ରାଶିଫଳ ଆଜି, ୨୭ ଅପ୍ରେଲ ସୋମବାର

ସୂର୍ଯ୍ୟୋଦୟ: ସକାଳ ୦୫:୪୪, ସୂର୍ଯ୍ୟାସ୍ତ: ସନ୍ଧ୍ୟା ୦୬:୫୪। ତିଥି: ଶୁକ୍ଳ ପକ୍ଷ ଏକାଦଶୀ ସନ୍ଧ୍ୟା ୦୬:୧୫ ପର୍ଯ୍ୟନ୍ତ ଏବଂ ତା’ପରେ ଦ୍ୱାଦଶୀ। ନକ୍ଷତ୍ର: ପୂର୍ବା ଫାଲଗୁନୀ ରାତି ୦୯:୧୮ ପର୍ଯ୍ୟନ୍ତ ଏବଂ ତା’ପରେ ଉତ୍ତରା ଫାଲଗୁନୀ।
ଅମୃତ ବେଳା: ସକାଳ ୦୫:୪୪ ରୁ ୦୭:୨୩, ସନ୍ଧ୍ୟା ୦୫:୧୫ ରୁ ୦୬:୫୪
ଶୁଭ ବେଳା: ସକାଳ ୦୯:୦୨ ରୁ ୧୦:୪୦
ଅଭିଜିତ୍ ମୁହୂର୍ତ୍ତ: ଦିବା ୧୧:୨୪ ରୁ ୧୨:୧୨

କାଳ ମୁହୂର୍ତ୍ତ, ରାହୁ କାଳ: ସକାଳ ୦୭:୨୩ ରୁ ୦୯:୦୨

ମେଷ
ଆଜି ଆପଣଙ୍କ ପାଇଁ ଆର୍ଥିକ ଉନ୍ନତିର ଅନେକ ସୁଯୋଗ ଆସିବ। ଆପଣଙ୍କର ସ୍ୱାସ୍ଥ୍ୟ ସନ୍ତୋଷଜନକ ରହିବ ଏବଂ ଶରୀରରେ ନୂତନ ଶକ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସା ପାଇବେ। ଶିକ୍ଷା କ୍ଷେତ୍ରରେ ଥିବା ବିଦ୍ୟାର୍ଥୀମାନେ ନୂତନ ଚିନ୍ତାଧାରା ପ୍ରୟୋଗ କରି ସଫଳତା ପାଇବେ। ପରିବାରର ଗୃହିଣୀମାନେ ନିଜର ଦାୟିତ୍ୱଗୁଡ଼ିକୁ ସୁଚାରୁରୂପେ ସମ୍ପାଦନ କରିବେ। ବହୁ ଦିନରୁ ଅପେକ୍ଷା କରିଥିବା ଲକ୍ଷ୍ୟ ପୂରଣ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ।

ବୃଷ
ନିବେଶ କରିଥିବା ଅର୍ଥରୁ ଆଜି ଆପଣଙ୍କୁ ଭଲ ଲାଭ ମିଳିବାର ସମ୍ଭାବନା ଅଛି। ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ଆପଣ ଘର ଓ ବାହାରର ସମସ୍ତ କାର୍ଯ୍ୟକୁ ଦକ୍ଷତାର ସହ କରିପାରିବେ। ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ଅଟେ। ଆପଣଙ୍କର ପଦୋନ୍ନତି କିମ୍ବା କ୍ୟାରିୟରରେ ଉନ୍ନତିର ନୂତନ ପଥ ଉନ୍ମୁକ୍ତ ହେବ। କୌଣସି ମାଙ୍ଗଳିକ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପାଇ ଖୁସି ହେବେ। ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ପାଇଁ କୌଣସି ନୂତନ ପାଠ୍ୟକ୍ରମରେ ଯୋଗ ଦେଇପାରନ୍ତି।

ମିଥୁନ
ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଆଜି ସାବଧାନ ରହିବା ଆପଣଙ୍କ ପାଇଁ ଭଲ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଦିନଟି ଶାନ୍ତିରେ ଅତିବାହିତ ହେବ। କର୍ମକ୍ଷେତ୍ରରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ଚିନ୍ତା କରିପାରନ୍ତି। ପାରିବାରିକ ପରିବେଶ ଶାନ୍ତ ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିବ ଯାହା ଆପଣଙ୍କୁ ଆରାମ ଦେବ। ଯାତ୍ରା କରିବା ପାଇଁ ଯୋଜନା କରୁଥିଲେ ଆଜି ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ସମ୍ପତ୍ତି ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଆପଣଙ୍କ ଯୋଗଦାନ ରହିବ।

କର୍କଟ
ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କର ଶାରୀରିକ ସୁସ୍ଥତା ବଜାୟ ରହିବ। ଅନାବଶ୍ୟକ ଖର୍ଚ୍ଚ କାଟ୍ କରି ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ। ପରିବାରର କୌଣସି ସଦସ୍ୟ ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ନେଇପାରନ୍ତି ତେଣୁ ଶାନ୍ତ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ପାଇଁ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ମିଳିବ। ସାମାଜିକ ସ୍ତରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବା ଭଳି କାର୍ଯ୍ୟ କରିବେ। ଦୂର ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଗାଡ଼ିର ଯାଞ୍ଚ କରିନେବା ଭଲ ହେବ।

ସିଂହ
ବୃତ୍ତିଗତ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁସାରେ ସମ୍ପନ୍ନ ହେବ। ପାଠପଢ଼ାରେ ବିଦ୍ୟାର୍ଥୀମାନଙ୍କର ଏକାଗ୍ରତା ବୃଦ୍ଧି ପାଇବ ଏବଂ ଆତ୍ମବିଶ୍ୱାସ ବଢ଼ିବ। ସମାଜରେ ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଶାନ୍ତି ଓ ପ୍ରଶଂସା ଲାଭ କରିବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ଏବଂ ମନପସନ୍ଦର ବସ୍ତୁ କ୍ରୟ କରିପାରିବେ। ନିୟମିତ ବ୍ୟାୟାମ ଆପଣଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବ। ଆଜି ନିଜର ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବାକୁ ସୁଯୋଗ ପାଇବେ।

କନ୍ୟା
ଘରର ଦାୟିତ୍ୱ ବୃଦ୍ଧି ପାଇବା ଯୋଗୁଁ ଆଜି ଆପଣ ବହୁତ ବ୍ୟସ୍ତ ରହିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଆଜି ଅନୁକୂଳ ସମୟ ଅଟେ। ଛାତ୍ରଛାତ୍ରୀମାନେ ଗଭୀର ଅଧ୍ୟୟନରେ ମନୋନିବେଶ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ନୂତନ କୌଶଳ ପ୍ରୟୋଗ କରିବା ପାଇଁ ଉପରିସ୍ଥ କର୍ମଚାରୀ ପରାମର୍ଶ ଦେଇପାରନ୍ତି। ସହକର୍ମୀଙ୍କ ସହ କୌଣସି ବିଷୟକୁ ନେଇ ମତଭେଦ ହୋଇପାରେ ତେଣୁ ସଂଯମ ରୁହନ୍ତୁ। ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ମାନସିକ ଚାପ ବଢ଼ିପାରେ ତେଣୁ ବଜେଟ ପ୍ରତି ଧ୍ୟାନ ଦିଅନ୍ତୁ।

ତୁଳା
ବ୍ୟବସାୟରେ ନୂତନ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ଆଜି ଦିନଟି ଶୁଭ ଅଟେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବା ଫଳରେ ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇପାରେ ତେଣୁ ବିଶ୍ରାମ ନେବା ଆବଶ୍ୟକ। କାର୍ଯ୍ୟାଳୟରେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ସମ୍ପାଦନ କରି ପୁରସ୍କୃତ ହୋଇପାରନ୍ତି। ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ କିଛି ଅର୍ଥ ବ୍ୟୟ କରିବେ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ ଏବଂ ମନରେ ଶାନ୍ତି ଅନୁଭବ କରିବେ।

ବିଛା
ଆଜି ଆପଣଙ୍କୁ ଶାସନ ଓ ପ୍ରଶାସନ ସ୍ତରରୁ ସାହାଯ୍ୟ ସହଯୋଗ ମିଳିପାରେ। ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିବାକୁ ସକ୍ଷମ ହେବେ ନାହିଁ। ଆର୍ଥିକ କାରବାରରେ ସଫଳତା ମିଳିବ ଏବଂ ବକେୟା ଅର୍ଥ ପ୍ରାପ୍ତି ହେବ। ପାରିବାରିକ ସମସ୍ୟାର ସମାଧାନ ହେବା ଫଳରେ ମନ ହାଲୁକା ରହିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଦ୍ୱାରା ଅନେକ କାର୍ଯ୍ୟ ସଫଳ ହୋଇପାରିବ। ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ଆଖିର ଯତ୍ନ ନେବା ଆବଶ୍ୟକ।

ଧନୁ
ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ଏବଂ ଅଟକି ଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ଆପଣଙ୍କର ପଦ ମର୍ଯ୍ୟାଦା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ପିଲାମାନଙ୍କର ଶିକ୍ଷା ଓ କ୍ୟାରିୟରକୁ ନେଇ ଥିବା ଚିନ୍ତା ଦୂର ହେବ। ଆର୍ଥିକ ଦିଗରୁ ଦିନଟି ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସମାଜରେ ଆପଣଙ୍କର ବ୍ୟକ୍ତିତ୍ୱ ପ୍ରଭାବଶାଳୀ ହେବ ଏବଂ ନୂତନ ସମ୍ପର୍କ ସ୍ଥାପନ ହେବ। ଦୂର ଯାତ୍ରାର ଯୋଗ ରହିଛି ଯାହା ଆପଣଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ।

ମକର
ଆଜି ଆପଣଙ୍କୁ ନିଜର କଠିନ ପରିଶ୍ରମର ଫଳ ଶୀଘ୍ର ମିଳିବାକୁ ଯାଉଛି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଥିଲେ ମଧ୍ୟ ଆପଣ ନିଜର ସ୍ଥାନ ବଜାୟ ରଖିବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସ ବଢ଼ିବ। ଗୁରୁଜନମାନଙ୍କର ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ସଫଳତା ନିଶ୍ଚିତ ମିଳିବ। ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଶ୍ରେୟସ୍କର ହେବ। ମାନସିକ ସ୍ତରରେ ଦୃଢ଼ ରହି ସମସ୍ତ ପରିସ୍ଥିତିର ସାମ୍ନା କରିପାରିବେ।

କୁମ୍ଭ
ଅଷ୍ଟମ ଚନ୍ଦ୍ର ଯୋଗୁଁ ଆଜି କାର୍ଯ୍ୟରେ କିଛି ବାଧାବିଘ୍ନ ଆସିବାର ସମ୍ଭାବନା ଅଛି। ଗାଡ଼ି ଚଳାଇବା ସମୟରେ ଏବଂ ରାସ୍ତା ପାର ହେବା ବେଳେ ସତର୍କ ରୁହନ୍ତୁ। ଅର୍ଥ ହାନିର ଆଶଙ୍କା ଥିବାରୁ କାହାରିକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ପରିବାରରେ କୌଣସି ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ତେଣୁ ଧୈର୍ଯ୍ୟ ଧରନ୍ତୁ। କାର୍ଯ୍ୟ ବୋଝ ଯୋଗୁଁ ଶାରୀରିକ କ୍ଳାନ୍ତି ଓ ଦୁର୍ବଳତା ଅନୁଭବ କରିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ପାଇଁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ।

ମୀନ
ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଉତ୍ସାହଜନକ ଏବଂ ଆନନ୍ଦଦାୟକ ରହିବ। ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବା ଫଳରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବାଣିଜ୍ୟ ଓ ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିବାର ସମ୍ଭାବନା ଅଛି। ସୃଜନଶୀଳ କାର୍ଯ୍ୟରେ ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ ଏବଂ ନୂତନ ଯୋଜନା କରିବେ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆପଣ ପ୍ରଶଂସାର ପାତ୍ର ହେବେ। ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ ଏବଂ ମନରେ ସକାରାତ୍ମକ ଚିନ୍ତାଧାରା ଆସିବ।

Leave a Reply

Your email address will not be published. Required fields are marked *

error: Content is protected !!