ଖବର ଆଜିର, ୨ ଫେବ୍ରୁଆରୀ, ସୋମବାର

ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ପହଞ୍ଚିବେ।

ମହିଳା ରଗ୍‌ବି ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶା ଝିଅଙ୍କ ବିରଳ ରେକର୍ଡ, ଗୋଟିଏ ଦିନରେ ୫ ସ୍ବର୍ଣ୍ଣ।

ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତ ଯାଜପୁର ବିରଜାକ୍ଷେତ୍ର, ସୁରକ୍ଷା କଡ଼ାକଡ଼ି, ଜଗିବେ ୨୦ ପ୍ଲାଟୁନ୍‌ ଫୋର୍ସ

କେନ୍ଦ୍ର ବଜେଟରେ ଆୟକର ସ୍ଲାବ ଅପରିବର୍ତ୍ତିତ, ନିୟମ ସରଳ। ମଧୁମେହ, କର୍କଟ ସମେତ ୧୭ ଔଷଧ ଶସ୍ତା।

ବଜେଟରେ ଓଡ଼ିଶା: ରାଜ୍ୟରେ ଖଣିଜ ସମ୍ପଦ ଉପରେ ଆଖି। ହେବ ଖଣିଜ କରିଡର। ଖଣି-ଶିଳ୍ପ-ବନ୍ଦରକୁ ଯୋଡ଼ିବ ଜାତୀୟ ଜଳମାର୍ଗ-୫।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଲେ, କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଁ କିଛି ନାହିଁ।

ଶିବରାତ୍ରିରେ ରାତି ୧୦ଟାରେ ଉଠିବ ମହାଦୀପ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି।

ଭୁବନେଶ୍ୱର ଖଣ୍ଡଗିରି କୁମ୍ଭମେଳାର ପୂର୍ଣ୍ଣାହୁତି ସଂମ୍ପନ୍ନ ହେଲା।

ସାତକୋଶିଆରେ କୁମ୍ଭୀର ସଂଖ୍ୟା ବଢି ମୋଟ ୧୧୦ଟି ହେଲା।

ଭୁବନେଶ୍ୱର ନନ୍ଦନକାନନରେ ୮ ଦିନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ହେଲା କାରଣ ଜଣାନାହିଁ।

ଅନୁଗୋଳ ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ, ଏବର୍ଷ ପକ୍ଷୀଙ୍କ ସଂଖ୍ୟା ବଢିଛି।

ଭୁବନେଶ୍ୱର ବିଏମ୍‌ସି ଦ୍ୱାରା ଲଟେରି ଜରିଆରେ ପକ୍କା ଘର ଆବଣ୍ଟନ, ୧୬୭ ହିତାଧିକାରୀ ଉପକୃତ।

ସମ୍ବଲପୁର-ନାନ୍ଦେଡ଼ ଏକ୍ସପ୍ରେସ୍‌ରେ ଏସି ଟିକଟ କିଣି ଯାତ୍ରୀ ହଟହଟା। ଏସି ବଗି ଆସିଲା ନାହିଁ।

କେନ୍ଦୁଝର ବଡ଼ବିଲରେ ପୁଲିସ ଏନକାଉଣ୍ଟର, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ସିପୁ କୁମାର ଗୁରୁତର।

ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଉତ୍ତରା ଛକ ନିକଟ ସିଫା ପାଖରେ ଛୁରି ଭୂଷି କିନ୍ନରଙ୍କୁ ମାରିଦେଲା ଦୁର୍ବୃତ୍ତ।

ରାଜଧାନୀରେ ଠକ ମହିଳା ତନୁଜା ପାତ୍ର ଗିରଫ। ୧୫ଲକ୍ଷ ଠକେଇ କରି ୨ ବର୍ଷ ଫେରାର ଥିଲା।

ଜଗତସିଂହପୁର ହାଟ ବଜାର ଅଞ୍ଚଳରେ ହୋମଗାର୍ଡ କିଶୋର ଜେନାଙ୍କ ସନ୍ଦେହଜନକ ମୃତ୍ୟୁ।

ଦାଦନ ଋତୁ ସରିଲା। ବଲାଙ୍ଗୀର ଓ ଅନ୍ୟ ଜିଲ୍ଲା ଗାଁ ଦାଣ୍ଡ ଏବେ ଶୂନ୍‌ଶାନ୍।

ଢେଙ୍କାନାଳରେ କଲ୍ୟାଣୀ ଗ୍ରୁପ୍ ନିବେଶ କରିବ ୧୭୨୫୦ କୋଟି। ବିମାନ ଓ ପ୍ରତିରକ୍ଷା ଉପକରଣ କାରଖାନା ହେବ।

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାରଙ୍କ ଉପରେ ଝୁଲିଲା ଇଡି ବିପଦ।

ବରୋଦା ଡବ୍ଲ୍ୟୁପିଏଲ କ୍ରିକେଟରେ ୟୁପିକୁ ହରାଇଲା ଏଲିମିନେଟରରେ ଦିଲ୍ଲୀ।

ପ୍ରତିରକ୍ଷା ପାଇଁ ଏକ ଲକ୍ଷ କୋଟିରୁ ଅଧିକ ବଜେଟ। ନିର୍ମାଣ ହେବ ମିସାଇଲ ଓ ଫାଇଟର ଜେଟ୍‌।

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ପାକିସ୍ତାନ ଉପରର ବିଜୟ ସହ ଭାରତ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟ ହେଲା।

କ୍ରିକେଟ ଟି୨୦ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନ ଖେଳିବନି ବୋଲି ଘୋଷଣା କଲା।

ଇରାନର ବନ୍ଦର ଆବ୍ବାସରେ ଭୟଙ୍କର ବିସ୍ଫୋରଣ, ୪ ମୃତ

ଭାରତ ଏବେ ଭେନେଜୁଏଲାରୁ ତେଲ କିଣିବାକୁ ବାଧ୍ୟ, କହିଲେ ଟ୍ରମ୍ପ।

ଗତବର୍ଷ ଏଇ ସମୟରେ

ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର ହେବ ବୋଲି କହିଥିଲେ ସରକାର।

ଆଜି ବିଶ୍ୱ ଆର୍ଦ୍ରଭୂମି ଦିବସ (ୱେଟଲ୍ୟାଣ୍ଡ)

ଆଜି ଜନ୍ମଦିନ: ରାଜକୁମାରୀ ଅମୃତ କୌର, ଖୁସୱନ୍ତ ସିଂ, ସମିତା ସେଟ୍ଟୀ, ପ୍ରଜ୍ଞା ସିଂ ଠାକୁର

ଇତିହାସରେ ଆଜି: (୧୫୫୬) ଚୀନ ଭୁକମ୍ପରେ ଦଶଲକ୍ଷରୁ ଅଧିକ ମୃତ/ (୧୯୪୯) ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ସ୍ଥାପିତ/ (୧୯୫୩) ଭାରତୀୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଗଠିତ/ (୨୦୦୬) ମନରେଗା ଯୋଜନା ୨୦୦ ଜିଲ୍ଲାରେ ଲାଗୁ

ପରିସ୍କାର ଓଡିଶା ନ୍ୟୁଜ
ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!