ଖବର ଆଜିର, ୨୫ ଫେବ୍ରୁଆରୀ, ବୁଧବାର

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ଜଣଙ୍କର ମୃତ୍ୟୁ, ଜନଜୀବନ ଅସ୍ତବ୍ୟସ୍ତ।

ନୂଆ ବିଶ୍ବ ବିଦ୍ୟାଳୟ ଇଂଞ୍ଜିନିୟରିଂ କଲେଜ ପାଇଁ ପ୍ରକ୍ରିୟା ଶୀଘ୍ର ସାରିବା ପାଇଁ ସରକାର ଅଣ୍ଟା ଭିଡ଼ିଲେ।

ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଛି ୯୪,୪୮୫ ପଦବୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨୦,୨୮୯, ଗୃହ ବିଭାଗରେ ୧୬,୦୩୨, ସ୍ୱାସ୍ଥ୍ୟ ବିଭାଗରେ ୧୦,୪୫୭।

ରାଜ୍ୟରେ ୯ ହଜାର ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହୋଇଛି, ୨୦୦ ଗିରଫ ହେଲେ।

ଚାଷୀ ଓ ମଣ୍ଡି ସମସ୍ୟାକୁ ନେଇ ରାଜରାସ୍ତାରେ ବିକ୍ଷୋଭ, ବିଧାନସଭାରେ ଘେରିଲେ ବିରୋଧୀ।

ଚାଷୀ ସୁରକ୍ଷା ସମାବେଶରେ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ। ସେବା ଦିଅ, ପ୍ରବଚନ ନୁହେଁ।

ପୁରୀ ଶ୍ରୀମନ୍ଦିରର ରତ୍ନ ଅଳଙ୍କାର ଗଣତି ପ୍ରହସନ ଚାଲିଛି। ଏବେ ୧୪ ପୃଷ୍ଠାର ପ୍ରକ୍ରିୟା ଲେଖା ଚୂଡାନ୍ତ ହେଲା।

ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ।

ପଞ୍ଚାୟତ ନିର୍ବାଚନ ଆଗୁଆ ହେବନାହିଁ ବୋଲି କହିଲେ ମନ୍ତ୍ରୀ। ପୂର୍ବରୁ ମନମୋହନ ସାମଲ କହିଥିଲେ ଆଗୁଆ କରିବୁ।

ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଦାବି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ, ଜମି ନାହିଁ ବୋଲି କହିଲେ।

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ମାଳମାଳ ଇଟାଭାଟି ବେଆଇନ ଭାବେ ଚାଲିଛି। ପରିବେଶ ପ୍ରଦୂଷଣରେ ଅସୁସ୍ଥ ହେଉଛନ୍ତି ଲୋକ।

ଭୁବନେଶ୍ୱର ଶିଶୁପାଳଗଡ଼ ସୁପର ମାର୍ଟରେ ଲାଗିଥିବା ନିଆଁ ୨୩ ଘଣ୍ଟା ଜଳିଲା। ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ କରିଥିଲେ।

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ବିଦ୍ୟାଳୟରେ ଛାତ୍ର ପୋଡ଼ି ଘଟଣାରେ ଅର୍ଥାଭାବ ଯୋଗୁଁ ଦେଶୀ ଚିକିତ୍ସା ଚାଲିଛି।

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଡି ଘଟଣାରେ ଆଖିବୁଜିଲେ ବିରେନ୍ ଟାକ୍ରି।

ମୟୂରଭଂଜ ଜିଲ୍ଲା କଣ୍ଟାବଣୀଠାରେ ଗଛରୁ ଦଂପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଭୁବନେଶ୍ବର ଭୋଇସାହିରେ ଡ୍ରେନ୍‌ ‌ନିର୍ମାଣ କାମ ଚାଲିଥିଲା ବେଳେ କାନ୍ଥ ପାଚେରୀ ପଡ଼ି ଦୁଇ ଜଣ ବୃଦ୍ଧଙ୍କ ମୃତ୍ୟୁ, ଅନ୍ୟ ୨ଜଣ ଗୁରୁତର।

ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ଓ ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷାରେ ମଣ୍ଡିରେ ଭିଜିଲା ୭ ହଜାର କୁଇଣ୍ଟାଲ ଧାନ।

ହାଇଦ୍ରାବାଦ ବାପୁନଗରରେ ବାପା, ମାଆ ଓ ପରେ ଜୀବନ ହାରିଲା ୨୪ ବର୍ଷୀୟ ପୁଅ, କାରଣ ଅସ୍ପଷ୍ଟ।

ଝାଡ଼ଖଣ୍ଡରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ।

କେରଳ ରାଜ୍ୟର ନାମ ବଦଳାଇ “କେରଳମ” କରିବେ କେନ୍ଦ୍ର ସରକାର।

ଉତ୍ତରପ୍ରଦେଶର ଧର୍ମ ପରିବର୍ତ୍ତନ ନିଷେଧ ଆଇନ ଭିନ୍ନ ଧର୍ମରେ ବିବାହ କିମ୍ବା ଲିଭ୍-ଇନ୍‌କୁ ରୋକିବ ନାହିଁ।

ଦିଲ୍ଲୀ ଏନସିଆର୍ ଏବେ ଅଧିକ ହାଇଟେକ୍। ‘ଡୋର ଟୁ ଡୋର’ ଡେଲିଭରି ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଓ ଏଆଇ ରୋବଟର ବ୍ୟବହାର ଆରମ୍ଭ।

ବିଶ୍ୱକପ କ୍ରିକେଟରେ ପାକିସ୍ତାନକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ।

ମହିଳା ଦିନିକିଆ କ୍ରିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ।

ଆଇସିସି ପକ୍ଷରୁ ଆସନ୍ତା ଜୁନ ୧୨ରୁ ଜୁଲାଇ ୫ ପର୍ଯ୍ୟନ୍ତ ଇଂଲଣ୍ଡରେ ହେବ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ୨୦୨୬।

ଇରାନରେ ଫଳ ପରିବା ମାର୍କେଟ ଉପରେ ଖସିଲା ସାମରିକ ହେଲିକପ୍ଟର, ୪ ମୃତ।

ଆମେରିକା, ରୁଷ ଓ ଚୀନ୍ ପରମାଣୁ ଅସ୍ତ୍ର ନେଇ କରୁଛନ୍ତି ଗୁପ୍ତ ବୈଠକ।

ଗତବର୍ଷ ଏଇ ସମୟରେ
ରାଜ୍ୟରେ 5.5 ସ୍କେଲର ଭୂମିକମ୍ପ ହୋଇଥିଲା।

ଭୁବନେଶ୍ବର ସହ ଦେଶର ୧୦ ବିମାନବନ୍ଦର ଘରୋଇକରଣ ହେବାର ନିଷ୍ପତ୍ତି ହୋଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

ମାଗଣାରେ ଟିଭି ଦେଖନ୍ତୁ। play store ରୁ “mera channel” OTT ଡାଉନଲୋଡ କରନ୍ତୁ।

ଆଜି କୁୱେତ ଜାତୀୟ ଦିବସ

ଆଜି ଜନ୍ମଦିନ: ଫାରୁକ ଇଂଜିନିୟର, ଡ୍ୟାନି, ଶାହୀଦ କପୁର, ଦିବ୍ୟା ଭାରତୀ, ଧନୁଷ, ଉର୍ବଶୀ ରାଉତେଲା, ରାକେଶ ପାତ୍ର (ଜିମ୍ନାଷ୍ଟ, ପୁରୀ), ଉଷା ଦେବୀ (ନେତ୍ରୀ, ଗଞ୍ଜାମ), କୃଷ୍ଣଚନ୍ଦ୍ର ପାଣିଗ୍ରାହୀ (ଗବେଷକ, ମୟୁରଭଞ୍ଜ)

ଆଜି ତିରୋଧାନ: ଡ଼ନ ବ୍ରାଡମ୍ୟାନ, ବି ନାଗି ରେଡ୍ଡୀ

ଇତିହାସରେ ଆଜି: (୧୯୧୦) ଦଲାଇଲାମା ୧୩ ଚୀନରୁ ଫେରାର, ଭାରତରେ ଶରଣାପନ୍ନ/ (୧୯୬୨) ଦେଶରେ ତୃତୀୟ ଲୋକସଭା ନିର୍ବାଚନରେ ଜିତିଲା କଂଗ୍ରେସ/ (୧୯୬୪) ମହମ୍ମଦ ଅଲ୍ଲୀ ବିଶ୍ୱ ହେଭିବେଟ ଚମ୍ପିୟାନ ହେଲେ/ (୧୯୮୮) ପୃଥ୍ୱୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହେଲା/ (୨୦୧୨) ଭାରତ ପୋଲିଓ ସଂକ୍ରମଣରୁ ମୁକ୍ତ ବୋଲି ଘୋଷଣା

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!