ରାଜ୍ୟରେ ଗରମରେ ଲାଗିଲା ବ୍ରେକ। କନ୍ଧମାଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ।
ଯୁକ୍ତ ଦୁଇ ପରୀକ୍ଷା ପାଇଁ ପୁଲିସ୍ ସୁରକ୍ଷାରେ କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର। ପରୀକ୍ଷାର୍ଥୀଙ୍କୁ ଦୁଇ ସ୍ତରୀୟ ଯାଞ୍ଚ କରାଯିବ।
ଆସନ୍ତା ୧୨ ତାରିଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା, କଂଗ୍ରେସ ସମର୍ଥନ କରିବ।
ନିଟ୍ ପରୀକ୍ଷା ପାଇଁ ମାର୍ଚ୍ଚ ୮ ଯାଏଁ ଅନଲାଇନରେ ଆବେଦନ, ମେ ୩ରେ ପରୀକ୍ଷା।
କଟକ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୪ତମ ରାଜ୍ୟ ପୁଲିସ ଆଥଲେଟିକ୍ ଚାମ୍ପିୟନସିପ୍ ଉଦଘାଟିତ
ଭୁବନେଶ୍ୱର ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତା ଚଉଡା ପାଇଁ ଟେଣ୍ଡର ଆହ୍ବାନ। ୫ଟି ଛକରେ ହେବ ଫ୍ଲାଏଓଭର।
ମୟୁରଭଞ୍ଜ ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଚେରମୁଳି।
ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିସରରେ ଫେବୃଆରୀ ୨୧ ପର୍ଯ୍ୟନ୍ତ ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ କାର୍ଯ୍ୟକ୍ରମ।
ଗଞ୍ଜାମ ଦିଗପହଣ୍ଡି ସୁନପୂର ଗାଁରେ ଭ୍ୟାନକୁ ଧକ୍କା ଦେଲା କାର, ଦୁଇ ମୃତ ଓ ୫ ଗୁରୁତର।
ବାଲେଶ୍ଵର ଜଳେଶ୍ଵରରେ ଦେଢ଼ କୋଟିରୁ ଅଧିକ ଟଙ୍କା ହଡ଼ପ କରିଛି ପୋଷ୍ଟ ମାଷ୍ଟର। ଜମାକାରୀଙ୍କ ଅସନ୍ତୋଷ।
ଭୁବନେଶ୍ୱରରେ ବରଯାତ୍ରୀ ବେଶରେ ଆସିଲେ ଚୋରଦଳ। ଉପହାର ଓ ୩ ଲକ୍ଷ ଟଙ୍କା ନେଇ ଚାଲିଗଲେ। odiaxpress
କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରେ ପାରିବାରିକ କଳହରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା ବାପା।
ବଲାଙ୍ଗୀର କଣ୍ଟାବାଞ୍ଜିରେ ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ମୃତ୍ୟୁ।
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ନିମପୁର ଗାଁରେ ୮୦ବର୍ଷ ବୟସର ବୃଦ୍ଧଙ୍କୁ ନାତି ଗାଁଦାଣ୍ଡରେ ଗୋଡ଼ାଇ ବିଧାଗୋଇଠା ମାରିଲା।
ଖୋର୍ଦ୍ଧା ବାଲିପାଟଣା ଶେଖପାଟଣା ବଜାରରେ ଅଟୋରେ ନିଆଁ ଲଗାଇ ପୋଡ଼ିଦେଲେ ଦୁର୍ବୃତ୍ତ, ରୋଜଗାର ହରାଇ ଚିନ୍ତାରେ ଚାଳକ।
ଜଗତସିଂହପୁରରେ ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନର ନୋଟିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦ୍ଦେଶ।
କୋରାପୁଟରେ ଅପରକୋଲାବ ଓ ମାଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପ, କିନ୍ତୁ ଜିଲ୍ଲାର ଦୁଇଶହ ଗ୍ରାମବାସୀ ଅନ୍ଧାରରେ ବଞ୍ଚୁଛନ୍ତି।
ପାମ୍ ତେଲରେ ସ୍ବାବଲମ୍ବୀ ହେବ କେନ୍ଦୁଝର, ଏବର୍ଷ ୪୦୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ।
ଛତିଶଗଡ଼ ବିଧାୟକଙ୍କୁ ନିଜ ରାଜ୍ୟରୁ ତଡିଦେଲେ ସୁପ୍ରିମକୋର୍ଟ। ସୀମାନ୍ତ ମାଲକାନଗିରିରେ ରହିବେ। odiaxpress
ଏସୀୟ ସୁଟିଂ ଚାମ୍ପିୟନସିପରେ ଚମକିଲେ କେନ୍ଦୁଝର ଝିଅ “ମାନ୍ୟତା ସିଂହ”। ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ କଲେ।
ଜାତୀୟ ଦୃଷ୍ଟିବାଧିକ କ୍ରିକେଟ୍ ପ୍ରତିଯୋଗିତା ‘ନଗେଶ ଟ୍ରଫି’ ଲାଗି ୧୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି।
ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ସମୀକ୍ଷା ଓ ସଂସ୍କାର ପାଇଁ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିବେ, କହିଲେ ସୀତାରମନ
ଏସୀୟ ଇନ୍ଡୋର ଦୌଡ଼କୁଦ ପ୍ରତିଯୋଗିତାରେ ତେଜସ୍ବିନଙ୍କୁ ସ୍ବର୍ଣ୍ଣ, ୫ ପଦକ ସହ ଭାରତ ଷଷ୍ଠ ସ୍ଥାନରେ।
କ୍ରିକେଟ ଟି୨୦ ବିଶ୍ବ କପରେ ବିପର୍ଯ୍ୟୟରୁ ବଞ୍ଚିଗଲା ଇଂଲଣ୍ଡ, ୪ ରନ୍ରେ ହାରିଲା ନେପାଳ।
ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବା ନେଇ ଏକାଠି ହେଲେ ବାଂଲାଦେଶ ଓ ପାକିସ୍ତାନ କ୍ରିକେଟ ବୋର୍ଡ।
ଭାରତୀୟ ବାୟୁସେନା ପାଇଁ ସରକାର କିଣିବେ ୧୧୪ ନୂତନ ରାଫେଲ୍।
ଆମେରିକା ଚାପରେ ପଡି ଭାରତର ତେଲ କମ୍ପାନି ରୁଷ୍ରୁ ତେଲ କିଣାକୁ ଏଡ଼ାଇବା ଆରମ୍ଭ କଲେ।
ପ୍ରଶାନ୍ତ ମହାସାଗରରେ ଅଲ ନିନୋ ଗଠନ ହୋଇପାରେ, ବିଶ୍ବରେ ହଠାତ ତାପମାତ୍ରା ବଢିଯିବ।
ବିବାଦୀୟ ଏପଷ୍ଟିନ୍ ଫାଇଲରେ ମୋଦୀଙ୍କ ପରେ ଦଲାଇଲାମାଙ୍କ ନାଁକୁ ନେଇ ଚର୍ଚ୍ଚା, ଖଣ୍ଡନ କଲା ଦଲାଇଲାମାଙ୍କ କାର୍ଯ୍ୟାଳୟ।
ରୁଷ ବିଶ୍ୱବିଦ୍ୟାଳୟରେ ୪ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼, ପୀଡ଼ିତଙ୍କ ରକ୍ତରେ କାନ୍ଥରେ ଅଙ୍କିତ ସ୍ୱସ୍ତିକ ଚିହ୍ନ ଭାଇରାଲ।
ଗତବର୍ଷ ଏଇ ସମୟରେ
ମୋ ବସ’ର ନାମ ବଦଳି ‘ଆମ ବସ’ ହେବ ବୋଲି ନିଷ୍ପତ୍ତି ନେଲେ ସରକାର।
ବୈତରଣୀ ଉପରେ କେନ୍ଦ୍ରାପଡା ଚାନ୍ଦବାଲିକୁ ନୂଆ ସେତୁ ହେବ, କହିଲେ ସରକାର।
ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଲା ବହୁମତ। ସରକାର ଗଢିବା ନିଶ୍ଚିତ ହେଲା।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ଦାନ୍ତବିନ୍ଧା ଦିବସ
ଆଜି ଜନ୍ମଦିନ: ରାହୁଲ ରୟ, ଅମୃତା ସିଂ, ଉଦିତା ଗୋସ୍ୱାମୀ, ପରିମାର୍ଜନ ନେଗି (ଚେସ)
ଆଜି ତିରୋଧାନ: ବାବା ଆମତେ, ଓପି ନାୟାର, ହରିହର ଦାସ (ପୁରୀ ସଂସ୍କୃତ କଲେଜ ପ୍ରତିଷ୍ଠାତା)
ଇତିହାସରେ ଆଜି: (୧୮୨୪) ବଙ୍ଗ କବି ମାଇକେଲ ମଧୁସୂଦନ ଦତ୍ତ ଖ୍ରୀଷ୍ଟିଆନ ହେଲେ/ (୧୯୩୧) ଭାରତରେ ମଣିଷ ଚିତ୍ର ଥିବା ଡାକ ଷ୍ଟାମ୍ପ ଆରମ୍ଭ/ (୧୯୫୧) ଦେଶର ପ୍ରଥମ ଜନଗଣନା କାମ ଆରମ୍ଭ/ (୧୯୭୧) ମହାକାଶଯାନ ଆପୋଲୋ ୧୪ ପୃଥିବୀକୁ ଫେରିଲା/ (୧୯୭୩) ବିଜୁ ପଟ୍ଟନାୟକ ବିରୋଧୀ ଦଳ ନେତା ହେଲେ/ (୨୦୦୯) ତାଜମହଲ ପାଖରେ ଅବୈଧ ନିର୍ମାଣ ଯୋଗୁଁ ୟୁପି ସରକାରକୁ ନୋଟିସ ଦେଲେ ସୁପ୍ରିମକୋର୍ଟ
ବନ୍ଦେ ଉତ୍କଳ ଜନନୀ 🪻🌻🪻
