରିମ୍କୋର୍ଟ।
ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ଆଫଗାନିସ୍ତାନକୁ ୭ ୱିକେଟରେ କଲା ଭାରତ
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଜନ୍ମଦିନ: ଅଭିଷେକ ବଚନ, ଭୁବନେଶ୍ୱର କୁମାର, ରାଜକିରନ, ଖୁର୍ସିଦ ଆଲମ ଖାନ
ଆଜି ତିରୋଧାନ: ସୁଜିତ କୁମାର
ଇତିହାସରେ ଆଜି: (୧୭୮୩) ଇଟାଲୀ ଭୁକମ୍ପରେ ୨୫୦୦୦ ମୃତ/ (୧୯୦୦) ବ୍ରିଟେନ ଆମେରିକା ମଧ୍ୟରେ ପାନାମା ରାଜିନାମା ସ୍ବାକ୍ଷରିତ/ (୧୯୬୧) ବ୍ରିଟିଶ ପତ୍ରିକା ସଣ୍ଡେ ଟେଲିଗ୍ରାଫ ପ୍ରକାଶନ ଆରମ୍ଭ/ (୨୦୧୦) ଅଭିନବ ବିନ୍ଦ୍ରା ବନ୍ଧୁକ ଚାଳନାରେ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପାଇଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
