ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ :-ରାୟଗଡ଼ ତା 19.1.2026

25 ରେରେରେ ରେ ଜିଲ୍ଲା ସ୍ତରୀୟ ଷୋହଳତମ ଜାତୀୟ ମତଦାତା ଦିବସ ପାଳନ ହେବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ sri ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ରାୟଗଡ ତଥା କାଶୀପୁର ବିଡିଓ ସୁଜିତ କୁମାର ମିଶ୍ର, ରାୟଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ ଓ ବିଚିତ୍ରା ସେଠୀ , ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ, ପ୍ରଣତି ପାତ୍ର ଓ ରୂପାଲି ଜେନା, ରାୟଗଡ଼ ସ୍ଵୟଂ ଶାସିତ କଲେଜ , ରାୟଗଡ଼ ମହିଳା ମହାବିଦ୍ୟାଳୟ , ଆଇଏସିଆର, ଜିଷ୍ଟ କଲେଜ , ମଡେଲ ଡିଗ୍ରୀ କଲେଜ, ଶ୍ରୀ ଉଗ୍ରତାରା କଲେଜ ଆଦିର ଅଧ୍ୟକ୍ଷ, ଅଧ୍ୟାପକ ବୃନ୍ଦ ଯୋଗ ଦେଇଥିଲେ।
ଆସନ୍ତା ଜାନୁୟାରୀ 25 ତାରିଖ ଦିନ ସକାଳ ଆଠ ଘଟିକା ସମୟରେ ଏକ ଭୋଟର ସଚେତନତା ରାଲି ରାୟଗଡ଼ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପାର୍ଶ୍ଵରେ ଥିବା ଅଣ୍ଡର ଗ୍ରାଉଣ୍ଡ ରାସ୍ତା ଓ ତହସିଲ କାର୍ଯ୍ଯାଳୟ ଦେଇ ବିଜୁପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ପହଁଞ୍ଚିବ । ପରେ ପରେ ସେଠାରେ ସଧାରଣ ସଭା, ଶପଥପାଠ, ଭୋଟର ପରିଚୟ ପତ୍ର ବଣ୍ଟନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହି ଥିବା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା କହିଛନ୍ତି।
ଓଡିଶା ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା 494 ତା 19.1.2026 ଅନୁଯାୟୀ ଆସନ୍ତା 22 ତାରିଖ ପୁର୍ବାହ୍ନ 11 ଘଟିକା ସମୟରେ ସମସ୍ତ କାର୍ଯ୍ୟାଳୟରେ ଶପଥପାଠ କରିବା ନିମନ୍ତେ ନିର୍ଦ୍ଦେଶ ଥିବାରୁ ସମସ୍ତ କାର୍ଯ୍ୟାଳୟରେ ଏହାର ଅନୁପାଳନ ନିମନ୍ତେ ଅବଗତ କରାଯିବା ସହ ବହୁ ସଙ୍ଖ୍ୟାରେ ଅନୁଷ୍ଠିତ ହେବାକୁଥିବା ପଦଯାତ୍ରାରେ ସାମିଲ ହେବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି। ସେହିପରି ଗ୍ରାମ୍ୟ ସ୍ତରରେ ମତଦାନ ରୂପକ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରତି ବୁଥ୍ ସ୍ତରରେ ଜାତୀୟ ମତଦାତା ଦିବସ ପାଳିତ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

error: Content is protected !!