ରାଜ୍ୟକୁ ପୁଣି ଫେରିଛି ସାମାନ୍ୟ ଥଣ୍ଡା। କାଲିର ତାପମାତ୍ରା ଜି. ଉଦୟଗିରି ୩ ଡିଗ୍ରି, ସେମିଳିଗୁଡ଼ା ୬.୪, ଫୁଲବାଣୀ ୭.୫, ଝାରସୁଗୁଡ଼ା ୮.୯, ରାଉରକେଲା ୯.୧, ସୁନ୍ଦରଗଡ଼ ୧୦.୬ ଡିଗ୍ରି।
ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଯାତ୍ରା ପାଇଁ ବିଭିନ୍ନ ବିଭାଗ, ନିଯୋଗ ଏବଂ ସେବାୟତ ପ୍ରତିନିଧିଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଲେ ପାନ, ସିଗାରେଟ୍, କିମ୍ବା ମାଦକ ଦ୍ରବ୍ୟ ସେବନ କଲେ କାର୍ଯ୍ୟାନୁଷ୍ଠାନ ହେବ।
ପ୍ରଶ୍ନପତ୍ର ପ୍ରଘଟ,କପି ରୋକିବାକୁ କଡ଼ା ସୁରକ୍ଷା,ଆଜିଠୁ ନୋଡାଲ ସେଣ୍ଟରକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର।
ଆସନ୍ତା ୧୨ରେ ପାଚିକା ଓ ସହାୟିକାଙ୍କ ଧର୍ମଘଟ, ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ।
କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍ କରିବା ନେଇ ସର୍ଭେ ଆରମ୍ଭ ହେବ।
ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ବିଜେପି ସରକାରଙ୍କୁ ନବୀନ ତୀବ୍ର ସମାଲୋଚନା କଲେ।
କଟକ ଆଠଗଡ଼ ମଣ୍ତିରେ ଅବ୍ୟବସ୍ଥା ଯୋଗୁଁ ପାଞ୍ଚଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି।
ମାଲକାନଗିରି ଜିଲ୍ଲାରେ ଟୋକନ୍ ପାଇ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିନପାରି ଚାଷୀଙ୍କ ପୋଟେରୁ ଜାତୀୟ ରାଜପଥ ଅବରୋଧ।
ଅସୁରକ୍ଷିତ ରାଜଧାନୀର ଭରତପୁରର ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଅପହରଣ, ୫ଘଣ୍ଟା ପରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଠାବ।
ଅଶାନ୍ତ ରାଜଧାନୀର ଶୈଳଶ୍ରୀ ବିହାର ମଙ୍ଗଳା ମନ୍ଦିର ପାଖରେ ମଧ୍ୟରାତ୍ରରେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା।
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଓଡ଼ିଆପାଲି ଧୁକା ଛକରେ କାର ଦୁର୍ଘଟଣା ନେଲା ୨ ଜୀବନ, ଜଣେ ଗୁରୁତର।
ଅଶାନ୍ତ ରାଜଧାନୀ ଶିଶୁଭବନ ଛକରେ ଦୁର୍ଘଟଣା ସହ ମର୍ଡର ଲିଙ୍କ। ତ୍ରିକୋଣୀୟ ପ୍ରେମରୁ ହତ୍ୟା କରି ପଳାଉଥିବା ବେଳେ ବ୍ରିଜ ତଳକୁ ଖସିଥିଲା କାର।
ସୁନ୍ଦରଗଡ ବରପାଲିରେ ବାଇକ୍ ଲୁଚାଇବା ସନ୍ଦେହରେ ହତ୍ୟା। ୪ ଜଣ ଯୁବକ ଟେକି ନେଇ ମଶାଣିରେ ଜୀବନ ନେଲେ।
ପୁରୀ ସ୍ବର୍ଗଦ୍ବାର ସମୁଦ୍ରବେଳାରେ ସମୁଦ୍ରରେ ଭାସି ଯାଉଥିବା ୫ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ।
ଭଦ୍ରକ ବାସୁଦେବପୁରରେ ଷ୍ଟାର୍ଟ ବେଳେ ଜଳିଗଲା ବାଇକ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଚାଳକ।
କଟକ ବାଙ୍କୀ କିଆପଲା ପଞ୍ଚାୟତରେ ଆଇସକ୍ରିମ ଖାଇବା ପରେ ୧୮ରୁ ଅଧିକ ପିଲା ଅସୁସ୍ଥ ହେଲେ।
ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ କୋର୍ଟରେ ହାଜର ହେଲେ ଅନ୍ୟତମ ଅଭିଯୁକ୍ତ ମଦନ ଦଳେଇ। ବିକ୍ରମ ପଣ୍ଡା ଅସୁସ୍ଥ ହୋଇ ହସ୍ପିଟାଲରେ।
ମାଲକାନଗିରିରେ ଗଂଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଉପରେ ଚଢାଉ, ୪ ଜଣ ଆସାମୀ ଗିରଫ।
ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଉକୁଣୀ ପାଇଁ ଚାଲିଗଲା ୧୨ ବର୍ଷିୟା କୁନି ଝିଅର ଜୀବନ।
ଗଜପତି ଜିଲ୍ଲା ଚନ୍ଦ୍ରଗିରି ଜିରାଙ୍ଗ ଅଞ୍ଚଳରେ ସାତ ବର୍ଷର ତିବ୍ବତୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ୧୭ ବର୍ଷୀୟ ବାଳକ ଅଭିଯୁକ୍ତ।
ସୁନ୍ଦରଗଡ ଲାଠିକଟା ସିଆରପିଏଫ କ୍ୟାମ୍ପରେ ଜଣେ ହାବିଲଦାର ନିଜକୁ ଗୁଲିକରି ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ହେଲେ ଉତ୍ତରପ୍ରଦେଶର ସୁବାସ ପ୍ରସାଦ।
କେନ୍ଦ୍ରାପଡା ରାଜନାଗରରେ ଜାତିପ୍ରଥାର କୁତ୍ସିତ ଚିତ୍ର। ଅନୁସୂଚିତ ଜାତିର ଯୁବତୀଙ୍କ ନିଯୁକ୍ତି ପରେ ଅଙ୍ଗନବାଡ଼ିକୁ ଶିଶୁ ମନା।
ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ସୁପ୍ରିମ୍କୋର୍ଟରୁ ଜାମିନ୍ ମିଳିନାହିଁ।
ମିଜୋରାମରୁ ଆସାମ ରେଳ ସଂଯୋଗୀକରଣ। ସାଇରାଙ୍ଗ-ସିଲଚେର ନୂଆ ଟ୍ରେନ୍ ସେବା ଶୁଭାରମ୍ଭ ହେଲା।
ରାହୁଲ ଗାନ୍ଧୀ କହିଲେ, ମୋ କଥା ପାଇଁ ମୋଦୀ ସଂସଦ ଆସିବାକୁ ଭୟ କରୁଛନ୍ତି।
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ ଦଳ।
ସୁପ୍ରିମକୋର୍ଟ କହିଲେ, ବନ୍ଦ ହେବ ନାହିଁ ଏସ୍ଆଇଆର୍, ସମସ୍ତ ରାଜ୍ୟ ବୁଝି ଯାଆନ୍ତୁ।
ଭାରତୀୟ ରେଳବାଇ ଯାତ୍ରୀ ପରିବହନରୁ ଅଧିକ ରାଜସ୍ବ ହାସଲ କରିବ। ପ୍ରିମିୟମ୍ ଟ୍ରେନ୍ରୁ ଆୟ ବଢ଼ାଇବ।
ବିଶ୍ୱକପ କ୍ରିକେଟରେ ନବାଗତ ଓମାନକୁ ୮ ଓ୍ବିକେଟ୍ ରେ ହରାଇଲା ଜିମ୍ବାୱେ। ଫେବ୍ରୁଆରି ୧୫ରେ ଭାରତ ପାକିସ୍ତାନ ମ୍ୟାଚ।
କଲମ୍ବୋରେ ଆଜି ପାକିସ୍ତାନ ଓ ଆମେରିକା ମ୍ୟାଚ୍।
ଏପଷ୍ଟାଇନ୍ ଫାଇଲ୍ସ ରେ ଜଡିତ ଥିବା ଯୋଗୁଁ ଆମେରିକାରୁ ନରୱେ ଯାଏଁ ଅନେକ ରାଜନେତାଙ୍କ ଇସ୍ତଫା। ମୋଦୀଙ୍କ ନାମ ବି ଉଠିଛି।
ଚର୍ଚ୍ଚାରେ ବ୍ରିଟେନର ମହିଳା ଗୃହମନ୍ତ୍ରୀ ଶବାନା ମାହମୁଦ। ହୋଇପାରନ୍ତି ଦେଶର ପ୍ରଥମ ମୁସଲିମ ପ୍ରଧାନମନ୍ତ୍ରୀ।
ଗତବର୍ଷ ଏଇ ସମୟରେ
ବାରବାଟୀ ଷ୍ଟାଡିୟମରେ ଭାରତ ଇଂଲଣ୍ଡ ଦିବାରାତ୍ର କ୍ରିକେଟ ମ୍ୟାଚ ବେଳେ ଲାଇଟ ବିଭ୍ରାଟ ହୋଇଥିଲା।
ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ଖାଦ୍ୟ ମେନୁରେ ଗୋମାଂସ ଲେଖା ନେଇ ହଟ୍ଟଗୋଳ ହୋଇଥିଲା।
ଆଜି ବିଶ୍ୱ ଡାଲି ଦିବସ
ଜାତୀୟ କୃମିନିରୋଧ ଦିବସ
ଆଜି ଜନ୍ମଦିନ: କୁମାର ବିଶ୍ୱାସ, ରାଜେଶ ପାଇଲଟ, କେସି ବୋକାଡିଆ, ରାମଚନ୍ଦ୍ର ଖୁଣ୍ଟିଆ (ନେତା), ପୁନମ ବାର୍ଲା (ହକି, ସୁନ୍ଦରଗଡ), ପ୍ରତୀକ ଦାସ (କ୍ରିକେଟ, ଭୁବନେଶ୍ୱର)
ଇତିହାସରେ ଆଜି: (୧୬୧୬) ଜାହାଙ୍ଗୀର ଦରବାରରେ ପହଁଚିଲେ ବ୍ରିଟିଶ ରାଜଦୂତ ଥୋମାସ ରୋ/ (୧୮୧୮) ରାମପୁରରେ ବ୍ରିଟିଶ ଓ ମରାଠା ମଧ୍ୟରେ ଶେଷ ଯୁଦ୍ଧ/ (୧୮୪୬) ଶିଖ ମାନେ ବ୍ରିଟିଶ ଦ୍ୱାରା ପରାସ୍ତ ହେଲେ/ (୧୯୨୧) ଦିଲ୍ଲୀରେ ଇଣ୍ଡିଆ ଗେଟର ଭିତ୍ତିପ୍ରସ୍ତର ସ୍ଥାପନ/ (୧୯୨୧) ବାରାଣସୀରେ କାଶୀ ବିଦ୍ୟାପୀଠ ଉଦଘାଟିତ ହେଲା/ (୧୯୩୧) ଦିଲ୍ଲୀ ହେଲା ଭାରତର ରାଜଧାନୀ/ (୨୦୧୩) ୟୁପି ପ୍ରୟାଗରାଜ କୁମ୍ଭମେଳା ଦଳାଚକଟାରେ ୩୬ ମୃତ
WhatsApp Channel Join
https://whatsapp.com/channel/0029VaUgRXG5fM5gVRc7391u
ବନ୍ଦେ ଉତ୍କଳ ଜନନୀ 🪻🌻🪻
