ଗଜପତି ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୩୫.୬ଡିଗ୍ରି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୬.୪ ଡିଗ୍ରି।
ବିଶ୍ୱ ଜଳ ଦିବସରେ ରାଜ୍ୟରେ ୨୬୧୨ କୋଟି ଟଙ୍କାର ୧୪୧ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହେଲା।
ଆଜିଠୁ ବି. ଏଡ଼, ଏମ. ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହେବ ଅନଲାଇନ୍ ଆବେଦନ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା, ଯାଞ୍ଚ ହେବ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ୍ର ଅଗ୍ନିନିରାପତ୍ତା ବ୍ୟବସ୍ଥା।
ରାଜ୍ୟର ଲୁହାପଥରରେ ୪,୧୬୨ କୋଟି ରୟାଲ୍ଟି କ୍ଷତି। ବାସ୍ତବ ଠାରୁ କମ ମୂଲ୍ୟ ନିର୍ଦ୍ଧାରଣ କରି ଫାଙ୍କୁଛନ୍ତି ବେପାରୀ।
ରାଜ୍ୟସଭା ନିର୍ବାଚନ ପରେ ୧୧ ଗୋଠିଛଡ଼ା ବିଧାୟକଙ୍କ ପାଇଁ ଆଲଟମେଣ୍ଟ ହେବ ନୂଆ ସିଟ୍।
ବିଜେଡିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପରେ ନିଲମ୍ବନ ନେତାମାନଙ୍କୁ ଛାଡିଲେ ସମର୍ଥକ।
ନବରଙ୍ଗପୁରରୁ ୩୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ଭୁବନେଶ୍ୱର, ହାଇଦ୍ରାବାଦ ପରି ସହରକୁ ଯାଉଛି। ଗୋଟିଏ ବି ବସର ସ୍ଥାୟୀ କିମ୍ବା ନିୟମିତ ପରମିଟ୍ ନାହିଁ। ଦୁର୍ଘଟଣାରେ ଦାୟୀ କିଏ ହେବ?
ମୟୂରଭଂଜ ଜିଲ୍ଲା ବାରିପଦା ବନଖଣ୍ଡରେ ବିରଳ କଳାବାଘର ଛାଲ ଜବତ, ୨ଜଣ ଅଟକ।
କଟକ ଜିଲ୍ଲା ଆଠଗଡ଼ ରାଜନଗରରେ ମହିଳାଙ୍କୁ ମାରିଦେଲା ମାଙ୍କଡ଼।
ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଦେଶୀ ବନ୍ଧୁକ ଗୁଳିରେ ଆକ୍ରମଣ, ଯୁବକ ଗୁରୁତର।
ରାଜଧାନୀରେ ଗ୍ୟାସ୍ ସିଲିଣ୍ଡର ପିଛା ୩ରୁ ୪ ହଜାର ଟଙ୍କା, ଖାଦ୍ୟ ସାମଗ୍ରୀର ଅହେତୁକ ଦାମ୍।
ରାଜଧାନୀ ଉପକଣ୍ଠରେ ଡକାୟତି; ଘରେ ଶୋଇଥିବା ବେଳେ ଲୁଟିନେଲେ ୨୦ ଲକ୍ଷର ସୁନା ସହ ନଗଦ ୭୦ ହଜାର ଟଙ୍କା।
ରୁକୁଣା ରଥ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ, ୬୧ କାରିଗର ଲାଗିଛନ୍ତି କାମରେ।
ରାଉରକେଲାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ସଂକଟ, କୋଇଲା ଦର ୮ଗୁଣା ବୃଦ୍ଧି।
ଅହମଦାବାଦରେ ଚାଲିଥିବା ‘ଓଡ଼ିଶା ପର୍ବ’ର ଆଜି ତୃତୀୟ ଦିବସ।
ଦେଶର ୟୁରିଆ ପ୍ଲାଣ୍ଟରେ ଇଚ୍ଛା ଅନୁସାରେ ଉତ୍ପାଦନ ହ୍ରାସ କିମ୍ବା ବୃଦ୍ଧି ହେବ ନାହିଁ। ଗ୍ୟାସ ଅଭାବରୁ ଉତ୍ପାଦନ ପ୍ରଭାବିତ।
ପାଲେଷ୍ଟାଇନ୍ ଶିଶୁ ହିନ୍ଦ୍ ରଜବଙ୍କ କାହାଣୀ ଉପରେ ଆଧାରିତ ଓସ୍କାର ମନୋନୀତ ଚଳଚ୍ଚିତ୍ର ‘ଦ ଭଏସ୍ ଅଫ୍ ହିନ୍ଦ୍ ରଜବ’କୁ ଭାରତୀୟ ସେନ୍ସର ବୋର୍ଡ ଅଟକାଇଲେ।
ଆମେରିକା ସରକାରର ଅନୁମତି ପରେ ରୁଷ ଜାହାଜରୁ ତେଲ ଖଲାସୀ ଆରମ୍ଭ, ୭ଟି ଜାହାଜ ଆସିବ।
ରେମଣ୍ଡ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ଗୌତମ ସିଂଘାନିଆ ମାଳଦ୍ୱୀପରେ ସ୍ପିଡ୍ବୋଟ୍ ଓଲଟି ଆହତ।
ଆସାମରେ ସନ୍ଦିଗ୍ଧ ଉଲ୍ଫା ଉଗ୍ରବାଦୀ ଆକ୍ରମଣ, ୪ ଆସାମ ପୁଲିସ ଆହତ।
ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ପାହାଡ଼ରେ ଥିବା ମନ୍ଦିରକୁ ନବରାତ୍ରି ଶ୍ରଦ୍ଧାଳୁମାନେ ଗଲାବେଳେ ରୋପୱେ ଖସି ପଡ଼ି ଜଣେ ମହିଳା ମୃତ, ୭ ଗୁରୁତର।
ସିକ୍କିମରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୧ ରେକର୍ଡ।
ନ୍ୟାୟପାଳିକାରେ ଏଆଇର ବ୍ୟବହାର ହେବା ଉଚିତ ନୁହେଁ, କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି।
ଜୁନ୍ ୨୬ ଓ ୨୮ରେ ଆୟର୍ଲାଣ୍ଡରେ ୨ଟି ଟି୨୦ ଖେଳିବ ଭାରତ।
ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦କୁ ଦକ୍ଷିଣ ଆଫ୍ରିକା ୧୯ ରନ୍ରେ ଜିତି ନେଇଛି।
ରୱାଣ୍ଡାର ୧୫ ବର୍ଷୀୟା କ୍ରିକେଟର୍ ଫାନି ଉତାଗୁସିମାନିନ୍ଦେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରି ଶତକ ସହ ରେକର୍ଡର ଅଧିକାରୀ।
ନେପାଳରେ ରାମନବମୀରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଯୁବ ନେତା ବାଲେନ୍ଦ୍ର ଶାହ।
ଆମେରିକା ପାକିସ୍ତାନ ଆକ୍ରମଣ କଲେ ଆମେ ଭାରତରେ ବୋମା ପକେଇବୁ, କହିଲା ପୂର୍ବତନ ହାଇକମିଶନର ଅବଦୁଲ ବାସିତ।
ଯାନ୍ତ୍ରିକ ତ୍ରୁଟି ଯୋଗୁ କତରରେ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ
ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଧମକ ପରେ ନରମିଲା ଇରାନର ସ୍ବର, ଶତ୍ରୁପକ୍ଷ ଜାହାଜ ବ୍ୟତୀତ ଅନ୍ୟ ଜାହାଜ ହର୍ମୁଜ ପାର୍ କରିପାରିବ।
ମଧ୍ୟପ୍ରାଚ୍ୟ ମହାଯୁଦ୍ଧରେ ପ୍ରତିଶୋଧ ନେଲା ଇରାନ, ଇସ୍ରାଏଲର ୨ ସହରରେ ଧ୍ବଂସଲୀଳା।
ଗତବର୍ଷ ଏଇ ସମୟରେ
ଆସନ୍ତା ବର୍ଷରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ, କହିଥିଲେ ସରକାର।
ରାଜ୍ୟ ରାଜପଥ ପ୍ରାଧିକରଣ ସଂସ୍ଥା ହେବ, ରାଜ୍ୟରେ ୭୫ ହଜାର କିମି ରାସ୍ତା ତିଆରି ହେବ, କହିଥିଲେ ସରକାର।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ମୋହନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ।
ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ପାକିସ୍ତାନ ଗଣତନ୍ତ୍ର ଦିବସ
ଆଜି ଜନ୍ମଦିନ: ରାମ ମନୋହର ଲୋହିଆ, ସ୍ମୃତି ଇରାନୀ, ଅତୁଲ ୱାସନ, କଂଗନା ରାନାୱତ, ରଘୁନାଥ ମହାପାତ୍ର (ପ୍ରସ୍ତର ଶିଳ୍ପୀ), ଅଶୋକ ଦାସ (ପୁରୀ, ବୈଜ୍ଞାନିକ, ଆମେରିକା), ସ୍ନେହଲତା ମହାନ୍ତି, (ଶିଶୁ ସାହିତ୍ୟିକା, ଜଗତସିଂହପୁର)
ଆଜି ତିରୋଧାନ: ଭଗତ ସିଂ, ସୁଖଦେଵ, ରାଜଗୁରୁ, ଉଦ୍ଧମ ସିଂ
ଇତିହାସରେ ଆଜି: (୧୯୩୧) ଭଗତ ସିଂ, ରାଜଗୁରୁ ଓ ସୁଖଦେଵ ଙ୍କୁ ଫାଶୀ/ (୧୯୫୬) ପାକିସ୍ତାନ ହେଲା ବିଶ୍ୱର ପ୍ରଥମ ମୁସଲିମ ଗଣତନ୍ତ୍ର/ (୧୯୪୨) ଲୁବଲିନ ରେ ୨୫୦୦ ଜୀଉ ଙ୍କୁ ହତ୍ୟା/ (୧୯୯୪) କପିଳ ଦେବ ଶେଷ ଟେଷ୍ଟ ଖେଳିଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
