ରାୟଗଡ଼ା ସହରର ରୋହିତ କୋଲନୀ ନିକଟସ୍ଥ ବାରିଝୋଲା ରାସ୍ତାର ଜେ.ଏସ୍.କୋ. ଖେଳ ପଡିଆ ଠାରେ ଆଜି ୧୨.୧.୨୦୨୬ ସୋମବାର ଦିନ ୧୦୮ କୁଣ୍ଡୀୟ ବିଶ୍ଵଶାନ୍ତି ଯଜ୍ଞ ଉପଲକ୍ଷେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ଡଃ. ସୁଦର୍ଶନଜୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହେବାକୁ ଥିବା ୧୦୮ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ଦେବ ମହାଯଜ୍ଞ ନିମନ୍ତେ ଦିବ୍ୟ ଭୂମି ପୂଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଶ୍ରୀ ଆପାଲାସ୍ଵାମୀ କାଡ୍ରାକା ମାନ୍ୟବର ବିଧାୟକ, ରାୟଗଡା, ସ୍ବାମୀ ଶ୍ରୀ ଚୈତନ୍ୟରାମଜୀ ମହାରାଜ, ବିଶେଷ ଅତିଥୁରୂପେ ଶ୍ରୀମତୀ ରତ୍ନମଣି ଉଲ୍ଲାକା ରାଜ୍ୟ ମହିଳା କଂଗ୍ରେସ , ଶ୍ରୀମତୀ ଶୁଭ୍ରା ପଣ୍ଡା ଉପାଧ୍ୟକ୍ଷା ରାୟଗଡା ମ୍ୟୁନିସିପାଲିଟି, ଶ୍ରୀମତୀ ବିଦ୍ୟୁଲତା ହୁଇକା ଆବାହକ, ଆଦିବାସୀ କଲ୍ୟାଣ ମଞ୍ଚ, ରାୟଗଡା ଓ ବାଳକୃଷ୍ଣ ପଣ୍ଡାଆୟୋଜକ, ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ଦେବ ମହାଯଜ୍ଞ କମିଟି, ରାୟଗଡା ଓ ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ଶ୍ରୀ ୟାଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ) ସଂଯୋଜକ, ୧୦୮ କୁଣ୍ଡୀୟ ବିଶ୍ୱଶାନ୍ତି ଦେବ ମହାଯଜ୍ଞ କମିଟି, ରାୟଗଡା ମଞ୍ଚାଶୀନ ରହିଥିଲେ l

ଆଜି ସୋମବାର ସକାଳ ପ୍ରାୟ ୯:୩୦ ସମୟରେ ଭୂମି ଶୋଧନ, ପଞ୍ଚକୁଣ୍ଡୀୟ ବୈଦିକ ମହାଯଜ୍ଞ ଓ ଭୂମି ପୂଜନ ପ୍ରକ୍ରିୟା ହୋଇଥିଲା । ୧୧ ଘଟିକା- ଧର୍ମ ଧ୍ଵଜା ଉତ୍ତୋଳନ, ୧୧:୧୫ ଘଟିକା– ଯଜ୍ଞଶାଳା ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା । ୧୧:୩୦ ଘଟିକା ସମୟରେ- ରାଷ୍ଟ୍ର ଜାଗରଣ ନିମନ୍ତେ ସାମୁହିକ ସାଧନା ଅନ୍ତର୍ଗତ ଶତାଧୂକ ମହିଳାଙ୍କ ଦ୍ବାରା ଶ୍ରୀ ଲଳିତା (ଗାୟତ୍ରୀ) ସହସ୍ର ନାମ ପାରାୟଣ ଓ ସାମୁହିକ ଜପ ସାଧନା ସହିତ ଦିବା ୧୨ ଘଟିକା ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଚଳିତ ମାସ 31 ତାରିଖ ରୁ ଏହି ଯଂଜ୍ଞ ଆରମ୍ଭ ହୋଇ ଆସନ୍ତା ମାସ 2 ତାରିଖ ରେ ପୂର୍ଣ୍ଣାହୁତି ହେବ ବୋଲି ଏହି କାର୍ଯ୍ୟକ୍ରମର ଆୟୋଜକ ମିଟ୍ସ ଅଧକ୍ଷ ବାଳ କୃଷ୍ଣ ପଣ୍ଡା କହିଛନ୍ତି l ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗୋକୁଳାନନ୍ଦ ମଲିକ, କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମତେ ବହୁମନ୍ତ୍ରୀଙ୍କ ସହିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ତୁଙ୍ଗ ନେତା ମାନେ ଯୋଗଦେବା ନିମନ୍ତେ ସମତି ପ୍ରକାଶ କରିଥିବା କଥା ଆୟୋଜକ ବାଲକୃଷ୍ଣ ପଣ୍ଡା କହିଛନ୍ତି ।
