ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଜନ ସମ୍ମିଳନୀ–ଭିବି ଜି ରାମ ଜିର ଶୁଭାରମ୍ଭ

ବ୍ୟୁରୋ ରିପୋର୍ଟ
ପରିସ୍କାରଓଡିଶା ନ୍ୟୁଜ

ରାୟଗଡ଼ା, ଜୁଲାଇ ୨: ଆଜି ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ସମ୍ମିଳନୀ- ତଥା-ଭିବି ଜି ରାମ ଜିର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ SDC ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, SDC ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା , ଅତିରିକ୍ତ ଜିଲ୍ଲାପାଳ( ସାଧାରଣ)ଶ୍ରୀ ନବୀନ ଚନ୍ଦ୍ର ନାୟକ, CDO- ତଥା-EO, ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଏବଂ ରାୟଗଡ଼ା ଜିଲ୍ଲାର ଓମ୍ବୁଡ୍ସମ୍ୟାନ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ (BDO), ସହକାରୀ ନିର୍ବାହୀ ଯନ୍ତ୍ରୀ (AEE), କନିଷ୍ଠ ଯନ୍ତ୍ରୀ (JE), ଜନପ୍ରତିନିଧିମାନେ ଏବଂ VB G RAM G ହିତାଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।

କାର୍ଯ୍ୟକ୍ରମର ଆରମ୍ଭ ଦୀପ ପ୍ରଜ୍ୱଳନ ସହିତ ହୋଇଥିଲା, ପରେ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଏହି ନୂତନ ଆଇନର ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ତିନିଜଣ ହିତାଧିକାରୀଙ୍କୁ ଯୋଜନା ଅଧୀନରେ ନୂତନ କାର୍ଯ୍ୟ ମଞ୍ଜୁର କରାଯାଇଥିଲା।

ନୂତନ ଆଇନର ବିଭିନ୍ନ ପ୍ରାବଧାନ ଏବଂ କାର୍ଯ୍ୟାନ୍ବୟନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା। କାର୍ଯ୍ୟସ୍ଥଳରେ ଯୋଗାଇଦେବାକୁ ଥିବା ଆବଶ୍ୟକ ସୁବିଧା ସମ୍ପର୍କରେ ଅଂଶଗ୍ରହୀମାନଙ୍କୁ ସଚେତନ କରିବା ପାଇଁ ସ୍ଥଳରେ କାର୍ଯ୍ୟସ୍ଥଳ ସୁବିଧାର ଏକ ସଜୀବ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!