ଖବର ଆଜିର, ୩ ମେ, ରବିବାର

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ। ପାସ୍‌ ହାର ୯୫.୩୩ ପ୍ରତିଶତ। ମୋଟ୍‌ ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ।

ରାଜ୍ୟ ସରକାର ଖୁବ୍ ଶୀଘ୍ର ଆଣିବେ ଜମିଜମା ରେକର୍ଡିଂ ସମ୍ଵନ୍ଧୀୟ ସଂଶୋଧିତ ଏସଓପି।

ଆସନ୍ତା ୪ରେ ମହିଳାଙ୍କ ଖାତାକୁ ଯିବ ମାଗଣା ସୁଭଦ୍ରା ଟଙ୍କା। ଯୋଜନାରୁ ପୂର୍ବରୁ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ଟଙ୍କା।

ମେ’ ଦ୍ୱିତୀୟ ସପ୍ତାହରେ ଆସିବ ଲଘୁଚାପ ! ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ।

ବିଭିନ୍ନ କେନ୍ଦୁପତ୍ର ଡିଭିଜନରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକମାନେ ଅବହେଳା ଏବଂ ପ୍ରତାରଣା ବିରୋଧରେ କଳାବ୍ୟାଚ ପିନ୍ଧି ବିରୋଧ କରିଛନ୍ତି।

ଦିଲ୍ଲୀରେ ମହାନଦୀ ଟ୍ରିବୁନାଲର ଶୁଣାଣି ଚାଲିଥିବା ବେଳେ ଓଡ଼ିଶାର ବିଭିନ୍ନ ନଦୀକୁଳିଆ ସ୍ଥାନରେ ବିକ୍ଷୋଭ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ।

ଯାଜପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ମୃତ୍ୟୁ ଘଟଣାରେ ଶିଶୁ ବଦଳି ଅଭିଯୋଗ କଲେ ମୃତକଙ୍କ ପରିବାର ଵର୍ଗ।

ଥରିଲା ବଲାଙ୍ଗୀର, କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି।

ପୁରୀ ଜିଲ୍ଲା କଣାସଗୋଲା ବଜାରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଲେ ୫ ଦୁର୍ବୃତ୍ତ। ତାପରେ ଉପରକୁ ବାଇକ୍ ଚଢ଼ାଇ ଦେଲେ।

ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଆମ୍ ଆଦମୀ ପାର୍ଟି ସଭାପତି।

ବାଲେଶ୍ଵର ସୋରରେ ଅଳ୍ପକେ ବର୍ତ୍ତିଲେ ଅତିରିକ୍ତ ତହସିଲଦାର। ବେଆଇନ ବାଲିଗାଡ଼ି ଅଟକାଉଥିବା ବେଳେ ତାଙ୍କ ଗାଡ଼ିକୁ ଧକ୍କା ଦେଲା ମାଫିଆଙ୍କ ବାଲିଗାଡ଼ି।

ମୟୁରଭଞ୍ଜ ରାଇରଙ୍ଗପୁରରେ ନିଖୋଜ ବିହାରୀ ନାବାଳକର ମୃତଦେହ ନିର୍ମାଣାଧୀନ ଶୌଚାଳୟ ଟାଙ୍କିରୁ ଉଦ୍ଧାର ହେଲା।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ। ବିଦ୍ୟୁତ କର୍ମଚାରୀଙ୍କ ଅବହେଳାର ନମୁନା।

ନବରଙ୍ଗପୁର ନନ୍ଦାହାଣ୍ଡିରେ ପରକୀୟା ପ୍ରୀତିରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ। ଥାନାରେ ହତ୍ୟାକାରୀ ସ୍ୱାମୀ ଓ ପ୍ରେମିକା ଅଟକ।

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ଘୂର୍ଣ୍ଣିଝଡ଼ରେ ତାଳ ଗଛ ପଡ଼ି ସ୍ୱାମୀଙ୍କ ମୃତ୍ୟୁ ପରେ ପତ୍ନୀ ଜୀବନ ହାରିବାକୁ ଉଦ୍ୟମ କଲେ।

କନ୍ଧମାଳ ଗ୍ରେସିଙ୍ଗିଆ ପଞ୍ଚାୟତରେ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର। ମୃତକ କିରଣ ପ୍ରଧାନ।

ମାଲକାନଗିରି ସୀମାନ୍ତରେ ଡମ୍ପ ଉଦ୍ଧାର କରୁଥିଲେ ଯବାନ, ବିସ୍ଫୋରଣରେ ୩ ଜଣ ସହିଦ, ଜଣେ ଗୁରୁତର। ସରିନି ମାଓ ଉତ୍ପାତ।

ବ୍ରହ୍ମପୁରରେ କାଳବୈଶାଖୀର ତାଣ୍ଡବ। ଉପୁଡ଼ିଲା ବଡ଼ ବଡ଼ ଗଛ, ଠପ୍ ହେଲା ସହର। ବିଦ୍ୟୁତ ସେବା ବାଧାପ୍ରାପ୍ତ।

🇳🇪
ନିର୍ବାଚନ ସରିବାରୁ ଗ୍ୟାସ ଦାମ ବଢିଲା। ଆହୁରି ଅନେକ ଦରବୃଦ୍ଧି ଘଟାଇବେ ରାଜ୍ୟ ଓ ରାଷ୍ଟ୍ରାୟତ୍ତ ସଂସ୍ଥା।

ଭାରତ ସରକାର ତୁରନ୍ତ ବିପର୍ଯ୍ୟୟ ସତର୍କତା ସେବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସେଲ୍ ବ୍ରଡକାଷ୍ଟ ଆରମ୍ଭ କରିଛନ୍ତି।

ମୋବାଇଲ ବହୁଳ ବ୍ୟବହାର ଯୋଗୁଁ ଶିଶୁ ମାନଙ୍କର ଅଟିଜିମ ବୃଦ୍ଧି ପାଉଛି।

ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣାରେ ପୁନଃନିର୍ବାଚନ ଚାଲିଥିବା ବେଳେ ତୃଣମୂଳ କଂଗ୍ରେସ ଓ ବିଜେପି ସମର୍ଥକ ମୁହାଁମୁହିଁ।

ଜମ୍ମୁରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିବା ଘଟଣାରେ ୩ ଛତିଶଗଡ଼ ଶ୍ରମିକଙ୍କ ମୃତଦେହ ଉଦ୍ଧାର।

ମଣିପୁରରେ ୨୩ ବଙ୍କର ନ‌‌ଷ୍ଟ କଲେ ସୁରକ୍ଷାକର୍ମୀ। ଅନେକ ଅସ୍ତ୍ରଶସ୍ତ୍ର ଜବତ କଲେ।

ଆଶୁତୋଷ ଗୋଓ୍ବାରିକର ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶକ ନିଯୁକ୍ତ।

ଇସ୍ରାଏଲ ଗୁପ୍ତ ଭାବରେ ୟୁଏଇରେ ଏହାର ସବୁଠାରୁ ଉନ୍ନତ ଲେଜର ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଆଇରନ୍ ଭି, ନିୟୋଜିତ କରିଛି।

ନାଟୋକୁ ବଡ଼ ଝଟକା ଦେଲେ ଟ୍ରମ୍ପ। ଜର୍ମାନୀରୁ ୫ ହଜାର ସୈନ୍ୟ ପ୍ରତ୍ୟାହାର କରାଯିବ।

ସାଉଦି ଆରବରେ ମଦ ଅଭାବ, କିଣିବା ପାଇଁ ଲମ୍ବା ଧାଡି। ଯୁଦ୍ଧ ଯୋଗୁଁ ସରକାରୀ ମଦ ଯୋଗାଣ ବାଧାପ୍ରାପ୍ତ।

🏀🏏🏸🚴🏼‍♂️
ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ସହ ଆଗାମୀ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଲାଗି ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।

ଗତବର୍ଷ ଏଇ ସମୟରେ

ରାଜ୍ୟରେ ୧୯ଟି ପ୍ରକଳ୍ପ ପାଇଁ ୩,୮୯୮.୫୪ କୋଟିର ନୂତନ ନିବେଶ ଅନୁମୋଦନ ହୋଇଥିଲା, ୭,୪୬୪ ନିଯୁକ୍ତି ସୃଷ୍ଟି ହେବାର ଥିଲା।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ

ଆଜି ବିଶ୍ୱ ପ୍ରେସ ସ୍ଵାଧିନତା ଦିବସ

ଆଜି ଜନ୍ମଦିନ: ଉମା ଭାରତୀ, ଅଶୋକ ଗେହଲୋଟ, ରଘୁବର ଦାସ, ଅଚଳା ସଚଦେଵ, ଅରୁଣା ଇରାନୀ, ରିତୁ ବେରୀ

ଆଜି ତିରୋଧାନ: ନର୍ଗିସ ଦତ୍ତ, ପ୍ରମୋଦ ମହାଜନ, ଜାକୀର ହୁସେନ (ପୂର୍ବ ରାଷ୍ଟ୍ରପତି), ଲୀଳା ଦୁଲାଳୀ

ଇତିହାସରେ ଆଜି ଦିନ: (୧୮୧୭) ଏଥେନସ ବିଶ୍ୱବିଦ୍ୟାଳୟ ସ୍ଥାପିତ/ (୧୯୬୮) ଲଣ୍ଡନରେ ପ୍ରଥମ ହୃଦ ପ୍ରତିରୋପଣ/ (୨୦୦୨) ରାଜସ୍ଥାନରେ ମିଗ ୨୧ ବିମାନ ଦୁର୍ଘଟଣା/ (୧୮୦୨) ୱାଶିଂଟନ ଡିସି କୁ ସହର ଭାବେ ସାମିଲ କରାଗଲା/ (୧୯୦୧) ଫ୍ଲୋରିଡାରେ ନିଆଁ ଲାଗି ୧୭୦୦ ଘର ଧ୍ବଂସ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!