ବରିଷ୍ଠ ନାଗରିକ ଙ୍କ ସାମାଜିକ ସୂରକ୍ଷା ସମ୍ପର୍କିତ କର୍ମଶାଳା

ବ୍ୟୁରୋ ରିପୋର୍ଟ

ପରିସ୍କାରଓଡିଶା

ତା 25.2.2026

ରାୟଗଡ଼ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ  ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ବୁଧବାର ବରିଷ୍ଠ ନାଗରିକ ଙ୍କ ଆଇନ ସଚେତନତା, ଆର୍ଥିକ ସାକ୍ଷରତା ଓ ସାଇବର ଠକେଇ ବାବଦରେ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ରାୟଗଡ଼ ବ୍ଳକ ସଦଭାବନା ସଭା ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ |  ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ବିନୋଦ ଚନ୍ଦ୍ର ପଣ୍ଡା,  ଲିଡ ବ୍ୟାଙ୍କ ମ୍ୟାନେଜର ଦେବେନ୍ଦ୍ର ବାଉରୀ, ଏଡିଏମଓ  ଡ: ମମତା ଚୌଧୁରୀ, ଡ: ଏଲ ପି  ଦାସ, ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା,  ସାଇବର ବିଶେଷଜ୍ଞ ଇନିସପେକ୍ଟର ଅବିନାଶ ରେଡ୍ଡୀ,    ସହକାରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ,  ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରମୂଖ ମଞ୍ଚାସୀନ ଥିଲେ | 
    ପୂର୍ବାହ୍ନ ଆଠ ଘଟିକା ସମୟରେ ଉପସ୍ଥିତ ବରିଷ୍ଠ ନାଗରିକ ଯୋଗ ଅଭ୍ୟାସ ଓ  ସ୍ଵାସ୍ଥ୍ୟ ପରିକ୍ଷା କରାଯାଇଥିଲା | ଦିବା ଦଶ ଘଟିକା ସମୟରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ଯ ଅର୍ପଣ କରି କାର୍ଯ୍ୟକ୍ରମର ପ୍ରାରମ୍ଭ କରାଯାଇଥିଲା | 
 ଡ: ମମତା ଚୌଧୁରୀ ସୁସ୍ଥ ରହିବାର ମୂଳମନ୍ତ୍ର ପ୍ରଦାନ କରିଥିଲେ | ଏଲ ଡି ଏମ୍ ଶ୍ରୀ ବାଉରୀ  ବରିଷ୍ଠ ନାଗରିକ ନିମନ୍ତେ ଉଦ୍ଦିଷ୍ଟ  ବ୍ୟାଙ୍କ ସେବା ସହ ଜୀବନ ବୀମା,  ସ୍ଵାସ୍ଥ୍ୟ ସେବା ବୀମା, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ,  ଆୟୁଷ୍ମାନ ବାୟୋ ବନ୍ଦନା, ଆୟ କର ଅଧିନିୟମ ବିଷୟରେ ସଚେତନ କରିଥିଲେ | ଇନ୍ସପେକ୍ଟର ଅବିନାଶ ରେଡ୍ଡୀ  ସାଇବର ଠକେଇର  ପ୍ରକାର  ଯଥା ଏଟିଏମ  ଠକେଇ,  କ୍ଲୋନିଙ୍ଗ , ୟୁପିଆଇ, ହ୍ବାଟ ସ ପ୍, ଫେସ ବୁକ,  କେୱାଇସି, ଏପିକେ ଫାଇଲ ତଥା ଅଧିକ ସୁଧ ପ୍ରଦାନ ଲୋଭ ଦେଖାଇ ଠକେଇ  ଆଦିର ଦୃଷ୍ଟାନ୍ତ ମାଧ୍ୟମରେ ସଚେତନ କରିଥିଲେ  |

ଡ: ଦୁଷ୍ମନ୍ତ କୁମାର ମହାନ୍ତି ସାମ୍ପ୍ରତିକ ପରିସ୍ଥିରେ ଜଗତୀକରଣ ର କୁପ୍ରଭାବ ସମାଜର ଗତିବିଧି ଆୟତ୍ତ କରିବାକୁ ହେଲେ ସଚେତନ ହେବା ସହ ମିଳିତ ଭାବରେ ଏହାର ମୁକାବିଲା ପାଇଁ ଆହ୍ଵାନ ଦେଇଥିଲେ | ଜିଲ୍ଲା ବରିଷ୍ଠ ନାଗରିକ ସଂଘରେ 250 ରୁ ଉର୍ଦ୍ଧ ସଦସ୍ୟ ବରିଷ୍ଠ ନାଗରିକ ଙ୍କ ସ୍ଵାର୍ଥ ରକ୍ଷା ନିମନ୍ତେ କାର୍ଯ୍ୟରତ ଥିବା ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ର ଏତାଦୃଶ କର୍ମଶାଳା ମାଧ୍ୟମରେ ପ୍ରଚେଷ୍ଟାର ଭୂୟସୀ ପ୍ରଶଂସା କରିଥିଲେ | ଏହି ଅବସରେ ବରିଷ୍ଠ ନାଗରିକ ସଂଘ ଉପସଭାପତି ଶ୍ରୀ ସି ଏସ ପାତ୍ର ଏବଂ ସମ୍ପାଦକ ଶ୍ରୀ ବଳଦେବ ଥାପ୍ପାଙ୍କୁ ସମ୍ମାନିତ କରାଯାଇଥିଲା |
ଶେଷରେ ରାୟଗଡ଼ ସଦର ବ୍ଳକ ର ତିରିଶି ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା | ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ | ଜିଲ୍ଲା ଓ ରାୟଗଡ଼ ବ୍ଲକର ସାମାଜିକ ସୂରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କର୍ମକର୍ତ୍ତା ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *

error: Content is protected !!