ବ୍ୟୁରୋ ରିପୋର୍ଟ (ପରିସ୍କାରଓଡିଶା ନ୍ୟୂଜ)
ଆସନ୍ତା ମଇ ୧ତାରିଖରେ ଓଡିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ କାର୍ଯ୍ୟକ୍ରମ l
ଯୋଗଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା, କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ, ରାଜ୍ୟ ଗ୍ରାମୀୟ ଉନ୍ନୟନ,ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ମନ୍ତ୍ରୀ l
ରାୟଗଡ଼ ତା. ୨୯/୦୪ ଆସନ୍ତା ମଇ ୧ତାରିଖରେ ଓଡିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଆସନ୍ତା ୧/୦୫/୨୦୨୬ରିଖ ଦିନ ରାୟଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଗାରିମାମୟ ଉପସ୍ଥିତିରେ ହସ୍ତାନ୍ତର ହେବ lଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସଡ଼କ ଭିତ୍ତିଭୂମି ଗ୍ରାମୀଣ ବିକାଶର ଏକ ମୌଳିକ ସ୍ତମ୍ଭ ସ୍ଥାପନ କରିବ । ରାୟଗଡ଼ ର ସ୍ଥାନୀୟ ଜେସ୍କୋ ପଡିଆରେ ଏଥି ନିମନ୍ତେ ଭବ୍ୟ କାର୍ଯ୍ୟକ୍ରମ ଆସନ୍ତା ୧/୦୫/୨୦୨୬ରେ ଅନୁଷ୍ଠିତ ହେବ l ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ତାଙ୍କର ରାୟଗଡ଼ ଗସ୍ତ କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ ସଡ଼କ ଯୋଜନା- ୪ର ସ୍ୱୀକୃତି ପତ୍ର ହସ୍ତାନ୍ତର କରିବେ l ମାନ୍ୟବର ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବl ର କାର୍ଯ୍ୟକ୍ରମ ରହିଛି l ରାୟଗଡ଼ ଜିଲ୍ଲାରେ ୨୭୪ଟି ରାସ୍ତା ନିର୍ମାଣ କରାଯିବ l ଏଥି ପାଇଁ ୫୬୨. ୧୦କୋଟି ଟଙ୍କା ବ୍ୟୟ କରାଯିବ l ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଜନବସତୀ ଗ୍ରାମକୁ ଯୋଗାଯୋଗ ହୋଇପାରିବ l ଜିଲ୍ଲାରେ ନୂତନ ଭାବରେ ୫୫୨. ୨୧କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ l ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ରେ ରାୟଗଡ଼ ଜିଲ୍ଲା ଓଡିଶାରେ ସର୍ବାଧିକ ପ୍ରକଳ୍ପ ରହିଛି l ଏହିଁ ଯୋଜନାରେ ରାଜ୍ୟର ଅର୍ଥନୈତିକ ଏବଂ ସାମାଜିକ ସେବାର ଉପଲବ୍ଧତାକୁ ସକ୍ଷମ କରିବା, କୃଷି ଆୟ ବୃଦ୍ଧି କରିବା, ଉତ୍ପାଦନଶୀଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭିମିକା ରହିବ । ୨୦୨୫ ରେ ୨୫ ବର୍ଷ ପୂରଣ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY) ଭାରତର ସବୁଠାରୁ ପ୍ରଭାବଶାଳୀ ଗ୍ରାମୀଣ ଭିତ୍ତିଭୂମି ପଦକ୍ଷେପ ମଧ୍ୟରୁ ଅନ୍ୟତମ। ୨୫ ଡିସେମ୍ବର ୨୦୦୦ ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ପୂର୍ବରୁ ସଂଯୋଗ ହୋଇନଥିବା ଗ୍ରାମୀଣ ବସତିଗୁଡ଼ିକୁ ସବୁ ପାଣିପାଗରେ ଚାଲୁରହୁଥିବା ରାସ୍ତା ସହ ସଂଯୋଗ କରିବା। ବର୍ତମାନ PMGSY କୃଷି ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ଉନ୍ନତ ପ୍ରବେଶ ଏବଂ ଦାରିଦ୍ର୍ୟ ହ୍ରାସର ଏକ ପ୍ରମୁଖ ସହାୟକ ଭାବରେ ଉଭା ହୋଇଛି। ସମୟ କ୍ରମେ, PMGSY ସାମାଜିକ-ଆର୍ଥିକ ପରିବର୍ତନର ଏକ ପ୍ରମୁଖ ବାହକ ଭାବରେ ବିକଶିତ ହୋଇଛି, ଯାହା ବଜାର ସମନ୍ୱୟକୁ ସୁଦୃଢ଼ କରିଛି, କୃଷକମାନଙ୍କ ପାଇଁ ସୁଲଭ ମୂଲ୍ୟ ପ୍ରାପ୍ତିକୁ ସହଜ କରିଛି ଏବଂ କୃଷି ଓ ଅଣ-କୃଷି ଜୀବିକାକୁ ସମର୍ଥନ କରିଛି। ସାମୂହିକ ଭାବରେ, ଏହି ଫଳାଫଳଗୁଡ଼ିକ ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ଗ୍ରାମୀଣ ବିକାଶକୁ ଆଗକୁ ବଢ଼ାଇବାରେ କାର୍ଯ୍ୟକ୍ରମର କେନ୍ଦ୍ରୀୟ ଭୂମିକାକୁ ଦର୍ଶାଉଛି l
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକାର୍ଣ୍ଣିଙ୍କ ନେତୃତ୍ୱରେ ଉଦ୍ୟମ ଚାଲିଛି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଶନ୍ନ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରସ୍ତୁତି କାର୍ଯ୍ୟକୁ ତଦାରଖ କରୁଛନ୍ତି l
