ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜିଠାରୁ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଗ୍ରୀଷ୍ମକାଳୀନ ଛୁଟି।
ଆଗାମୀ କିଛି ଦିନ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ହେବ ବୋଲି ସତର୍କ ସୂଚନା ଜାରି। ଫଳରେ ତାପମାତ୍ରା କମିବ।
ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ମାଧ୍ୟମରେ ‘ସମର ଲର୍ନିଂ ପ୍ରୋଗ୍ରାମ’ ଆରମ୍ଭ କରାଯାଇଛି।
ଏକ ମାସ ମଧ୍ୟରେ ଡାକ୍ତରମାନଙ୍କ ଦାବି ପୂରଣ ନକଲେ, ଡାକ୍ତରମାନେ ସାମୂହିକ ଇସ୍ତଫା ଦେବେ ବୋଲି ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ର ନିଷ୍ପତ୍ତି।
ରାଜ୍ୟରେ ଜନଗଣନା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ ସମୟ ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସୀମିତ ରଖାଯାଇଛି।
ଖୋର୍ଦ୍ଧା ଜିଲ୍ଲାରେ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ଆଜିଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଅତ୍ୟଧିକ ଗରମ ପାଇଁ ସ୍ଥଗିତ ରଖାଯାଇଛି।
ସ୍କୁଲ ଛୁଟି ହେଲେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା ଏବଂ ପ୍ରଶାସନିକ କାର୍ଯ୍ୟ ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ଝାରସୁଗୁଡ଼ା ଏବଂ ତାଳଚେରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି।
ଖୋର୍ଦ୍ଧା ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ଅତି ଭୟଙ୍କର ଗ୍ରୀଷ୍ମ ପ୍ରବାହର ଚେତାବନୀ ଦିଆଯାଇଛି।
ଢେଙ୍କାନାଳ ଜିଲ୍ଲାରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି।
ପାରାଦୀପ ନିକଟସ୍ଥ ମହାନଦୀରୁ ଜଣେ ନିଖୋଜ ମତ୍ସ୍ୟଜୀବୀଙ୍କ ଶବ ଉଦ୍ଧାର କରାଯାଇଛି।
ଭୁବନେଶ୍ୱରରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ସହରବାସୀଙ୍କୁ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ସମ୍ବଲପୁର ସହରରେ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଅଧିକ ଟ୍ୟାଙ୍କର ନିୟୋଜିତ କରାଯାଇଛି।
ପାରାଦୀପରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ନୂତନ ଯନ୍ତ୍ରପାତି ବଣ୍ଟନ କରାଯାଇଛି।
ପୁରୀ ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଆଜି ଅଷ୍ଟମ ଦିନ।
ସୁନ୍ଦରଗଡ଼ ବଣାଇରେ ଅଂଶୁଘାତରେ ଜଣେ ସରକାରୀ କର୍ମଚାରୀଙ୍କ ସମେତ ଦୁଇଜଣଙ୍କ ମୃତ୍ୟୁ ହୋଇଛି।
କଟକ ମେଡ଼ିକାଲରେ ମାନସିକ ବିକାରଗ୍ରସ୍ତ ମହିଳା ମାନଙ୍କ ଦ୍ୱାରା ଜନ୍ମିତ ୧୪ଜଣ ଶିଶୁଙ୍କ ବିକ୍ରି ଅଭିଯୋଗର ତଦନ୍ତ କରିବେ ସରକାର।
ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଭୁଲ ଇଂଜେକସନ ଯୋଗୁଁ ବାଳକର ମୃତ୍ୟୁ। ଉତ୍ତେଜନା ପ୍ରକାଶ।
ପୁରୀରେ କାମ ସମୟ ଓ ଦରମା ଅସୁବିଧା ଯୋଗୁଁ ମ୍ୟୁନିସିପାଲିଟି ଅଫିସ ଘେରାଉ କଲେ ସଫେଇ କର୍ମଚାରୀ।
ସୁନ୍ଦରଗଡ ଉପରବାହାଲରେ ପାଉଁଶ ବୋଝେଇ ୨୦ଟି ହାଇୱା ଅଟକ, ପରିବେଶ ଦୂଷଣ ନେଇ ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ।
ପୁରୀ ପିପିଲି ଦେଲାଙ୍ଗ ଅଞ୍ଚଳରେ ପୋଲିସ ଗାଡିକୁ ଅଟକାଇ ମାଡ଼ ମାରିଲେ କଲ୍ୟାଣପୁର ଗ୍ରାମବାସୀ।
ଗଞ୍ଜାମ ପୋଲସରାରେ
ବଡ଼ ଭାଇର ବରଯାତ୍ରୀ ପ୍ରସେସନ ରେ ସାନ ଭାଇକୁ ମରଣାନ୍ତକ ଆକ୍ରମଣ, ଚାଲିଗଲା ଜୀବନ। ମୃତକ ଆକାଶ ଜେନା।
ସମ୍ବଲପୁର ଭିଏସଏସ ମାର୍ଗରୁ ଧରାପଡ଼ିଲେ ଛତିଶଗଡ଼ରୁ ଆସିଥିବା ୫ ଜଣ ଲୁଟେରା। ଗ୍ରାହକ ବେଶରେ ୩ ମହିଳା ଲୁଟିଥିଲେ ସୁନା। ସୁନା ଅଳଙ୍କାର ସହ କାର୍ ଜବତ।
ରାଜଧାନୀରେ ୱିକେଣ୍ଡରେ ପଟିଆ, ଚନ୍ଦକା ଅଞ୍ଚଳରେ ହେଉଛି ରେଭ ପାର୍ଟି। ମିଳୁଛି ଡ୍ରଗ୍ସ ଓ ବିନା ଲାଇସେନ୍ସରେ ମଦ। ପୋଲିସ ନିଷ୍କ୍ରିୟ।
ରାଜ୍ୟରେ ଜୁନ୍ ମାସରେ ୯୮%, ଜୁଲାଇରେ ୧୦୫%, ଅଗଷ୍ଟରେ ସର୍ବାଧିକ ୧୧୦% ଓ ସେପ୍ଟେମ୍ବରରେ ୧୦୨% ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି।
🇳🇪
ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ସଂକ୍ରାନ୍ତ ଆଲୋଚନା ୧୨ ମାସ ମଧ୍ୟରେ ଶେଷ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସିକିମ ରେ ୪୦୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରାଯିବ।
ତେଲେଙ୍ଗାନାରେ ଚାରମିନାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଜୀବନ ବଞ୍ଚାଇବା ପାଇଁ ଚଳନ୍ତା ଟ୍ରେନ୍ରୁ ଡେଇଁଲେ ଯାତ୍ରୀ।
ଦିଲ୍ଲୀ ବିମାନବନ୍ଦରରେ ସ୍ୱିସ୍ ଏୟାର ବିମାନର ଇଞ୍ଜିନରେ ନିଆଁ: ଜରୁରୀକାଳୀନ ଅବତରଣ, ୬ ଯାତ୍ରୀ ଆହତ।
ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରତିଶ୍ରୁତି। ବିଜେପି କ୍ଷମତାକୁ ଆସିଲେ ପିଏମ୍ କିଷାନ ସମ୍ମାନ ନିଧିରେ ୯ ହଜାର ଟଂକା ମିଳିବ ଓ ବିଜୁଳି ବିଲ୍ ମାଗଣା ହୋଇଯିବ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହେବ, ରପ୍ତାନିକାରୀମାନେ ଶୁଳ୍କମୁକ୍ତ ସୁବିଧା ପାଇପାରିବେ।
ଜାତୀୟ ରାଜପଥ ସଂପ୍ରସାରଣ ପାଇଁ କେନ୍ଦ୍ର ସରକାର ନୂତନ ପ୍ୟାକେଜ୍ ଘୋଷଣା କରିଛନ୍ତି।
ଶିକ୍ଷା କ୍ଷେତ୍ରରେ ଡିଜିଟାଲାଇଜେସନକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ପୋର୍ଟାଲ ଲଞ୍ଚ ହୋଇଛି।
କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଯୁବ ଆଥଲେଟମାନଙ୍କ ପାଇଁ ସ୍ୱତନ୍ତ୍ର ବୃତ୍ତି ଘୋଷଣା କରାଯାଇଛି।
ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜିତ ବିଶ୍ୱ ସାଇବର ସିକ୍ୟୁରିଟି ଚ୍ୟାଲେଞ୍ଜରେ ଭାରତୀୟ ଦଳ ଭାଗ ନେଉଛି।
ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘ ପକ୍ଷରୁ ସ୍ୱତନ୍ତ୍ର ସମ୍ମିଳନୀ ଆହୂତ ହୋଇଛି।
ୟୁରୋପୀୟ ସଂଘ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ କଠୋର ନିୟମ ଲାଗୁ କରାଯାଇଛି।
ଆମେରିକାରେ ଡୋନାଲଡ଼ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଗୁଳି ଚାଳନା ଓ ଆକ୍ରମଣ ହୋଇଛି।
ମାଲିର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସାଦିଓ କାମାରାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି।
ଅବସରପ୍ରାପ୍ତ ଭାରତୀୟ ସାମରିକ ଅଧିକାରୀମାନଙ୍କୁ ଫସାଉଛନ୍ତି ଚୀନ୍ ଗୁପ୍ତଚର। ଆର୍ଟିକିଲ ଲେଖିବା ବାହାନାରେ ନେଉଛନ୍ତି ସାମରିକ ତଥ୍ୟ।
ଆମେରିକାର ହ୍ୟୁଷ୍ଟନ ସହରରେ ରଥଯାତ୍ରା। ବାରଣ ସତ୍ତ୍ୱେ ମିନି ଟ୍ରକରେ ଜଗନ୍ନାଥଙ୍କୁ ବସାଇ ବୁଲାଇଲେ ସହର। ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ।
🏀🏏🏸🚴🏼♂️
ରାଜ୍ୟ କନିଷ୍ଠ ମହିଳା ହକିରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ଚମ୍ପିୟାନ ବିଜେତା ହୋଇଛି।
ଆଇପିଏଲ କ୍ରିକେଟରେ ଚେନ୍ନାଇ ବିପକ୍ଷରେ ଗୁଜରାଟ ୮ ୱିକେଟ୍ରେ ବିଜୟୀ, ସାଈ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ।
ଗତବର୍ଷ ଏଇ ସମୟରେ
ପୁରୀ ଶ୍ରୀମନ୍ଦିର ଦଇତାପତି ଓ ଅନ୍ୟ ସେବାୟତ କଟକଣା ନ ମାନି ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରିଥିଲେ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
ଆଜି ବିଶ୍ୱ ଡିଜାଇନ ଦିବସ
ଆଜି ସ୍ୱାଧୀନତା ଦିବସ: ଦକ୍ଷିଣ ଆଫ୍ରିକା, ସିଏରା ଲିଓନ, ଟୋଗୋ
ଆଜି ଜନ୍ମଦିନ: ମମତାଜ ମହଲ, ଜୋହରା ସେହେଗାଲ, ପ୍ରସନ୍ନ ପାଟଶାଣୀ
ଆଜି ତିରୋଧାନ: ଫିରୋଜ ଖାନ, ବିନୋଦ ଖାନ୍ନା, କବିବର ରାଧାନାଥ ରାୟ, ହେମନ୍ତ ଦାସ
ଇତିହାସରେ ଆଜି ଦିନ: (୧୫୨୭) ବାବର ଦିଲ୍ଲୀର ସମ୍ରାଟ ଘୋଷିତ/ (୧୭୦୫) ଭଗୀଙ୍ଗରା ଦୁର୍ଗ ଅକ୍ତିଆର କଲା ଆଉରଙ୍ଗଜେବ/ (୧୯୬୧) ଗାମା ବିକିରଣ ଜାଣିବା ପାଇଁ ଏକ୍ସପ୍ଲରର ୧୧ କୁ ପଠାଇଲା ନାସା/ (୧୯୮୬) ପ୍ରଣବ ମୁଖାର୍ଜୀ କଂଗ୍ରେସରୁ ବହିଷ୍କୃତ/ (୧୯୯୭) ଲାଲୁ ଜାଦବଙ୍କ ୬୦୦ କୋଟି ଦୁର୍ନୀତି ପଛରେ ପଡିଲା ସିବିଆଇ/ (୧୯୯୪) ଦକ୍ଷିଣ ଆଫ୍ରିକାରେ ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ଅନୁଷ୍ଠିତ
ଗଛ ବଞ୍ଚାନ୍ତୁ, କାଗଜ ବଞ୍ଚାନ୍ତୁ। କେବଳ ମୋବାଇଲ ଓ ଟିଭିରେ ଖବର ଦେଖନ୍ତୁ
ବନ୍ଦେ ଉତ୍କଳ ଜନନୀ 🪻🌻🪻
