ରାୟଗଡ଼ାରୁ ହରି ନାରାୟଣ ଦାସଙ୍କ ରିପୋର୍ଟ
ଆଜି ସନ୍ଧ୍ୟା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜେକେ ପୁର ମଣ୍ଡଳ ସ୍ଥିତ ଅମଲଭାଟ୍ଟା ସ୍ଥିତ ଗୋଷ୍ଟି କେନ୍ଦ୍ର ଠାରେ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ଜାତୀୟ ଯୁବ ଦିବସ ପାଳନ କାର୍ଯ୍ୟକ୍ରମ ସଫଳ ହୋଇଯାଇଛି। ଏହି ଅବସରରେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ, ଯୁବଶକ୍ତିର ଗୁରୁତ୍ୱ ଓ ଦେଶ ଗଠନରେ ଯୁବମାନଙ୍କ ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଯୁବପିଢ଼ିଙ୍କୁ ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ଆହ୍ୱାନ ଜଣାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଟ ନେତୃତ୍ୱ ସହ ସମସ୍ତ ପଦାଧିକାରୀ ବୃନ୍ଧ ଉପସ୍ଥିତ ଥିଲେ |
