ବ୍ୟୁରୋ ରିପୋର୍ଟ :-
ରାୟଗଡ଼ ତା 20.1.2026
ଆଗାମୀ ସାଧାରଣତନ୍ତ୍ର ଦିବସ ଅବସରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ବ୍ଳକ ସ୍ତରରେ ଓ ପରେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାଇତ୍ଵ ପ୍ରଦାନ କରାଯାଇଛି ।
ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ବ୍ଳକ ସ୍ତରୀୟ ପ୍ରତିଯୋଗୀତା ମାନ ମଙ୍ଗଳବାର ସ୍ଥାନୀୟ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏବିଇଓ ଛବିଲାଲ ସିଂଙ୍କ ନେତୃତ୍ଵରେ ଆୟୋଜିତ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକ୍ତୃତା ବିଷୟରେ ଅଠେଇଶିଟି ଗ୍ରାମ ପଞ୍ଚାୟତ ଓ ରାୟଗଡ଼ ପୌରାଞ୍ଚଳର ମୋଟ 145 ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ବ୍ଳକ ସ୍ତରରୁ କୃତି ପ୍ରତିଯୋଗୀ ଆସନ୍ତା 22 ତାରିଖ ଦିନ ପିଏମଶ୍ରୀ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟରେ ହେବାକୁଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଏଡିଇଓ ଭଜନ ଲାଲ ମାଝୀ ପ୍ରକାଶ କରିଛନ୍ତି।
