୫୦୦ମେଟ୍ରିକ ଟନ ଶୀତଳ ଭଣ୍ଡାର ଉଦଘାଟିତ

କେନ୍ଦ୍ରାପଡ଼ା,୧୬/୧୨(ବ୍ୟୁରୋ): କେନ୍ଦ୍ରାପଡ଼ା ନିୟନ୍ତ୍ରିତ କମିଟି ବଜାର ଠାରେ ୫୦୦ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଶୀତଳ ଭଣ୍ଡାରକୁ ସାଂସଦ,କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି | ଉଦଘାଟନି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ,ଜିଲ୍ଲାପାଳ ରଘୁରାମ ଆର ଆୟର,ଚାଷୀ ନେତା ବିଚିତ୍ର କୁମାର ପ୍ରଧାନ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବିଦ୍ୟାଧର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ୧କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୀତଳ ଭଣ୍ଡାରରେ ୫ ଟି ଚାମ୍ବର ରହିଛି,ଯାହାଫଳରେ କି ଜିଲ୍ଲାର ଚାଷୀ ମାନେ ତାଙ୍କର ଉତ୍ପାଦିତ ବଳକା ପନିପରିବା ରଖି ଭବିଷ୍ୟତରେ ଲାଭବାନ ହୋଇପାରିବେ।ଏହା ସହିତ ସାଂସଦ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରାଣୀ ଆଶୁ ଚିକିତ୍ସା ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି ।ଏବଂ ଖରିଫ ଧାନ ୨୦୨୫-୨୬ ର କ୍ରୟ ନିମନ୍ତେ ପ୍ରଚାର ରଥ ଗାଡିର ଶୁଭାରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!