ଆଜି ପାଗ ଆଂଶିକ ଖରାଟିଆ ରହିବ ଏବଂ ତାପମାତ୍ରା ୩୧ ଓ ୨୧ ଡିଗ୍ରୀ ଭିତରେ ରହିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲାର ସୁଆଣ୍ଡୋଠାରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ପାଇଁ ୫୮୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି।
ଓଡିଶା ସରକାର ପ୍ରଶାସନିକ ସଂସ୍କାର ପାଇଁ ୧୫ ଦଫା ବିଶିଷ୍ଟ ରୋଡମ୍ୟାପ ଉପରେ ଗୁରୁତ୍ୱ ଦେଇଛନ୍ତି।
୧୫ ତାରିଖ ସୁଦ୍ଧା ସମସ୍ତ ସରକାରୀ ବିଭାଗରେ ଓଡିଆ ଭାଷାର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସମସ୍ତ ସରକାରୀ ନୋଟିସ ଓ ଚିଠିପତ୍ର ଓଡିଆରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଆସନ୍ତା ଦୁଇ ବର୍ଷ ମଧ୍ୟରେ ୬୫ ହଜାର ଖାଲି ପଡିଥିବା ସରକାରୀ ପଦବୀ ପୂରଣ ହେବ, ପୁଣିଥରେ ପ୍ରତିଶ୍ରୁତି ଦେଲେ ସରକାର।
ବିସିସିଆଇର ଉଦୀୟମାନ ଶିବିର ପାଇଁ ଓଡିଶାର ଶ୍ରେୟା ପ୍ରିୟଦର୍ଶିନୀ ମନୋନୀତ ହୋଇଛନ୍ତି।
ଜ୍ଞାନଭିତ୍ତିକ ଶିଳ୍ପ ଓ ସେବା କ୍ଷେତ୍ର ଉପରେ ସରକାର ଅଧିକ ଧ୍ୟାନ ଦେଉଛନ୍ତି।
ନିୟମ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର।
ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆର ବ୍ୟବହାରକୁ ବ୍ୟାପକ କରାଯିବ।
ରାଜ୍ୟର ବିକାଶମୂଳକ ପ୍ରକଳ୍ପଗୁଡିକର ନିୟମିତ ମନିଟରିଂ ପାଇଁ ନୂତନ ବ୍ୟବସ୍ଥା ହେବ।
ନବକୃଷ୍ଣ ଚୌଧୁରୀ ଉନ୍ନୟନ ଅଧ୍ୟୟନ କେନ୍ଦ୍ରକୁ ଏକ ପ୍ରମୁଖ ଗବେଷଣା ଅନୁଷ୍ଠାନ ଭାବେ ଗଢାଯିବ।
ଶିଳ୍ପ ପ୍ରକଳ୍ପଗୁଡିକର ଶୀଘ୍ର ମଞ୍ଜୁରୀ ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମକୁ ଅଧିକ ସକ୍ରିୟ କରାଯିବ।
ଭ୍ରଷ୍ଟାଚାରୀ ଅଧିକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଯିବ।
ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ ବେସରକାରୀ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦିଆଯିବ।
ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।
ଓଡିଶାକୁ ଦେଶର ଶ୍ରେଷ୍ଠ ୫ଟି ବିକଶିତ ରାଜ୍ୟ ମଧ୍ୟରେ ସାମିଲ କରିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି।
କଟକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ଅପରାଧୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
ପୁରୀରେ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ଓ କ୍ରୁଜ୍ ଟର୍ମିନାଲ ନିର୍ମାଣ ହେବ।
ବାଲେଶ୍ୱର ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପର ବିକାଶ ପାଇଁ ସରକାରୀ ସହାୟତା ଘୋଷଣା ହେଲା।
ଗଞ୍ଜାମ ଜିଲ୍ଲାରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ନୂତନ ପାଇପଲାଇନ ପ୍ରକଳ୍ପ ଆରମ୍ଭ ହେବ।
ସମ୍ବଲପୁରରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ନୂତନ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ।
କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ମଞ୍ଜୁର ହେଲା।
ମୟୂରଭଞ୍ଜରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ।
କେନ୍ଦୁଝର ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଡିଏମଏଫ ପାଣ୍ଠିରୁ ବ୍ୟୟ କରାଯିବ।
ଭଦ୍ରକ ଜିଲ୍ଲାରେ ନୂତନ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା।
ଯାଜପୁରରେ ପବିତ୍ର ବୈତରଣୀ ନଦୀର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ଆରମ୍ଭ ହେଲା।
ନୟାଗଡ଼ ଜିଲ୍ଲାରେ ଜଳସେଚନ ସୁବିଧା ବଢାଇବାକୁ ଚେକ୍ ଡ୍ୟାମ ନିର୍ମାଣ କରାଯିବ।
ଖୋର୍ଦ୍ଧା ଜିଲ୍ଲାରେ ଗ୍ରାମୀଣ ସଡ଼କ ସଂଯୋଗୀକରଣ ପାଇଁ ଅର୍ଥ ବରାଦ ହେଲା।
ଜଗତସିଂହପୁରରେ ବନ୍ଦର ଭିତ୍ତିକ ଶିଳ୍ପର ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦିଆଯାଇଛି।
କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ନୂତନ ମଡେଲ ସ୍କୁଲ ସ୍ଥାପନ ହେଲା।
ଭୁବନେଶ୍ୱରରେ ସ୍ମାର୍ଟ ସିଟି ମିଶନ ଅଧୀନରେ ନୂତନ ସବୁଜ ପାର୍କ ଉଦଘାଟିତ ହେଲା।
କଟକ ସହରରେ ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଷ୍ଟର ପ୍ଲାନ ତିଆରିରେ ହେଲା।
ରାଉରକେଲାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବୈଦ୍ୟୁତିକ ବସ ସଂଖ୍ୟା ବୃଦ୍ଧି କରାଯିବ।
ବ୍ରହ୍ମପୁର ସହରରେ ସୁଦୃଶ୍ୟ ଆଲୋକିକରଣ ପାଇଁ ଏଲଇଡି ପ୍ରକଳ୍ପ ଆରମ୍ଭ ହେଲା ।
ସମ୍ବଲପୁର ସହରରେ ଆଧୁନିକ ବସ ଟର୍ମିନାଲ ନିର୍ମାଣ ଶେଷ ପର୍ଯ୍ୟାୟରେ, ଏବେ ସରିବ କାମ।
ବାଲେଶ୍ୱର ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକାର ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ।
ବଲାଙ୍ଗୀର ସହରରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ଇନଡୋର ଷ୍ଟାଡିୟମ କରାଯିବ।
ବାରଙ୍ଗ ଅଞ୍ଚଳରେ ନନ୍ଦନକାନନର ସମ୍ପ୍ରସାରଣ ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି।
ଓଡିଶା ଭିଜିଲାନ୍ସ ପକ୍ଷରୁ କେନ୍ଦ୍ରୀୟ ଜଳସେଚନ ମଣ୍ଡଳର ଜଣେ ଯନ୍ତ୍ରୀଙ୍କ ବାସଭବନ ଓ ଫାର୍ମ ହାଉସରେ ଚଢାଉ କରାଯାଇଛି।
କଟକର ଗୋ ଚାଲାଣକାରୀ ଶକିଲ ଖାନଙ୍କ ବିରୋଧରେ ଏନଏସଏ ବା ଜାତୀୟ ନିରାପତ୍ତା ଆଇନ ଲଗାଯାଇଛି।
🇳🇪
ନିର୍ବାଚନ କମିଶନ ଓ ତୃଣମୂଳ କଂଗ୍ରେସ ପ୍ରତିନିଧି ଦଳ ମଧ୍ୟରେ ବୈଠକ ବିବାଦରେ ଶେଷ ହୋଇଛି।
କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତିକୁ ସମଗ୍ର ଦେଶରେ ଲାଗୁ କରିବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି।
ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଭାରତ ବିଶ୍ୱରେ ନୂତନ ରେକର୍ଡ ସ୍ଥାପନ କରିଛି।
ଦେଶର ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।
ଡିଜିଟାଲ କାରବାର କ୍ଷେତ୍ରରେ ଭାରତର ଅଭିବୃଦ୍ଧିକୁ ଅନ୍ତର୍ଜାତୀୟ ସଂସ୍ଥାମାନେ ପ୍ରଶଂସା କରିଛନ୍ତି।
ପାକିସ୍ତାନର ମଧ୍ୟସ୍ଥତାରେ ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ସମ୍ଭାବନା ବଢିଛି। ବୟାନବାଜୀ ଭିତରେ ରହିଗଲା ଭାରତ।
ଗତବର୍ଷ ଏଇ ସମୟରେ
ରାଜ୍ୟର ବିଭିନ୍ନ ଶକ୍ତିପୀଠକୁ ହେଲିକପ୍ଟର ଉଡିବ ବୋଲି କହିଥିଲେ ସରକାର।
ଦେଶର ତିନି ତୈଳ ଓ ଗ୍ୟାସ ସଂସ୍ଥା ଓଡ଼ିଶାରେ ଲକ୍ଷେ କୋଟିର ପୁଞ୍ଜି ଲଗାଇବେ ବୋଲି ୧୩ଟି ଚୁକ୍ତିନାମା କରିଥିଲେ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ
ଆଜି ଶୌର୍ଯ୍ୟ ଦିବସ
ଆଜି ଜନ୍ମଦିନ: ନାଦିର ଶାହ, ଜୟା ବଚନ, ଜୟରାମ ରମେଶ, ସ୍ୱରା ଭାସ୍କର, ରମେଶ ମାଝୀ (ଚନ୍ଦାହାଣ୍ଡି), କିରଣ ମନୀଷା ମହାନ୍ତି (ଚେସ)
ଇତିହାସରେ ଆଜି ଦିନ: (୨୦୧୧) ଲୋକପାଳ ବିଲ ପାଇଁ ଆନ୍ନା ହଜାରେଙ୍କ ଅନଶନ ସମାପ୍ତ/ (୧୪୧୩) ହେନେରୀ ୫ ହେଲେ ଇଂଲଣ୍ଡ ରାଜା
ମୋବାଇଲ ଓ ଟିଭିରେ ଖବର ଦେଖନ୍ତୁ
ବନ୍ଦେ ଉତ୍କଳ ଜନନୀ 🪻🌻🪻
