ଖବର ଆଜିର, ୧୬ ମାର୍ଚ୍ଚ, ସୋମବାର

ଚାଷୀଙ୍କ ମୁହଁରେ ହସ ଫୁଟାଇଲା କାଳବୈଶାଖୀ ବର୍ଷା। ଆଜି ବି ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା, କମ ରହିବ ତାପମାତ୍ରା।

ଜଳବାୟୁ ପରିବର୍ତ୍ତନରୁ ଆମ୍ବ ଉତ୍ପାଦନ ପ୍ରଭାବିତ, ବର୍ଷା ନ ଥିବାରୁ ଝଡ଼ିଯାଉଛି ଆମ୍ବକଷି।

ସମ୍ବଲପୁର ବୁର୍ଲା ହୀରାକୁଦ ଡ୍ୟାମ୍ କଡ଼ରେ ୨୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ହୀରାକୁଦ ଡ୍ୟାମ୍ ସଂଗ୍ରହାଳୟ ।

କଳାହାଣ୍ଡିରେ ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୧ ମାଓବାଦୀ, ସୂଚନା ଦେଲେ ଓଡ଼ିଶା ପୋଲିସ।

ବିଜେଡିର ବିଧାୟକ ଚକ୍ରମଣୀ କହଁର ଓ ନବ ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ, ନବୀନ ନିବାସରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ।

ମୋହନା କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ଦଳୀୟ ଶୃଙ୍ଖଳା ଅବମାନନା ନେଇ ନୋଟିସ।

ସପ୍ତଗିରି ଉଲ୍ଲାକାଙ୍କ ବିସ୍ଫୋରକ ବୟାନ, କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫କୋଟି ଲେଖାଏଁ ଅଫର ମିଳିଛି।

ପାରାଦୀପରେ ବିଜେପି ବିଧାୟକ ଦଳ ଥିଲାବେଳେ ସେଠାକୁ ଯାଇ ବିଭିନ୍ନ ଶିଳ୍ପ ସମ୍ବନ୍ଧରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମାଝୀ।

କଟକ ବଡ଼ ମେଡିକାଲର ପ୍ରଥମ ମହଲାରେ ସର୍ଟ ସର୍କିଟ୍ ଯୋଗୁଁ ଭୟାବହ ନିଆଁ। ଆୟତ୍ତ କରିବା ପାଇଁ ପ୍ରୟାସ ଜାରି।

କନ୍ଧମାଳ ଜିଲ୍ଲା ରାଇକିଆରେ ଆଡାସିକୂପା ନବଜ୍ୟୋତି ହାଇସ୍କୁଲର ନବମ ଶ୍ରେଣୀ ଛାତ୍ର ଭିନସେଣ୍ଟ ଦିଗାଲ ନିଆଁରେ ଗୋଟିଏ ଗୋଡ଼ ପୋଡ଼ିଲା ପରେ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ବନ୍ଦ।

ମୟୁରଭଞ୍ଜ କରଞ୍ଜିଆରେ କାଳବୈଶାଖୀ ତାଣ୍ଡବ। ୧୦ ମିନିଟରେ ଉଡାଇଲା ଘରର ଛପର ଓ ଗାଡି। ଅଟୋ ଓ ସ୍କୁଟିକୁ ଉଡାଇ ପୋଖରୀରେ ପକାଇଲା।

ସମ୍ବଲପୁର ରେଙ୍ଗାଲି ବ୍ଲକରେ ହୀରାକୁଦ ଜଳଭଣ୍ଡାର ଜମିର ଘୋଟାଲା। କିସମ ବଦଳାଇ ୩୫.୯୪ ଏକର ଜବରଦଖଲ ଜମିକୁ ଶ୍ୟାମ ଡିଆରଆଇକୁ ପ୍ରଦାନ।

ଭଦ୍ରକରେ ଚିକିତ୍ସା ପାଇଁ ସ୍ୱାମୀ ଓ ୪ ବର୍ଷର ଝିଅ ସହ ମେଡିକାଲ ଆସୁଥିଲେ ଗର୍ଭବତୀ ମହିଳା, ଧାନ ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ।

ଭୁବନେଶ୍ୱର ଗୌତମ ନଗରରେ ଖଣ୍ଡାରେ ଆକ୍ରମଣ ଘଟଣାରେ ଯୁବତୀଙ୍କ ସମେତ ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର।

ଭୁବନେଶ୍ୱର ନିକଟ ବାରଙ୍ଗରେ ଘରେ ପଶିଲା ଦୁର୍ବୃତ୍ତ, ଟେକିନେଲା ଗ୍ୟାସ୍ ସିଲିଣ୍ଡର।

ରାୟଗଡା ବିଷମକଟକରେ ଭାରସାମ୍ୟ ହରାଇ ଚାଉଳ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ୨ ଜଣଙ୍କ ମୃତ୍ୟୁ, ୭ ଜଣ ଆହତ।

ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାରେ ଡ୍ରଗ୍ସ ନେବା ବେଳେ ଧରା ପଡିଲେ ସାଂସଦ ଓ ପୂର୍ବତନ ବିଧାୟକ, ଚଢାଉ ବେଳେ ପୋଲିସ ଉପରକୁ ହେଲା ଗୁଳିମାଡ଼।

ତାମିଲନାଡ଼ୁରେ ଏପ୍ରିଲ୍ ୨୩ରେ ହେବ ୨୩୪ ଆସନ ପାଇଁ ନିର୍ବାଚନ। ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ।

ଘୋଷଣା ହେଲା ପୁଡ଼ୁଚେରୀର ନିର୍ବାଚନ ତାରିଖ। ୯ ଅପ୍ରେଲରେ ୩୦ ଆସନ ପାଇଁ ନିର୍ବାଚନ।

ଏପ୍ରିଲ୍ ୯ ତାରିଖରେ କେରଳର ୧୪୦ ବିଧାନସଭା ଆସନ ଓ କେରଳରେ ହେବ ଭୋଟିଂ।

ବିଦେଶୀ ପୋର୍ଟଫୋଲିଓ ନିବେଶକମାନେ ଭାରତୀୟ ଶେୟାର ବଜାରରୁ ୫୨,୭୦୪ କୋଟି ଟଙ୍କା ପ୍ରତ୍ୟାହାର କଲେ।

ମହିଳା ବିଶ୍ୱକପ୍ ହକି ଯୋଗ୍ୟତା ପର୍ଯ୍ୟାୟରେ ଭାରତର ସ୍ୱପ୍ନ ଚୁରମାର୍, ୨-୦ ରେ ଜିତିଲା ଇଂଲଣ୍ଡ।

ଏପ୍ରିଲ ପହିଲାରୁ ଗାଡ଼ି ଚାଳକଙ୍କ ଉପରେ ପଡିବ ଚଢ଼କ, ବାର୍ଷିକ ଫାଷ୍ଟ୍ୟାଗ ପାସ୍ ଦରରେ ୨.୫% ବଢ଼ିବ।

ନେପାଳରେ ଗଭୀର ଖାଈକୁ ଖସିଲା ଭାରତୀୟ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଇଲେକ୍ଟ୍ରିକ୍ ବସ, ୭ ମୃତ, ଅନେକ ଆହତ।

ନେତାନ୍ୟାହୁଙ୍କୁ ଖୋଜିକି ମାରିବୁ, କହିଲା ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ ସେନା।

ଇରାନ ହମଲାର ଭିଡିଓ ଭାଇରାଲ କରିବା ପଡ଼ିଲା ମହଙ୍ଗା, ୟୁଏଇରେ ୪୫ ଜଣ ଗିରଫ।

ଗତବର୍ଷ ଏଇ ସମୟରେ ଛାତ୍ରଛାତ୍ରୀଙ୍କୁ ଯାତ୍ରା ସମୟରେ ଭଡା ପାଇଁ ୫୦ ପ୍ରତିଶତ ରିହାତି ମିଳିବ ବୋଲି କହିଥିଲେ ସରକାର

ଦିଲ୍ଲୀର ଚାଣକ୍ୟପୁରୀ ଓଡିଶା ଭବନକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ମାଗଣାରେ ଟିଭି ଦେଖନ୍ତୁ। ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।

ଆଜି ଜାତୀୟ ଟୀକାକରଣ ଦିବସ

ଆଜି ଜନ୍ମଦିନ: ବିପିନ ରାୱତ, ରାଜପାଲ ଯାଦବ, ସାପ୍ରୁ, ଆଲେକ୍ଜାଣ୍ଡରା ଦାଦାରିଓ, କବୀର ସୁମନ (ଗାୟକ, କଟକ), ଚିନ୍ତାମଣି ମହାନ୍ତି (ଲେଖକ, ଭଦ୍ରକ)

ଇତିହାସରେ ଆଜି: (୧୫୨୭) ବାବର ଦ୍ୱାରା ରାଣା ସାଙ୍ଗା ପରାସ୍ତ/ (୨୦୧୨) ସଚିନ ତେନ୍ଦୁଲକର ଙ୍କ ୧୦୦ ତମ ଶତକ ପୂର୍ଣ୍ଣ/ ଦକ୍ଷିଣ ଆଫ୍ରିକାର ଗିବସ ଗୋଟିଏ ଓଭର ରେ ଛଅ ଛକ୍କା ମାରିଲେ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Leave a Reply

Your email address will not be published. Required fields are marked *

error: Content is protected !!