ବ୍ୟୁରୋ ରିପୋର୍ଟ
ପରିସ୍କାରଓଡିଶା ନ୍ୟୁଜ
- ଅଣ ସଂଯୋଜିତ ଭୋଟରଙ୍କୁ ଜାରିହେବ ନୋଟିସ
- ଆପତ୍ତି ଓ ଅଭିଯୋଗ ର ହେବ ଶୁଣାଣି
- ପଞ୍ଜିକୃତ ହେବେ ନୂତନ ଭୋଟର
- ବାଦ୍ ପଡ଼ିଥିବା ଭୋଟରଙ୍କ ଆପତ୍ତି ର ହେବ ଶୁଣାଣି
ରାୟଗଡ଼ ତା ୨.୭.୨୦୨୬
ଆସନ୍ତା ଜୁଲାଇ ପାଞ୍ଚ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶନ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ଚିଠା ପ୍ରକାଶନ ନିମନ୍ତେ ବ୍ୟବସ୍ଥା କରିବା ସହ ବୁଥ ସ୍ତରୀୟ ଅଧିକାରୀଙ୍କୁ ଆଵଶ୍ୟକ ତାଲିମ ପ୍ରଦାନ ପାଇଁ ତିନିଜଣ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଜୁଲାଇରେ ପ୍ରତିଟି ନିର୍ବାଚନ ମଣ୍ଡଳୀରେ ଅନେକ ନୂତନ ବୁଥ ଚିହ୍ନଟ କରାଯାଇଥିବା ବେଳେ ସେଥିନିମନ୍ତେ ନୂତନ ବୁଥ ଅଧିକାରୀ ମଧ୍ୟ ନିଯୁକ୍ତ କାର୍ଯ୍ୟ ଶେଷ ହୋଇଛି।
ରାୟଗଡ଼ ନିର୍ବାଚନ ମଣ୍ଡଳୀର ରାୟଗଡ଼ ବ୍ଲକ ଓ ପୌରାଞ୍ଚଳରେ ଗୁରୁବାର ଦିନ ଉଭୟ ନୂଆ ଓ ପୁରୁଣା ବୁଥ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଉକ୍ତ ତାଲିମରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରମେଶ କୁମାର ଜେନା ଯୋଗଦେଇ ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଏସ ଆଇ ଆର କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସୁରୁଖୁରୁରେ ଶେଷ କରି ରାୟଗଡ଼ ଜିଲ୍ଲାକୁ ଓଡ଼ିଶାରେ ଦ୍ୱିତୀୟ ସ୍ଥାନରେ ରଖି ସୁନାମ ଅର୍ଜନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ୨୦୦୨ ଭୋଟର ତାଲିକା ରେ ନାମ ନଥିବା ଚିହ୍ନଟିକୃତ ପରିବାରବର୍ଗଙ୍କୁ ନୋଟିସ ଜାରିକରିବା ସହ ଅଣସଂଯୋଜିତ ଓ ତ୍ରୁଟିପୂର୍ଣ୍ଣ ତଥ୍ୟ ସମ୍ବଳିତ ଭୋଟରଙ୍କ ଠାରୁ ଆବଶ୍ୟକ ଦସ୍ତାବିଜ୍ ସଂଗ୍ରହ ଓ ଦାବି ଗୁଡିକର ଫୈସଲା ନିମନ୍ତେ ବିଧି ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା ।
ରାୟଗଡ଼ ବିଡ଼ିଓ ଶ୍ରୀ ସୁଜିତ କୁମାର ମିଶ୍ର, ସହକାରୀ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ସ୍ୱାଇଁ , ଏବିଡ଼ିଓ କାଳୁ ଚରଣ ନାୟକ, ପୌରପାଳିକା ନିର୍ବାହୀ ଅଧିକାରୀ କୁମାର ଦିଲ୍ଲୀପ ଓ ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ପ୍ରମୁଖ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ।
ପୂର୍ବ କାର୍ଯ୍ୟ ଗୁଡ଼ିକ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଥମେ ଶେଷ କରିଥିବାରୁ ଶିକ୍ଷକ ପ୍ରମୋଦ କୁମାର ମାର୍ଥାଙ୍କୁ ଉପଜିଲ୍ଲାପାଳ ଶ୍ରୀ ଜେନା ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପଢୌକନ ଏବଂ ସିଲ ପ୍ରଦାନ କରି ସମ୍ମାନିତ କରିଥିଲେ ।
ସମସ୍ତ ଭୋଟର ନିଜ ନାମକୁ ଚିଠା ଭୋଟର ତାଲିକା ରେ ଜାଞ୍ଚକରି ଦେଖନ୍ତୁ, ନାମ ନଥିଲେ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରି ନାମ ଯୋଗକରିବା ନିମନ୍ତେ ପଦକ୍ଷେପ ନେବାକୁ ରାୟଗଡବାସୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ଜେନା ଅପିଲ କରିଛନ୍ତି।
