ରାଜ୍ୟରେ ବଢୁଛି ଦିନ ତାପମାତ୍ରା, କିନ୍ତୁ ରାତିରେ ଥଣ୍ଡା ରହୁଛି।
ଯୁକ୍ତ ୨ ପରୀକ୍ଷାରେ ବିଭ୍ରାଟ ରୋକିବାକୁ ପରିଷଦର ଉଦ୍ୟମ। ପ୍ରତି କେନ୍ଦ୍ରକୁ ପ୍ରଶ୍ନପତ୍ର ତଥ୍ୟ ମାଗିଲେ।
ପଲ୍ୟୁସନ ସାର୍ଟିଫିକେଟ ଥିଲେ ଛାଡ଼ ହେବ ପୂର୍ବ ଜରିମାନା। ପ୍ରଦୂଷଣ ଜରିମାନାକୁ ଛାଡ଼ କଲେ ସରକାର। ୧୪ ଜାନୁଆରୀରୁ ଲାଗୁ
ରାଜ୍ୟରେ ୫୦ ହଜାର ଶିକ୍ଷକ ପଦ ଖାଲି, କିଛି ବିଦ୍ୟାଳୟରେ ତାଲା ପଡ଼ିଗଲାଣି।
ରାଜ୍ୟ ସରକାର ଅପଦସ୍ଥ। ଏସସି, ଏସଟି ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅମାନ୍ୟ ଘୋଷଣା କଲେ ଓଡିଶା ହାଇକୋର୍ଟ।
ଓପେକାର ୨୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ ଓଡିଶା ହାଇକୋର୍ଟ ସ୍ଥଗିତାଦେଶ ଲଗାଇଲେ।
ମୃତଶରୀର ନେବା ପାଇଁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବ। ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା ହେବ। କହିଲେ ମନ୍ତ୍ରୀ ମହାଲିଙ୍ଗ।
ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ପର୍ଯ୍ୟଟକଙ୍କ ପାଇଁ ତିନି ଦିନ ଶିମିଳିପାଳ ବନ୍ଦ ରହିବ।
ରାଷ୍ଟ୍ରପତିଙ୍କ ଗସ୍ତପାଇଁ ତିନି ଦିନ ଯାଜପୁର ‘ଡ୍ରୋନ୍ ମୁକ୍ତ ଅଞ୍ଚଳ’ ଘୋଷିତ।
କଟକ ମେଡ଼ିକାଲର ବରିଷ୍ଠ ଡାକ୍ତରଙ୍କୁ ସ୍କୁଟିରେ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ୨ ଲକ୍ଷ ୬୩ ହଜାର ଟଙ୍କା ଜବତ।
ବାଲେଶ୍ବର ଜିଲ୍ଲା ରେମୁଣା ଶ୍ରୀଜଙ୍ଗ ହାଇସ୍କୁଲର ଜଣେ ଅଷ୍ଟମ ଛାତ୍ରଙ୍କ ବ୍ୟାଗରୁ ମିଳିଲା ବନ୍ଧୁକ।
ଫୁଲବାଣୀରେ ଲାଞ୍ଚ ମାମଲାରେ ପୋଲିସ ଏଏସଆଇ ଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା।
ଯାଜପୁର ଜିଲ୍ଲା ସୁକିନ୍ଦାଗଡ଼ ପଞ୍ଚାୟତ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନରୁ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ।
ବଲାଙ୍ଗୀର ସଇଁତଳାରେ ଅଳିଆଗଦାରୁ ଉଦ୍ଧାର ଶିଶୁକନ୍ୟା ଡାକ୍ତରଖାନାରେ ଭର୍ତ୍ତି।
ରାୟଗଡା ଜିଲ୍ଲା କୁମ୍ବିକୋଟା ଅଞ୍ଚଳରେ ପାରିବାରିକ ବିବାଦରୁ ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀ ଅଟକ।
ମୟୁରଭଞ୍ଜ ବୈଶିଙ୍ଗାରେ ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ।
କେନ୍ଦୁଝର ବଡ଼ବିଲ ମାଙ୍କଡ଼ ହାଟିଂ ଜଙ୍ଗଲ ଜମିରେ ୨ ଏକର ଅଞ୍ଚଳରେ ଅଫିମ ଚାଷ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ କରାଗଲା।
ପୁରୀ ନିକଟ ସମୁଦ୍ରରେ ବାରଣ ସତ୍ତ୍ବେ ଚାଲୁଛି ଶହ ଶହ ଟ୍ରଲର। ସରକାରୀ ଅଧିକାରୀ ଓ ମାଛ ବେପାରୀଙ୍କ ମଧୁଚନ୍ଦ୍ରିକା।
ଝାରସୁଗୁଡାରେ ନବ ଦାସଙ୍କ ହତ୍ୟାକୁ ତିନିବର୍ଷ ପୁରିଲା। ନୂଆ ସରକାରରେ ବି ତଦନ୍ତ ଫଳହୀନ।
ଛାତିଶଗଡ଼ ବିଜାପୁର ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ସହ ଅନେକ ସାମଗ୍ରୀ ଜବତ।
ବାଲେଶ୍ବରରେ ଫସଲ ବୀମାରେ ୧୯ଲକ୍ଷ ୮୦ ହଜାର ଟଙ୍କା ଠକେଇ। ପୂର୍ବତନ ସମ୍ପାଦକ ଗିରଫ ହେଲେ।
ନୟାଗଡ଼ ଖଣ୍ଡପଡ଼ା ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିବାଦ, ଟାଉନ୍ ଥାନାରେ ଫେରାଦ।
ଚୌଦ୍ବାରରେ ଇମ୍ଫା କମ୍ପାନୀରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ୧୦ ଘଣ୍ଟା ଧାରଣା।
ଶିକ୍ଷାବର୍ଷ ସରିବ, କିନ୍ତୁ ଏପର୍ଯ୍ୟନ୍ତ ପିଲାଙ୍କୁ ମିଳିଲାନି ସ୍କୁଲ ୟୁନିଫର୍ମ।
ପୁଣି କୋରାପୁଟର କୋଟିଆର ବିବାଦୀୟ ଗାଁକୁ ଆମର ବୋଲି ଦାବି କଲା ଆନ୍ଧ୍ର।
ଜାନୁଆରି ୩୧ରୁ ଉତ୍ତର ଭାରତରେ ପ୍ରବଳ ତୁଷାରପାତ ଓ ବର୍ଷା ସମ୍ଭାବନା।
ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ। କେନ୍ଦ୍ର ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗକୁ ନୋଟିସ।
ସଂସଦରେ ୨୫-୨୬ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେଲା। ଅଭିବୃଦ୍ଧି ଆକଳନ ୭.୪%।
ବରୋଦାରେ ଡବ୍ଲ୍ୟପିଏଲ ରେ ୟୁପିକୁ ହରାଇ ଆରସିବି ଫାଇନାଲରେ ପହଁଚିଲା।
ସୁନା ଭରି ୧.୮୦ଲକ୍ଷ, ରୂପା କିଲୋ ୪ ଲକ୍ଷ ଟପିଲା।
ଗତବର୍ଷ ଏଇ ସମୟରେ
ଉତ୍କର୍ଷ ଓଡ଼ିଶା ମେକଇନ ଓଡ଼ିଶା କନକ୍ଲେଭରେ ୧୪୫ ଏମଓୟୁ, ୧୩ଲକ୍ଷ କୋଟିର ପ୍ରସ୍ତାବ, ୯ଲକ୍ଷ ନିଯୁକ୍ତି ସୃଷ୍ଟି ବୋଲି ସରକାରୀ ଦାବୀ
ରାଜ୍ୟରେ ମହିଳା ଶିଳ୍ପ ପାର୍କ ଓ ଇପିକଲରେ ସ୍ଵତନ୍ତ୍ର ସେଲ୍ ହେବ ବୋଲି କହିଥିଲେ ସରକାର
ବିଷାକ୍ତ ବୋଲି ୟୁରୋପୀୟ ବଜାରରୁ ହଟିଲା କୋକା କୋଲା।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ବଳିଦାନ ଦିବସ
ବିଶ୍ୱ କୁଷ୍ଠ ଦିବସ
ଆଜି ଜନ୍ମଦିନ: ଜୟଶଙ୍କର ପ୍ରସାଦ, ଚିଦାମ୍ବରମ ସୁବ୍ରମନ୍ୟମ, ଅମୃତା ଶେରଗିଲ, ପ୍ରିୟଦର୍ଶନ, ପଦ୍ମଚରଣ ନାୟକ (ସଂସ୍କାରକ, କେନ୍ଦ୍ରାପଡା)
ଆଜି ତିରୋଧାନ: ମୋହନଦାସ ଗାନ୍ଧୀ, ମାଖନଲାଲ ଚତୁର୍ବେଦୀ
ଇତିହାସରେ ଆଜି: (୧୬୪୯) ଇଂଲଣ୍ଡ ସମ୍ରାଟ ଚାର୍ଲସ୧ ଙ୍କୁ ଫାଶୀ/ (୧୯୪୮) ନାଥୁରାମ ଗଡସେ ଗୁଳିରେ ମୋହନଦାସ ଗାନ୍ଧୀ ମୃତ/ (୧୯୯୪) ରିଚାର୍ଡ ହାର୍ଡଲି ଙ୍କ ବିଶ୍ୱ ରେକର୍ଡ ସମକକ୍ଷ ହେଲେ କପିଲ ଦେବ/ (୨୦୦୪) ମଙ୍ଗଳ ଗ୍ରହରେ ଆଇରନ ଅକ୍ସାଇଡ଼ ଆବିଷ୍କାର/ (୨୦୦୭) କୋରସ ଷ୍ଟିଲ ଗ୍ରୁପକୁ କିଣିଲା ଟାଟା
ବନ୍ଦେ ଉତ୍କଳ ଜନନୀ 🪻🌻🪻
