ପରିସ୍କାର ଓଡ଼ିଶା ନ୍ୟୁଜ (୦୧/୦୫/୨୦୨୬) –
ଶ୍ରମିକ ଦିବସ ପୁର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ସାଇପ୍ରିୟା ନଗର ବେଡ଼ମୀଣ୍ଟନ ପଡିଆ ଠାରେ ପାଳିତ କରାଯାଇଛି | ଆଜି ସକାଳ ୭:୩୦ ମିନିଟ ସମୟରେ ସାଇପ୍ରିୟା ୱାକର୍ସ କ୍ଲବର ସମସ୍ତ ସଦସ୍ୟ ସାଇପ୍ରିୟା ବେଡ଼ମୀଣ୍ଟନ ପଡିଆ ଠାରେ ସଭାପତି ୱାକର କ୍ଳବ ଜୟକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଅନ୍ୟୁନ ୨୦ ରୁ ୨୫ ଜଣ ସଦସ୍ୟ ଦେବ ରାଜ ପଣ୍ଡା ( ଉପଦେଷ୍ଟା), ୱାକର ଜଗନ୍ନାଥ ନାୟକ (ସମ୍ପାଦକ) , କେ.ବୈକୁଣ୍ଠ ରାଓ (କୋଷାଧକ୍ଷ ), ୱାକର ଡ଼କ୍ଟର ଏମ. ସୁରେଶ କୁମାର (ଆଞ୍ଚଳିକ ସଭାପତି ) , ୱାକର ବି.ଏମ.ରାଓ ପଟ୍ଟନାୟକ , ୱାକର ନାଗେଶ୍ୱର ତୁଳ, ୱାକର ଟି.ଏନ.ରାଓ, ୱାକର ତ୍ରିନାଥ ରାଓ, ୱାକର କେ.ଧର୍ମରାଜୁ(ପି.ଆର.ଓ) ତ୍ରିଷ୍ଣା ରାଓ , ୱାକର ସହଦେଵ ବେହେରା ୱାକର ଭି.ଜେ.ଆର.ପଟ୍ଟନାୟକ, ୱାକର ପଦ୍ମନାଭ ତାଡିଙ୍ଗି, ୱାକର. ଉଦ୍ଧବ କୌଶଲ୍ୟା, ୱାକର. ଗୋପୀନାଥ ନାୟକ, ୱାକର ଏସ. ଏନ. ଖାଡ଼ଙ୍ଗା, ୱାକର. କୋଟେଶ୍ୱର ରାଓ ପ୍ରମୁଖ ଏକତ୍ରିତ ହୋଇଥିଲେ. ସଭା କାର୍ଯ୍ୟ ପ୍ରାରମ୍ଭ ରେ ୱାକର୍ସ ପ୍ରାର୍ଥନା ଆରମ୍ଭ କରାଯାଇ ତତପରେ ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ଏବଂ ଶ୍ରମିକ ଦିବସ ର ପାଳନର ଆବଶ୍ୟକତା ଉପରେ ସମସ୍ତ ସଦସ୍ୟ ନିଜ ନିଜର ମତାମତ ପ୍ରଦାନ କରିଥିଲେ | ସର୍ବଶେଷରେ ରାୟଗଡ଼ା ମ୍ୟୁନସିପାଲଟି ର ୫ଜଣ ଶ୍ରୀ.ପି.ପ୍ରସାଦ, ଶ୍ରୀମତି , ପି.ଶକୁନ୍ତଳା , ଶ୍ରୀ. ଭାନୁ ବିଡ଼ିକା , ଶ୍ରୀମତୀ ପଦ୍ମିନୀ ନାଏକ , ଶ୍ରୀମତୀ କୁନ୍ତୀ ନାଏକ କର୍ମଚାରୀଙ୍କୁ ସାଇପ୍ରିୟା ୱାକର୍ସ କ୍ଲବ ତରଫରୁ ଉତ୍ତରୀୟ, ଶାଢ଼ୀ, ଟି. ସାର୍ଟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା |
