ବ୍ୟୁରୋ ରିପୋର୍ଟ (ପରିସ୍କାର ଓଡିଶା ନ୍ୟୁଜ):
ବିଜୟ ଶୋଭାଯାତ୍ରାରେ ବାଣଫୁଟେଇବା ସମୟରେ ହାବିଲଦାର କୃଷ୍ଣ ଚନ୍ଦ୍ର ବାଘ ଗୁରୁତର | ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରରେ | ଉକ୍ତ ଘଟଣାରେ ତାଙ୍କର ବାମ ହାତର ଆଙ୍ଗୁଳିରେ ବାଣ ଫୁଟିଥିବା ଜଣାପଡିଛି | ବିଗତ କିଛିଦିନ ତଳେ ପୋଲିସ ନିର୍ବାଚନ ଅନୁଷ୍ଠିତ ହୋଇଥିଲା | ବିଜୟ ହାସଲ କରିବା ପରେ ଆଜି ପୋଲିସ ସଙ୍ଘ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା | ଉକ୍ତ ଶୋଭାଯାତ୍ରାଟି ରାୟଗଡ଼ା ସହରର ସାଇ ଇଣ୍ଟରନେଶନାଲ ହୋଟେଲ ଛକଠାରୁ ଆରମ୍ଭ ହୋଇ ରାୟଗଡ଼ା ସହରର କପିଳାଶ ଛକ ଅଭିମୁଖେ ଆସୁଥିଲା | ଉକ୍ତ ଘଟଣାଟି ଗଙ୍ଗା ଗେରେଜ ନିକଟରେ ଘଟିଥିଲା | ତତ୍ ପରେ ଆହତ ହୋଇଥିବା ହାବିଲଦାର କୃଷ୍ଣ ଚନ୍ଦ୍ର ବାଘଙ୍କୁ ତାଙ୍କ ପୋଲିସ ସାଥି ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିସ୍ୟଳୟକୁ ନେଇଥିଲେ ସେଠାରେ ତାଙ୍କ ହାତର ଅବସ୍ଥା ଗୁରୁତର ରହିଥିବାରୁ ଅଧିକ ଚିକିସ୍ୟ ନିମନ୍ତେ ବିଶାକାପାଟ୍ନାମ ସ୍ଥାନାନ୍ତର କରିବା ନେଇ ସୂଚନା ମିଳିଛି |
