ଖବର ଆଜିର, ୨୮ ଅପ୍ରେଲ, ସୋମବାର

ରାଜ୍ୟର ୧୫ଟି ସହର ୪୦ଂ ଉପରେ ଜକୁଛି। ଝାରସୁଗୁଡ଼ାରେ ୪୪.୭ଂ।

ସମସ୍ତ ରାଜସ୍ୱ ମାଫ୍ ପ୍ରସ୍ତାବକୁ ଶୀଘ୍ର ସମ୍ପାଦନ କରିବା ସହିତ ଜମି ଦ୍ୱାରା ଜମିପଟ୍ଟା ସଂଶୋଧନ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ।

ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ଶୀଘ୍ର ପ୍ରକାଶ ପାଇବ। ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ।

ଆସନ୍ତା ରଥଯାତ୍ରାରେ ପୁରୀରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍।ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ ୧୬୦୦ଟି ଶୌଚାଳୟ।

ମେ ୧୧ରୁ ଖୋଲିବ ବରଗଡ଼ ମଣ୍ଡି। ଅତାବିରାରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଆଲୋଚନା ହୋଇଛି।

ଓଡିଶାରୁ ଲକ୍ଷ ଲକ୍ଷ ବଙ୍ଗାଳୀ ଭୋଟର ଭୋଟ ଦେବାକୁ ଯାଉଛନ୍ତି ପଶ୍ଚିମବଙ୍ଗ। ବସ ଓ ଟ୍ରେନ ପ୍ରବଳ ଭିଡ।

ଭୁବନେଶ୍ୱର ଚୁନକୋଳି ବସ୍ତିରୁ ଧରାପଡ଼ିଲା ଗ୍ୟାସ କଳାବଜାରୀ, ଜବତ ହେଲା ସିଲିଣ୍ଡର ଭର୍ତ୍ତି ଗାଡ଼ି, ବସ୍ତି ଲୋକଙ୍କ ନାଁରେ ନକଲି ଖାତା।

ବାଲେଶ୍ୱର ଶାସନପଦାରେ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକଙ୍କ ଅସନ୍ତୋଷ। ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇ ରଖିଲେ ଅଭିଭାବକ ଓ ଗ୍ରାମବାସୀ।

ସୁନ୍ଦରଗଡ଼ ଶିଶୁକନ୍ୟା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କାର ଜରିମାନା।

ମୟୁରଭଞ୍ଜ ରାଇରଙ୍ଗପୁର ଅଞ୍ଚଳର ଆଦିବାସୀ ଯୁବତୀ ଦିଲ୍ଲୀରେ ବିକ୍ରି ହେଲା। ଉଦ୍ଧାର ହେଲା ସି‌ନଗୋ।

ମାଲକାନଗିରି ଜିଲ୍ଲାରୁ ଆନ୍ଧ୍ରକୁ ୧୪ ଶିଶୁଙ୍କୁ ଚାଲାଣ ସମୟରେ ଚାଇଲ୍ଡଲାଇନ୍ ଉଦ୍ଧାର କଲା। ସମର କୋର୍ସ ଓ ସୁଟିଂ ନାଁରେ ଚାଲିଛି ଶିଶୁ ବ୍ୟବସାୟ।

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ବାଲି ଲୁଟ୍ । ନଦୀ ଭିତରେ ରାସ୍ତା ତିଆରି କରି ହେଉଛି ବେଆଇନ ବାଲିଚାଲାଣ। ପ୍ରଶାସନ ଚୁପ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଲୁଟ। କାମ ନ ହୋଇ ମିଛ ବିଲ୍ ଓ ଗୋଟିଏ ପ୍ରକଳ୍ପର ନାଁ ବଦଲାଇ ୫ ଥର ବିଲ୍ କରିଦିଆଯାଇଛି।

ବାଲେଶ୍ଵର ଚାନ୍ଦିପୁର ଅଞ୍ଚଳରେ ଗୋଟିଏ ଘରୁ ଶାଳୀ ଓ ଭିଣୋଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

🇳🇪
ଚଳିତ ଆର୍ଥିକବର୍ଷରେ ଦେଶର ସାର ସବ୍‌ସିଡି ରାଶି ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇପାରେ ।

ଲଦାଖରେ ଗଠିତ ହେବ ୫ଟି ନୂଆ ଜିଲ୍ଲା, ପ୍ରଶାସନିକ ସୁବିଧା ଓ ବିକାଶକୁ ମିଳିବ ପ୍ରୋତ୍ସାହନ।

ପଶ୍ଚିମବଙ୍ଗରେ ଟଙ୍କା ଓ ନିଶା କାରବାର ସମ୍ବନ୍ଧୀୟ ଏଯାବତ୍ ୫୧୦ କୋଟି ଟଙ୍କା ଜବତ ହୋଇଛି।

ମଧ୍ୟପ୍ରଦେଶର ନର୍ମଦାପୁରମରେ ଭୟଙ୍କର ସଡକ ଦୁର୍ଘଟଣା।,୫ ମୃତ,୬ ଗୁରୁତର।

ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସର ଏକ କୋଚ୍ ପୁଣେ ରେଳ ଷ୍ଟେସନରେ ଏଣ୍ଟ୍ରି କରିବା ପୂର୍ବରୁ ଲାଇନଚ୍ୟୁତ ହୋଇଗଲା।

ମୁମ୍ବାଇରେ ରାତିରେ ବିରିୟାନୀ ପରେ ତରଭୂଜ ଖାଇ ଗୋଟିଏ ପରିବାରର 4 ଜଣ ମରିଗଲେ ! ପୋଲିସର ତଦନ୍ତ ଜାରି।

ଝାଡ଼ଖଣ୍ଡ ଗିରିଡିହ ଅଞ୍ଚଳରେ ଗୁପଚୁପ୍ ଖାଇ ୪୩ ରୁ ଅଧିକ ଅସୁସ୍ଥ। ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ।

ଭାରତ ନ୍ୟୁଜିଲ୍ୟାଣ୍ଡ ଚୁକ୍ତି ସ୍ୱାକ୍ଷରିତ। କିୱି, ସେଓ, ଚେରି ଏବଂ ଆଭୋକାଡୋ ପରି ଫଳ ଅଧିକ ସୁଲଭ ଓ ଶସ୍ତା ହେବ।

ତେଲ ଆଭିଭ୍ ରେ ଇସ୍ରାଏଲର ଦୁଇ ପ୍ରଧାନମନ୍ତ୍ରୀ ଏକାଠି। ନେତ୍ଯାନ୍ଯାହୁଙ୍କୁ ତଡିବାକୁ ରଣନୀତି ପ୍ରସ୍ତୁତ।

🏀🏏🏸🚴🏼‍♂️
ଦ୍ବିତୀୟ ଜାତୀୟ ପୂର୍ବାଞ୍ଚଳ ବରିଷ୍ଠ ରୋଲ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା କାଂସ୍ୟ ପଦକ ଜିତିଲା।

ରାଜ୍ୟର କ୍ୟୁସ୍ପୋର୍ଟ ଖେଳାଳି ସୁବ୍ରତ ଦାସ ଆୟର୍ଲାଣ୍ଡ୍‌ରେ ଚାଲିଥିବା ଆଇବିଏସ୍‌ଏଫ୍ ବିଶ୍ବ ବିଲିୟାର୍ଡସ ପ୍ରତିଯୋଗିତାରେ ମିଶ୍ରିତ ଫଳ ସହ ଅଭିଯାନ ଶେଷ କରିଛନ୍ତି।

କ୍ରିକେଟ ଆଇପିଏଲରେ ହାରିଲା ଦିଲ୍ଲୀ, ୯ ଓ୍ବିକେଟ୍ ରେ ଜିତିଲା ବେଙ୍ଗାଲୁରୁ। ଆଜି ରାଜସ୍ଥାନକୁ ଭେଟିବ ପଞ୍ଜାବ।

ଗତବର୍ଷ ଏଇ ସମୟରେ
ଆସନ୍ତା ୬୨ ବର୍ଷରେ ଓଡ଼ିଶାରେ ଲୁହାପଥର ସରିଯିବ ବୋଲି ଆକଳନ ହୋଇଥିଲା।

*ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ

ଆଜି କର୍ମକ୍ଷେତ୍ରରେ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦିବସ
ଅନ୍ତର୍ଜାତୀୟ ଶ୍ରମିକ ସ୍ମୃତି ଦିବସ

ଆଜି ଜନ୍ମଦିନ: ସଦ୍ଦାମ ହୁସେନ, ସାମାନ୍ଥା ରୁଥ ପ୍ରଭୁ, ଶର୍ମାନ ଯୋଶୀ, ମଧୁସୂଦନ ଦାସ, ରଣଜିତ ନାୟକ (ସମ୍ବଲପୁର, ବିଶ୍ୱ ବ୍ୟାଙ୍କ)

ଆଜି ତିରୋଧାନ: ବାଜିରାଓ ୧, କବି ବୀରକିଶୋର

ଇତିହାସରେ ଆଜି ଦିନ: (୧୯୪୫) ମୁସୋଲିନି ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କଲେ ଇଟାଲୀୟ ସଂଗ୍ରାମୀ/ (୨୦୦୧) ମହାକାଶକୁ ଗଲେ ପ୍ରଥମ ଟୁରିଷ୍ଟ ଟିଟୋ/ (୨୦୦୮) ଇସ୍ରୋ ଗୋଟିଏ ଦିନରେ ୧୦ ସାଟେଲାଇଟ ପଠାଇଲା/ (୧୮୨୯) ଫ୍ରାନସ କଲୋନୀରେ କ୍ରୀତଦାସ ପ୍ରଥା ସମାପ୍ତ

ବନ୍ଦେ ଉତ୍କଳ ଜନନୀ 🪻🌻🪻
[28/04, 10:25 am] null: *

୧- 👉 ବନ ବିଭାଗର ଚଢାଉ।ସମ୍ବଲପୁର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଡେବ୍ରୀଗଡ଼ ଅଭୟାରଣ୍ୟର ପାଦଦେଶରେ ଥିବା ଲବଣଟିକ୍ରା ଗାଁରେ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା । ସେହି ସମୟରେ ଦୁଇଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ଖଡ଼ିଆ (୪୦) ଓ ରଶ୍ମି ଖଡ଼ିଆ (୩୦)। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡେବ୍ରିଗଡ଼ ନାଇଟ୍ ପାଟ୍ରୋଲିଂ ସ୍କ୍ୱାଡ୍ ଏହି ଅତର୍କିତ ଚଢ଼ାଉ କରିଥିଲେ।

୨- 👉 ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଲାଗି ବାଚସ୍ପତିଙ୍କୁ ଲିଖିତ ଜଣାଇଲା ବିଜେଡି।ଗତ ରାଜ୍ୟ ସଭା ନିର୍ବାଚନରେ ଦଳ ବିପକ୍ଷରେ ଭୋଟ୍‌ ଦେଇଥିବା ୮ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ୍‌ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ, ନବ କିଶୋର ମଲିକ, ଚକ୍ରମଣି କହଁର, ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ ସଭ୍ୟପଦ ରଦ୍ଦ କରିବାକୁ ବିଜେଡି ପକ୍ଷରୁ ସୋମବାର ଦାବି କରାଯାଇଛି। ବିଜେଡି ବିଧାୟକମାନେ ମିଳିତ ଭାବେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟି ଲିଖିତ ଭାବେ ୮ ବିଧାୟକଙ୍କ ସଭ୍ୟପଦ ସମ୍ବିଧାନର ଅନୁଚ୍ଛେଦ ୧୦ ଅନୁଯାୟୀ ରଦ୍ଦ କରିବାକୁ ଜଣାଇଛନ୍ତି।

୩- 👉 ବାଲୁଗାଁ ନିକଟରେ ଓଲଟିଲା ବସ।ୟାଗଡ଼ ଖଣ୍ଡପଡା ରାସ୍ତାର ବାଲୁଗାଁ ଖେଡ଼ପଡ଼ା ନିକଟରେ ଓଲଟିଲା ବସ୍‌। ବସ୍‌ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅଵସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୫ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସମସ୍ତ ଆହତଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସ୍‌ଟି ଭାପୁରର ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ନୟାଗଡ଼ ସଦର ଥାନା ପୋଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।

୪- 👉 ଶବ ରଖି ଟଙ୍କା ମାଗିଲେ ବୃଦ୍ଧ।ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆସିଲା ଛାତିଥରା ଚିତ୍ର। ମୃତ ବଡ ଭଉଣୀର କଙ୍କାଳକୁ ବ୍ୟାଙ୍କ୍ ସମ୍ମୁଖରେ ରଖି ଜମା ଟଙ୍କା ଦେବାକୁ ଦାବି କରିଛି ସାନ ଭାଇ ଜିତୁ ମୁଣ୍ଡା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ୍ ମଲ୍ଲୀପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍ ସମ୍ମୁଖରେ ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମୃତ ବଡ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାରେ ଥିବା ୧୯,୩୦୦ ଟଙ୍କାକୁ ମ୍ୟାନେଜର ଦେବାକୁ ମନା କରିବାରୁ ନିରକ୍ଷର ସାନଭାଇ ଶେଷରେ କବର ଖୋଳି ବଡଭଉଣୀର କଙ୍କାଳକୁ ବାହାର କରି ବ୍ୟାଙ୍କ୍‌କୁ ଆଣିଥିଲା। ଭଉଣୀକୁ ଦେଖ ଓ ଜମା ଖାତାରେ ଥୁବା ଟଙ୍କା ଦିଅ ବୋଲି ବ୍ୟାଙ୍କ ପରିଚାଳକଙ୍କ ପାଖରେ ଦାବି କରିଥିଲା।

୫- 👉 ମଙ୍ଗଳବାର ୨୮ ଏପ୍ରିଲ ତାରିଖରେ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି।ଭୁବନେଶ୍ୱରରେ ଡିଜେଲ ଲିଟର ଦରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ମଙ୍ଗଳବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୨୪ ପଇସା ବୃଦ୍ଧି ପାଇ ୯୨.୭୬ ଟଙ୍କାରେ କାରବାର କରୁଛି। ସେହିପରି ନୂଆଦିଲ୍ଲୀରେ ୮୭.୬୭ ଟଙ୍କା, କୋଲକାତାରେ ୯୨.୦୨ ଟଙ୍କା, ମୁମ୍ବାଇ ୯୦.୦୩ ଟଙ୍କା, ଚେନ୍ନାଇ ୯୨.୩୯ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି।ସେହିପରି କଟକରେ ପେଟ୍ରୋଲ ଲିଟର ପିଛା ୧୦୧.୪୮ ଟଙ୍କା ରହିଥିବା ବେଳେ ପୁରୀରେ ୧୦୧.୫୦ ଟଙ୍କା, ଅନୁଗୋଳରେ ୧୦୨.୪୬ ଟଙ୍କା, ମାଲକାନଗିରିରେ ୧୦୨.୬୩ ଟଙ୍କା ରହିଛି। ସେହିପରି ଡିଜେଲ ରେଟ ଅନୁସାରେ କଟକରେ ୯୩.୦୪ ଟଙ୍କା, ପୁରୀରେ ୯୩.୦୬ ଟଙ୍କା, ଅନୁଗୋଳରେ ୯୩.୮୯ ଟଙ୍କା ଓ ମାଲକାନଗିରିରେ ୯୪.୧୫ ଟଙ୍କା ରହିଛି।

୬- 👉 ଚଳିତ ଆଇପିଏଲର ୩୯ତମ ମ୍ୟାଚରେ ଦିଲ୍ଲୀ ବିପକ୍ଷରେ ବେଙ୍ଗାଲୁରୁ ୮୧ ବଲ ବାକି ଥାଇ ବିଜୟ ହାସଲ କରିନେଇଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୬.୩ ଓଭରରେ ମାତ୍ର ୭୫ ରନ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ନିଜର ପ୍ରଭାବୀ ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର ଗୋଟିଏ ୱିକେଟ ହରାଇ ୬.୩ ଓଭରରେ ବିଜୟ ଲକ୍ଷ ହାସଲ କରିନେଇଥିଲା।

୭- 👉 ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ।ଆଫଗାନିସ୍ତାନର ପୂର୍ବ କୁନାର ପ୍ରଦେଶରୁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଦ୍ୱାରା କରାଯାଇଥିବା ଅଭିଯୋଗ ଅନୁଯାୟୀ ଆକ୍ରମଣରେ ଅତି କମରେ ସାତ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ 75 ରୁ ଅଧିକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଆହତଙ୍କ ମଧ୍ୟରେ କୁନାର ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ଜଣେ ପ୍ରଫେସର ଅଛନ୍ତି। ତାଲିବାନ ସରକାର ଦାବି କରିଛି ଯେ ଆହତଙ୍କ ମଧ୍ୟରେ ପ୍ରାୟ 30 ଜଣ ଛାତ୍ର ଅଛନ୍ତି।

୮- 👉 ପଶ୍ଚିମବଙ୍ଗରେ ନିର୍ବାଚନ ପାଇଁ ପ୍ରଚାର ଶେଷ।ପଶ୍ଚିମବଙ୍ଗରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟରମାନଙ୍କୁ ମନାଇବାପାଇଁ ସମସ୍ତ ଉଦ୍ୟମ କରିଛନ୍ତି। ପ୍ରଚାର ‌ସମୟ ଶେଷ ହେବାର କିଛି ମିନିଟ୍‌ ପୂର୍ବରୁ ମୋଦୀ ସୋସିଆଲ ମିଡିଆରେ ଏକ ଖୋଲା ଚିଠି ପୋଷ୍ଟ୍‌ କରିଛନ୍ତି ଓ ମା’ କାଳୀଙ୍କୁ ପ୍ରାର୍ଥନା କରିଛନ୍ତି। ମୋଦୀ କହିଛନ୍ତି, ପ୍ରବଳ ଗରମ ଓ ଅନେକ ରାଲି ସତ୍ତ୍ବେ ମୁଁ ଟିକେ ହେଲେ କ୍ଳାନ୍ତ ଅନୁଭବ କରିନି। ମୁଁ ମା’ କାଳୀଙ୍କ ଶ୍ରଦ୍ଧାଳୁଙ୍କ ସହ ଯିବା ସମୟରେ ବୋଧହୁଏ ମା’ ମୋ ଭିତରେ ନୂଆ ଶକ୍ତି ଭରି ଦେଇଛନ୍ତି। ମୋଦୀ କହିଛନ୍ତି, ପଶ୍ଚିମବଙ୍ଗରେ ସମସ୍ତେ ବିକାଶ ଚାହାନ୍ତି ଏବଂ ସେମାନେ ବିଜେପିକୁ ସେମାନଙ୍କ ବାସ୍ତବ ପସନ୍ଦ ଭାବେ ରଖିଛନ୍ତି।

୯- 👉 ମହମ୍ମଦ ମୋକିମଙ୍କୁ ଭେଟିଲେ ଦିଲ୍ଲୀପ ରାୟ।ରାଜ୍ୟସଭା ସାଂସଦ ଦିଲ୍ଲୀପଙ୍କୁ ରାୟ ମହମ୍ମଦ ମୋକିମ୍‌ଙ୍କ ଘରେ ଦେଖିବାକୁ ମିଳିଛି । ବାସଭବନ ଯାଇ ମୋକିମ୍‌ ଓ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ଭେଟିଛନ୍ତି ଦିଲ୍ଲୀପ । ମୋତେ ଭୋଟ୍‌ ଦେଇଥିବାରୁ ଧନ୍ୟବାଦ ଦେବାକୁ ଆସିଥିଲି ବୋଲି ଦିଲ୍ଲୀପ କହିଛନ୍ତି । ସୋଫିଆ ଓ ମୋକିମ୍‌ଙ୍କ ସହଯୋଗରେ ମୁଁ ରାଜ୍ୟସଭାରେ ଜିତିଲି । ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା ବୋଲି କହିଛନ୍ତି।

୧୦- 👉 ଆକାଶରୁ ବର୍ଷୁଛି ନିଆଁ, କଲବଲ କରୁଛି ଗୁଳୁଗୁଳି।ଉପକୂଳ ଓଡ଼ିଶାରେ ଅଳ୍ପ କିଛି ସ୍ଥାନରେ ତାପମାତ୍ରା ଖସିଛି। କିନ୍ତୁ ପଶ୍ଚିମ ଓଡ଼ିଶା ସେମିତି ତାତିରେ ଫୁଟୁଛି । ସୋମବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ବରଗଡ଼ରେ ୪୩.୯, ବୌଦ୍ଧରେ ୪୩.୫, ବଲାଙ୍ଗୀରରେ ୪୩.୩, ସମ୍ବଲପୁର ଓ ନୂଆପଡ଼ାରେ ୪୩.୨, ରାଉରକେଲା, ଟିଟିଲାଗଡ଼ ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରହିଥିଲା । ୧୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶାରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଖୋର୍ଦ୍ଧାରେ ୧ ଡିଗ୍ରୀ କମିଛି । ଭୁବନେଶ୍ୱର ଓ ପୁରୀରେ ମଧ୍ୟ ସ୍ୱଳ୍ପ ଖସିଛି । ଭୁବନେଶ୍ୱରରେ ୩୬.୫, କଟକରେ ୩୬.୬, ପୁରୀରେ ୩୨.୪ ଡିଗ୍ରୀ ରେକର୍ଡ ହୋଇଛି । ନୟାଗଡ଼ରେ ପାରଦ ୪୧.୨ ଡିଗ୍ରୀ ଛୁଇଁଛି।

Leave a Reply

Your email address will not be published. Required fields are marked *

error: Content is protected !!