ଖବର ଆଜିର, ୪ ମେ, ସୋମବାର

ରାଜ୍ୟରେ କାଳବୈଶାଖୀ ଜାରି ରହିଛି। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଓଡ଼ିଶା ଉପକୂଳ ଦୁଇ ଦିନ ପର୍ଯ୍ୟନ୍ତ ଅଶାନ୍ତ ରହିବ।

ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ପ୍ରାୟ ୧.୨୩ ଲକ୍ଷ ହିତାଧିକାରୀଙ୍କୁ ଆଜି ମଇ ୪ ରେ ସହାୟତା ରାଶି ପ୍ରଦାନ କରାଯିବ।

ସୁଜଳା ଅଭିଯାନ ଅଧୀନରେ ସହରାଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ୧,୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଓଡ଼ିଶାରେ ଜମି ରେକର୍ଡ ଏସଓପି (SOP) ସଂଶୋଧନ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ରେ ନାମଲେଖା ଅବଧିକୁ ମଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଓମ୍‌ଫେଡ୍ କ୍ଷୀର ଦରରେ ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଏହା ଖାଉଟିଙ୍କ ପାଇଁ ଚିନ୍ତା ହୋଇଛି।

ଓଡ଼ିଶା ଉପକୂଳରେ ଦ୍ୱିତୀୟ ଥର ପାଇଁ ଦୂରଗାମୀ ହାଇପରସୋନିକ୍ ଆଣ୍ଟି-ସିପ୍ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି।

ଭଦ୍ରକ ଚାନ୍ଦବାଲି ଠାରେ କୋଟି କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ ଅଚଳ। ଚାନ୍ଦବାଲି, ଧାମନଗର ଓ ତିହିଡି ବ୍ଲକରେ ଲୁଣା ପାଣି ପିଉଛନ୍ତି ଲୋକେ।

ଭୁବନେଶ୍ବରର ଘରୋଇ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ୍‌ରେ ଛାତ୍ରଙ୍କ ମୃତ୍ୟୁ। ହୋହାଲ୍ଲା ସହ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସହପାଠୀ। ମୃତକ ବିଟେକ୍ ପ୍ରଥମ ବର୍ଷ ଛାତ୍ର ବିଶ୍ବାସ ସ୍ବାଇଁ।

ଯାଜପୁର ଜିଲ୍ଲାରେ ଦହିବରା ଖାଇ ୫୮ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ମୟୁରଭଞ୍ଜ ଉଦଳା ଅଞ୍ଚଳରେ ଲୁଗା ଦୋଳିରେ ଛନ୍ଦି ହୋଇ ଚାଲିଗଲା ନାବାଳକର ଜୀବନ, ଜଗନ୍ନାଥୀ ଗାଁରେ।

ଗଞ୍ଜାମ ଭଞ୍ଜନଗର-ଦଶପଲ୍ଲା ରାସ୍ତାରେ ନିର୍ମାଣାଧୀନ କଲଭର୍ଟ ଠାରେ ମାଟି ଅତଡ଼ା ସହ ଏକ ମିକ୍ସଚର ଗାଡ଼ି ଓଲଟିବାରୁ ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ।

ଭଦ୍ରକ ପୁଲିସ ଦ୍ଵାରା ୩ ଜଣ ଅପହରଣକାରୀ ଥାନାରେ ଅଟକ। କାଜୁ ବେପାର ପାଇଁ ୮୦ ଲକ୍ଷ ଟଙ୍କା ଠକେଇ ନେଇ ଏଭଳି ଅପହରଣ ନାଟକ ରଚନା।

ବାଲେଶ୍ଵର ରେମୁଣାରେ ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ।

ସୁନ୍ଦରଗଡ ବଣାଇରେ ନାମଯଜ୍ଞ ବେଳେ କାନ୍ଥ ପଡ଼ି ୧୬ ଆହତ, ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ।

ଭଦ୍ରକରେ ଜାଳିଦେଲେ ଵେଆଇନ ଗୋରୁ ବୋଝେଇ ଗାଡ଼ି, ୬ରୁ ଅଧିକ ଗୋରୁ ଉଦ୍ଧାର।

ବାତ୍ୟା ଫନି କୁ ପୁରିଲା ସାତବର୍ଷ। ଏଇ ସମୟରେ ଆସନ୍ତା ସପ୍ତାହରେ ଆସୁଥିବା ଲଘୁଚାପକୁ ନେଇ ଲୋକେ ଆତଙ୍କିତ।

🇳🇪
ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ସକାଳ ୮ଟାରୁ ଆରମ୍ଭ ହେବ।

ଦେଶର ୫୫୧ଟି ସହରରେ ନିଟ୍-ୟୁଜି (NEET-UG) ୨୦୨୬ ପରୀକ୍ଷା ଶେଷ ହୋଇଛି।

ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ଆବାସିକ ବିଲଡିଂରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀର ଯୁବ ବିଚାରପତି ଅମନ ଶର୍ମାଙ୍କ ଆତ୍ମହତ୍ୟା। ପତ୍ନୀଙ୍କ ତାଡନା ଯୋଗୁଁ ଏପରି ପଦକ୍ଷେପ ବୋଲି ଅଭିଯୋଗ।

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସରେ ଭାରତର ୧୫୭ତମ ସ୍ଥାନକୁ ନେଇ ସମାଲୋଚନା କଲା କଂଗ୍ରେସ।

ଆଟଲାଣ୍ଟିକ୍ ସାଗରରେ ଏକ ଜାହାଜରେ ହାଣ୍ଟାଭାଇରସ୍ ସଂକ୍ରମଣ ଯୋଗୁଁ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

କାନାଡ଼ା ପକ୍ଷରୁ ଖଲିସ୍ତାନ ଚରମପନ୍ଥୀଙ୍କୁ ‘ଜାତୀୟ ସୁରକ୍ଷା ପାଇଁ ବିପଦ’ ଭାବେ ଘୋଷଣା କରାଯାଇଛି।

ଇସ୍ରାଏଲ୍ ଆମେରିକାଠାରୁ ନୂତନ ଯୁଦ୍ଧ ବିମାନ କିଣିବା ଚୁକ୍ତିକୁ ଅନୁମୋଦନ କରିଛି।

ନାଇଜେରିଆର ‘ମହିଳା ନିର୍ଯ୍ୟାତନା ଉତ୍ସବ’କୁ ନେଇ ସାରା ବିଶ୍ୱରେ ଅସନ୍ତୋଷ।

ହର୍ମୁଜ୍ ଅବରୋଧ ଯୋଗୁଁ ୧୪ ବର୍ଷ ପରେ ସିରିଆ ଦେଇ ତୈଳ ରପ୍ତାନି ପୁଣି ଆରମ୍ଭ କଲା ଇରାକ।

ନେଦରଲାଣ୍ଡରେ ଡଚ୍ ରାଜକୁମାରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ବିଫଳ। କୁରାଢ଼ି ସହ ସନ୍ଦିଗ୍ଧ ଗିରଫ ।

ଭାରତର ଚିକେନ୍ ନେକ୍ ପାଖରେ ବାଂଲାଦେଶର ବାୟୁ ପ୍ରତିରକ୍ଷା ମୁତୟନ। ଆମେରିକା କରୁଛି ସହଯୋଗ।

🏀🏏🏸🚴🏼‍♂️
ରାଜ୍ୟସ୍ତରୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଚାମ୍ପିଅନ ହୋଇଛି।

ଆଇପିଏଲ୍ ୨୦୨୬ ରେ ଗୁଜରାଟ ଏକ ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ପରାସ୍ତ କରିଛି। ଅନ୍ୟପଟେ କୋଲକାତା ଦଳ ହାଇଦ୍ରାବାଦକୁ ୭ ୱିକେଟ୍‌ରେ ପରାସ୍ତ କରି ବିଜୟୀ ହୋଇଛି।

ଗତବର୍ଷ ଏଇ ସମୟରେ
ପୁରୀ ମନ୍ଦିରର ଦାରୁ କାଠରେ ମୂର୍ତ୍ତି କରି ଦଇତାପତି ରାମକୃଷ୍ଣ ମହାପାତ୍ର ପଶ୍ଚିମବଙ୍ଗକୁ ଦେଇ ଧରା ପଡ଼ିଥିଲେ।

ରାଜଭବନ କେବଳ ସୌର ଶକ୍ତିରେ ଚାଲିବ, ପ୍ରତିଷ୍ଠା ହେବ ୫୫୦ କିଲୋୱାଟ୍‌ ସୌର ପ୍ଲାଣ୍ଟ, କହିଥିଲେ ସରକାର।

*ମାଗଣାରେ ଟିଭି ଓ ମୋବାଇଲରେ 300 ଚାନେଲ ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel’ ଡାଉନଲୋଡ଼ କରନ୍ତୁ

ରୋଡେ ଉପଦ୍ବୀପ ସ୍ୱାଧୀନତା ଦିବସ

ଆଜି ଅନ୍ତର୍ଜାତୀୟ ନିଆଁ ଲିଭାଳି ଦିବସ
ଅନ୍ତର୍ଜାତୀୟ କୋଇଲା ଖଣି ଖୋଳାଳି ଦିବସ

ଆଜି ଜନ୍ମଦିନ: ଟିନୁ ଆନନ୍ଦ, ସାମ ପିତ୍ରଡ଼ା, ସିଦ୍ଧାନ୍ତ ମହାପାତ୍ର, ନିତ୍ୟାନନ୍ଦ କାନୁନଗୋ (ନେତା, କଟକ), ରୋସନାରା ପରବିନ (କ୍ରିକେଟ, ବଲାଙ୍ଗୀର)

ଆଜି ତିରୋଧାନ: ଟିପୁ ସୁଲତାନ

ଇତିହାସରେ ଆଜି ଦିନ: (୧୭୯୯) ଶିରଙ୍ଗାପତମ ଦୁର୍ଗ ଅକ୍ତିଆର କଲେ ବ୍ରିଟିଶ ସୈନିକ/ (୧୮୭୮) ଥୋମାସ ଏଡିସନଙ୍କ ଫୋନଗ୍ରାମ ପ୍ରଦର୍ଶିତ ହେଲା/ (୧୯୮୯) ଫ୍ଲୋରିଡାରୁ ନାସା ଲଞ୍ଚ କଲା ବୃହସ୍ପତି ମିଶନ/ (୧୮୯୬) ଲଣ୍ଡନ ଡେଲି ମେଲ ର ପ୍ରକାଶନ ଆରମ୍ଭ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!