*ଜିଲ୍ଲା ସ୍ତରୀୟ ୭୭ତମ ବନମହୋତ୍ସବ ପାଳନ – ୨୦୨୬(ମାଙ୍କ ନାମରେ ଗଛଟିଏ )*

ବ୍ୟୁରୋ ରିପୋର୍ଟ
ପରିସ୍କାରଓଡିଶା ନ୍ୟୂଜ

ଆଜି ଅଦ୍ୟ ତାରିଖ – ୦୩.୦୭.୨୦୨୬ ରେ ସକାଳ ୯.୩୦ ସମୟରେ ରାୟଗଡା ବନଖଣ୍ଡ ଅନ୍ତର୍ଗତ ରାୟଗଡା ବନାଞ୍ଚଳ ର ଅଡୁଗୁଡା ଗ୍ରାମ ନିକଟସ୍ଥ ସହରାଞ୍ଚଳ ବନୀକରଣ ପରିସରରେ ଜିଲ୍ଲା ସ୍ତରୀୟ ୭୭ ତମ ବନମହୋତ୍ସବ ସପ୍ତାହ ପାଳନ ଉଦ୍ଧେଶ୍ୟରେ ମାଙ୍କ ନାମରେ ଗଛଟିଏ  କାର୍ଯକ୍ରମ ଅନୁଷ୍ଠୀତ ହୋଇଥିଲା । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଆପଲସ୍ଵମୀ କାଡ୍ରାକା , ମାନ୍ୟବର ବିଧାୟକ , ରାୟଗଡା ଯୋଗଦାନ କରି ନିଜ ମାଁ ଙ୍କ ନାମ ରେ ଏକ ଗଛ ଟିଏ ରୋପଣ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ ।
ଏହି କାର୍ଯକ୍ରମ ରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟି ର ପ୍ରତିନିଧି ବୃନ୍ଦ, ରାୟଗଡା,ଶ୍ରୀଯୁକ୍ତ ନବୀନ ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାୟଗଡା ,  ଶ୍ରୀଯୁକ୍ତ ସୁଜିତ କୁମାର ମିଶ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ରାୟଗଡା ବ୍ଲକ , ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ବାଇଁ , ତହସିଲଦାର , ରାୟଗଡା , ଶ୍ରୀଯୁକ୍ତ କୁଲଦୀପ କୁମାର , Executive ଅଫିସର , ରାୟଗଡା municipality , ଶ୍ରୀଯୁକ୍ତ ଧନୁଞ୍ଜୟ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡା , ଶ୍ରୀ ପ୍ରଭାକର ଉପାଧ୍ୟୟ , ଦ୍ଵିତୀୟ commandant , crpf ,  ଶ୍ରୀ ସଞ୍ଜୟ ରାଉତ , ଦ୍ଵିତୀୟ commandant, crpf , ଶ୍ରୀ ସାଲିମ କୁମାର ଏସ , ଉପ commandant , crpf ସହ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ତଥା MITS କଲେଜ ର ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଡୁଗୁଡ଼ା ଗ୍ରାମର ଗ୍ରାମବାସୀ ଏବଂ ଗଣମାଧ୍ୟମର ପ୍ରତିନିଧି ବୃନ୍ଧ ଉପସ୍ଥିତ ରହି ସମସ୍ତେ ନିଜ ମାଙ୍କ ନାମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିଥିଲେ।
    ପରିଶେଷରେ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ ବନଖଣ୍ଡ ଅଧିକାରୀ ରାୟଗଡା ଉପସ୍ଥିତ ଗଣ ମାଧ୍ୟମ ପ୍ରତିନିଧିଙ୍କ ମଧ୍ୟମରେ ରାୟଗଡା ଜନସାଧାରଣଙ୍କୁ ଚଳିତ ବର୍ଷ ବନବିଭାଗର ବିଭିନ୍ନ ନର୍ସରୀ ଗୁଡ଼ିକରୁ ଚାରା ପିଛା ୧ ଟଙ୍କା ମୂଲ୍ୟରେ ନେଇ ନିଜ ବାଡ଼ି ବଗିଚାରେ ରୋପଣ କରି ପରିବେଶକୁ ସବୁଜ ଓ ସୁନ୍ଦର କରିବାକୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ଶ୍ରୀ ଅନିଲ କୁମାର ପାଣିଗ୍ରାହୀ ବନାଞ୍ଚଳ ଅଧିକାରୀ ରାୟଗଡା ସୂଚାରୁ ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!