ରାୟଗଡ଼ ପୌରାଞ୍ଚଳରେ SIR ଫର୍ମ ପୂରଣ ଓ ଡିଜିଟାଇଜେସନ ପ୍ରକ୍ରିୟାର ସମୀକ୍ଷା କଲେ ଜିଲ୍ଲାପାଳ

ବ୍ୟୁରୋ ରିପୋର୍ଟ

ପରିସ୍କାରଓଡ଼ିଶା ନ୍ୟୂଜ

ରାୟଗଡ଼, ତା. ୧୮.୦୬.୨୦୨୬: ରାୟଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଶୁତୋଷ କୁଲକର୍ଣୀ ଆଜି ୧୪୦-ରାୟଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାୟଗଡ଼ ପୌରାଞ୍ଚଳ ପରିଦର୍ଶନ କରି ଚାଲିଥିବା SIR ଫର୍ମ ପୂରଣ ଏବଂ ଡିଜିଟାଇଜେସନ ପ୍ରକ୍ରିୟାର ଅଗ୍ରଗତି ସମୀକ୍ଷା କରିଥିଲେ।

ସମୀକ୍ଷା ସମୟରେ ଜିଲ୍ଲାପାଳ ଫର୍ମ ସଂଗ୍ରହ, ଯାଞ୍ଚ ଓ ଡିଜିଟାଇଜେସନ କାର୍ଯ୍ୟର ଅଗ୍ରଗତି ବିଷୟରେ ଅବଗତ ହୋଇଥିଲେ। ଏହି ପ୍ରକ୍ରିୟାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଠିକ ଭାବେ ସମ୍ପନ୍ନ କରିବା ପାଇଁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଏହି ସମୀକ୍ଷା ବୈଠକରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇ.ଆର୍.ଓ.) ତଥା ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଜେନା, ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏ.ଇ.ଆର୍.ଓ.) ତଥା ପୌର ନିର୍ବାହୀ ଅଧିକାରୀ, ରାୟଗଡ଼ ପୌରପରିଷଦ ଶ୍ରୀ କୁଲଦୀପ କୁମାର ଏବଂ ସୁପରଭାଇଜରମାନେ ଉପସ୍ଥିତ ଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ସମ୍ବନ୍ଧୀୟ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁଚାରୁ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!