ଖବର ଆଜିର, ୨୦ ଅପ୍ରେଲ, ସୋମବାର

ଆଜି ତାପମାତ୍ରା ୩୭° ଭିତରେ ରହିବ। ପଶ୍ଚିମ ଓଡିଶାର ନଅଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।

ଅକ୍ଷୟ ତୃତୀୟା ପାଇଁ ପୁରୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ। ଆରମ୍ଭ ହେବ ରଥ ତିଆରି କାର୍ଯ୍ୟ।

​ଭାରତର ପ୍ରଥମ ଉନ୍ନତ ୩ଡି ଗ୍ଲାସ ସଲ୍ୟୁସନ ସେମିକଣ୍ଡକ୍ଟର ପ୍ରକଳ୍ପ ଓଡିଶାରେ ସ୍ଥାପିତ ହେବ।

ରେଳ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓଡିଶାରେ ୯୦,୦୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।

ଓଡିଶା ପୋଲିସ ୧୧୪ଟି ଚୋରି ହୋଇଥିବା ମୋବାଇଲ ଫୋନ ଉଦ୍ଧାର କରି ମାଲିକମାନଙ୍କୁ ଫେରାଇଛି।

ଅକ୍ଷୟ ତୃତୀୟା ପାଇଁ ପ୍ରସ୍ତୁତି ଏବଂ ସୁନା କିଣିବା ପାଇଁ ବଜାରରେ ଗହଳି ବଢିଛି।

ଓଡିଶାର ୫୯ଟି ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ପୁନଃ ବିକାଶ କରାଯିବ।

ବାଲେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଚାରି ଲେନ ବିଶିଷ୍ଟ ରେଳ କରିଡର ଯୋଜନା କରାଯାଉଛି।

ପଞ୍ଚାୟତ ନିର୍ବାଚନ ରଣନୀତି ଉପରେ ଓଡିଶା ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ଗଞ୍ଜାମରେ ବେଆଇନ ବାଲି ଖନନ ଉପରେ ଚଢାଉ କରାଯାଇ ୧୩ଟି ଟ୍ରାକ୍ଟର ଜବତ କରାଯାଇଛି।

ଦେବଗଡରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

​ସମ୍ବଲପୁର ପୋଲିସ ଦ୍ୱାରା ରେକର୍ଡ ସଂଖ୍ୟକ ମୋବାଇଲ ଫୋନ ଉଦ୍ଧାର କରାଯାଇଛି।

ବାଲେଶ୍ୱର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପରିବାର ପକ୍ଷରୁ ଡିଆଇଜିଙ୍କୁ ଅନୁରୋଧ।

ବାଲେଶ୍ୱରରେ ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନ ଅରାଜି। ରାସ୍ତା ଖୋଳି ରୋକିଲେ ସ୍ଥାନୀୟ ଲୋକ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଜଳଭଣ୍ଡାରରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ନୟାଗଡ଼ ସଦରଥାନା ଅଞ୍ଚଳରେ ମହିଳାଙ୍କୁ ଦୁର୍ଷ୍କମ ଉଦ୍ୟମ ଓ ଆକ୍ରମଣରେ ଗୁରୁତର ମହିଳାଙ୍କ କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।

କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା ଯାଞ୍ଚ।

ଝାରସୁଗୁଡାରେ ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ।

କୋରାପୁଟରେ ଆଦିବାସୀ ସଂସ୍କୃତିର ବିକାଶ ପାଇଁ ସରକାରୀ ଅନୁଦାନ ଘୋଷଣା।

ବରଗଡରେ କୃଷକମାନଙ୍କୁ ଧାନ କିଣା ବାବଦରେ ଠିକ ସମୟରେ ଅର୍ଥ ମିଳୁନଥିବା ଅଭିଯୋଗ।

ବ୍ରହ୍ମପୁରରେ ନୂତନ ଚାରି ଲେନ ରେଳ କରିଡର ସ୍ଥାପନ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ।

ଭୁବନେଶ୍ୱର ବିମାନବନ୍ଦରରେ ଅତିରିକ୍ତ ପାର୍କିଂ ବ୍ୟବସ୍ଥାର ଉଦଘାଟନ ହେଲା।

ରାଉରକେଲାରେ ଖେଳ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ସମ୍ବଲପୁରରେ ସ୍ମାର୍ଟ ସିଟି ମିଶନ ଅନ୍ତର୍ଗତ ପାର୍କର ନବୀକରଣ ଶେଷ।

ଜୟପୁର ସହରରେ ନୂତନ ରେଳ ଷ୍ଟେସନ ବିଲଡିଂର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ।

ଅନୁଗୁଳ ସହରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଶିଳ୍ପ ସଂସ୍ଥାଙ୍କୁ ନୋଟିସ।

ପାରାଦୀପ ବନ୍ଦରରେ ମାଲ ପରିବହନ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି।

ମିସ୍ ଇଣ୍ଡିଆ ହେଲେ ସାଧ୍ବୀ ସୈଲ୍ ସାଇ । ଭୁବନେଶ୍ବର କିଟ୍‌ରେ ଆୟୋଜିତ ହୋଇଥିଲା ଫେମିନା ମିସ୍ ଇଣ୍ଡିଆର କାର୍ଯ୍ୟକ୍ରମ।

🇳🇪
ପେନସନ୍‌ କ୍ଷେତ୍ରରେ ସରକାର ୧୦୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଅନୁମତି ଦେଇପାରନ୍ତି।

କୋଲକାତା ପୁଲିସର ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିସରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି।

ତାମିଲନାଡୁର ବିରୁଦ୍ଧନଗର ଦୁର୍ଘଟଣାରେ ବିଭିନ୍ନ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପଞ୍ଜାବରେ ଗୁରୁ ଗ୍ରନ୍ଥ ସାହିବ ପ୍ରତି ଅସମ୍ମାନ ହେଲେ ଆଜୀବନ କାରାଦଣ୍ଡ ଏବଂ ୨୫ ଲକ୍ଷ ଜରିମାନା। ବିଲ୍‌କୁ ମଞ୍ଜୁରୀ ଦେଲେ ରାଜ୍ୟପାଳ।

ଗୁରୁଗ୍ରାମରେ ନକଲି ମଧୁମେହ ନିୟନ୍ତ୍ରଣ ଇଞ୍ଜେକ୍ସନ ମୋଞ୍ଜାରୋ ବିକ୍ରିର ପର୍ଦ୍ଦାଫାସ୍। ୭୦ ଲକ୍ଷ ଟଙ୍କାର ଷ୍ଟକ୍ ଜବତ

ଉତ୍ତର ପ୍ରଦେଶରେ ତାପମାତ୍ରା ୪୫ ଡିଗ୍ରି ସେଲସିୟସ୍ ପାର, ଜାରି ହେଲା ଲୁ ଚେତାବନୀ।

ଭାରତୀୟ ଅର୍ଥନୀତି ପୁଣି ୭.୧% ହାରରେ ବୃଦ୍ଧି ପାଇବ ବୋଲି ଷ୍ଟେଟ ବ୍ୟାଙ୍କ ରିପୋର୍ଟ।

୨୦୪୭ ସୁଦ୍ଧା ଭାରତ ୧୦୦ ଗିଗାୱାଟ ପରମାଣୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି।

ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ କଲମ୍ବୋରେ ସାକ୍ଷାତ କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏପ୍ରିଲ ୨୧ରୁ ଜର୍ମାନୀ ଗସ୍ତ କରିବେ।

ଭାରତୀୟ ନୌସେନା ଜାହାଜ ସାଗର ଥାଇଲ୍ୟାଣ୍ଡ ଗସ୍ତ ଶେଷ କରି ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିଛି।

ଇରାନ ସହିତ ଆଲୋଚନା ପାଇଁ ଆମେରିକା ପ୍ରତିନିଧି ଦଳ ପାକିସ୍ତାନ ଗସ୍ତ କରିବେ।

ଲଣ୍ଡନ ପୋଲିସ ଇହୁଦୀ କେନ୍ଦ୍ରଗୁଡିକ ଉପରେ ଆକ୍ରମଣର ତଦନ୍ତ ଜାରି ରଖିଛି।

🏀🏏🏸🚴🏼‍♂️
ଆଇପିଏଲ କ୍ରିକେଟରେ କୋଲକାତାକୁ ୬ଷଷ୍ଠ ପରାଜୟ ପରେ ପ୍ରଥମ ଥର ମିଳିଲା ବିଜୟର ସ୍ବାଦ।

ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପଞ୍ଜାବ କିଙ୍ଗ୍ସ ୫୪ ରନରେ ହରାଇଛି।

ଗତବର୍ଷ ଏଇ ସମୟରେ
ରାଜ୍ୟର ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ ବୋଲି କହିଥିଲେ ସରକାର।

ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ଆଉ ଏକ ବାଟାଲିୟନରେ ୧୦୪୦ ନୂଆ ପଦବୀ ସୃଷ୍ଟି ହେବାର ଘୋଷଣା ହୋଇଥିଲା।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ

ଆଜି ଜନ୍ମଦିନ: ହିଟଲର, ବବିତା, ମମତା କୂଲକର୍ଣ୍ଣି, କାରିଆ ମୁଣ୍ଡା, ଚନ୍ଦ୍ରାବାବୁ ନାଇଡୁ, ଗୋପୀନାଥ ମହାନ୍ତି (ଲେଖକ), ବାଞ୍ଛାନିଧି ମହାନ୍ତି (କବି), ନୃସିଂହ ପଣ୍ଡା (ବୈଜ୍ଞାନିକ), ମନୀଷା ପାନ୍ନା (ଫୁଟବଲ, ସୁନ୍ଦରଗଡ଼)

ଇତିହାସରେ ଆଜି ଦିନ: (୧୭୧୨) ଦିଲ୍ଲୀ ସିଂହାସନରେ ବସିଲା ଜାହାନଦାର ଶାହ/ (୧୯୪୦) ପ୍ରଥମ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପ ପ୍ରଦର୍ଶିତ/ (୧୯୬୦) ଏୟାର ଇଣ୍ଡିଆରେ ବୋଇଂ ୭୦୭ ସାମିଲ ହେଲା/ (୧୯୭୧) ଭାରତର ପ୍ରଥମ କ୍ରିକେଟ ଟେଷ୍ଟ ବିଜୟ/ (୧୯୯୭) ଆଇକେ ଗୁଜୁରାଲ ଭାରତର ପ୍ରଧାନମନ୍ତ୍ରୀ ହେଲେ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!