ଖବର ଆଜିର, ୧୦ ମାର୍ଚ୍ଚ, ମଙ୍ଗଳବାର

ଆସନ୍ତା କାଲିଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପଶ୍ଚିମ ଓଡିଶାରେ ୩୭-୪୦ ଡିଗ୍ରୀ ହେବ ତାପମାତ୍ରା।

ରାଜ୍ୟରେ ପଞ୍ଚମ, ଅଷ୍ଟମ ବୋର୍ଡ ପରୀକ୍ଷା ଆରମ୍ଭ। ଫେଲ୍ ହେଲେ ଦେବାକୁ ପଡ଼ିବ ସପ୍ଲିମେଣ୍ଟାରି ପରୀକ୍ଷା।

ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ସରକାରୀ ନିର୍ଦ୍ଦେଶ।

ଖାଇବା ତେଲର ଦାମ ଅହେତୁକ ବୃଦ୍ଧି। ସୁଭଦ୍ରା ଟଙ୍କାର ଖୁସି ମିଳେଇଗଲା ବୋଲି କହିଲେ ଗୃହିଣୀ।

ବଦଳିଗଲା ଗ୍ୟାସ୍ ବୁକିଂ ନିୟମ, ଏଣିକି ୨୫ ଦିନ ପୂର୍ବରୁ କରିପାରିବେନି ଦ୍ୱିତୀୟ ବୁକିଂ।

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ଧାମରା ମୁହାଣରୁ ମାଦଳି ମୁହାଣ ଯାଏଁ ଉପକୂଳରେ କୁଢ଼କୁଢ଼ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତଦେହ।

୧୦ ଦଫା ଦାବି ନେଇ ରାଜରାସ୍ତାରେ ଅଲ୍ ଓଡ଼ିଶା ଆଶା କର୍ମୀ ସାମୁଖ୍ୟ।

ରାୟଗଡାରେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଓ ଟେଣ୍ଡର ଅନିୟମିତତାକୁ ନେଇ କ୍ଷୁଦ୍ର ଜଳସେଚନ ଯନ୍ତ୍ରୀଙ୍କୁ ଘେରିଲେ ଠିକାଦାର ସଂଘ।

ବ୍ରହ୍ମପୁର ବଦବଜାର ଶାନ୍ତିମାର୍ଗ ତୃତୀୟଗଳିରେ ଆଇନଜୀବୀ ମହେଶ ତ୍ରିପାଠୀଙ୍କ ଘର ଉପରକୁ ଘନ ଘନ ବୋମାମାଡ଼।

କଳାହାଣ୍ଡି କୋକସରାରେ ୨୦୨୨ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଭୁବନେ ପୁଝାରିକୁ ଆଜୀବନ କାରାଦଣ୍ଡ ହେଲା।

କେନ୍ଦୁଝର ଜିଲ୍ଲା ଶୁଆକାଟି ତେନ୍ତୁଳିଠାରେ ଟ୍ରକକୁ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ ବାପା ଓ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ।

ନବରଙ୍ଗପୁର ପାପଡାହାଣ୍ଡି ଅଞ୍ଚଳରେ ପୋଖରୀରେ ବୁଡ଼ି ଦୁଇ ଶିଶୁ କନ୍ୟା ଭଉଣୀ ମୃତ।

ରାୟଗଡାରେ ଦିନ ଦ୍ବିପହରରେ ରାସ୍ତା ଉପରେ ଲୁଟେରା ଝାମ୍ପିନେଲେ ୨ ଲକ୍ଷ ଟଙ୍କା।

ବଲାଙ୍ଗୀର ଆୟୁର୍ବେଦିକ କଲେଜର ଛାତ୍ରୀଙ୍କୁ କଲେଜ ସମ୍ମୁଖରେ ସ୍ପିଡ ବାଇକ ଧକ୍କା, ହସ୍ପିଟାଲରେ ଛାତ୍ରୀ ମୃତ।

ଜଗତସିଂହପୁର ସାଂପୁର ଛକ ନିକଟରେ ଘର ଭିତରକୁ ମାଡିଗଲା ଯାତ୍ରୀବାହୀ ବସ, ୧୦ ଜଣ ଆହତ।

ସୁନ୍ଦରଗଡ଼ ଲହୁଣିପଡ଼ା ୧୪୩ ନମ୍ବର ଜାତୀୟ ରାଜପଥର ଗୌଡ଼ୁଣୀପୋଷ ଛକରେ ଅଜଣାଗାଡ଼ି ପଛରେ ଧକ୍କାଦେଇ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ।

ସମ୍ବଲପୁର ଜମନକିରା ଡୁମେରମୁଣ୍ଡା ଛକ ପାର୍ଶ୍ବରେ କଣ୍ଟେନର ଓ ବାଇକ୍ ଧକ୍କା। ଗୁରୁତର ୩ ବାଇକ୍ ଆରୋହୀଙ୍କର ମୃତ୍ୟୁ।

ଭଦ୍ରକ ଗୁଣ୍ଠୁନିଆରେ କ୍ରିକେଟ ମ୍ୟାଚ୍ ଦେଖୁଥିବା ଯୁବକଙ୍କୁ ଘରୁ ଡାକି ହତ୍ୟା । ମୃତକ ଚରମ୍ପା ରେଳବାଇ କଲୋନୀର ଶ୍ରୀକୁମାର ସ୍ବାମୀ।

ସୁନ୍ଦରଗଡ଼ ଜିଲ୍ଲାରେ ଭ୍ରୁଣହତ୍ୟା ଚିନ୍ତାର ବିଷୟ। କୋଇଡ଼ା ବ୍ଲକରେ ହଜାରେ ପୁଅରେ ଝିଅ ସଂଖ୍ୟା ରହିଛି ୮୮୫।

ଝାରସୁଗୁଡା ଦର୍ଲିପାଲିରେ ଖଣିପାଇଁ ଅଣନିଶ୍ୱାସୀ ହୋଇ ୩୨ ବର୍ଷ ବଞ୍ଚିଛନ୍ତି ଲୋକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ, ସରକାରଙ୍କ ଦେଉନାହାନ୍ତି କ୍ଷତିପୂରଣ।

ଗ୍ୟାସ୍ ସିଲିଣ୍ଡର ପାଇଁ ଆତଙ୍କିତ ଗ୍ରାହକମାନେ ବଢ଼ାଇଲେ ବୁକିଂ, ଡିଲର୍‌ ପାଖରେ ଗ୍ରାହକଙ୍କ ଲମ୍ବା ଧାଡ଼ି।

ବଜାରରେ ୨୪ କ୍ୟାରେଟ୍‌ ସୁନା ଦର କମି ୧୦ ଗ୍ରାମ୍‌ ପିଛା ୧,୬୧,୬୮୦ ଟଙ୍କା ଓ ୨୨ କ୍ୟାରେଟ୍‌ ସୁନା ଦର ୧,୪୮,୨୦୦ ଟଙ୍କା ହେଲା।

ହରିୟାଣା ଗୁରୁଗ୍ରାମ ଜିଲ୍ଲାର ସିଧରାୱାଲିରେ ସିଗନେଚର ଗ୍ଲୋବାଲ୍ ନିର୍ମାଣ ସ୍ଥଳରେ ମାଟି ଧସି ସାତ ଜଣ ଶ୍ରମିକଙ୍କ ମୃତ୍ୟୁ।

୨୦୨୦ ଦିଲ୍ଲୀରେ ଅନ୍ତର୍ଘାତୀ ଷଡଯନ୍ତ୍ରର ଦୋଷୀ ସର୍ଜିଲ ଇମାମକୁ ମିଳିଲା ୧୦ ଦିନିଆ ଜାମିନ।

ଶେୟାର ମାର୍କେଟରେ ୧୩୫୩ ପଏଣ୍ଟ ଖସିଲା ସେନ୍‌ସେକ୍ସ। ନିବେଶକଙ୍କ ୮ ଲକ୍ଷ କୋଟି ଟଙ୍କା ବୁଡ଼ିଗଲା।

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରଥମ ଥର ୯୨ ଟଙ୍କା ସ୍ତର ଅତିକ୍ରମ କରି ୯୨.୩୦ ହୋଇଛି।

ପୁଣି ଘୋର ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବ ଆଗରେ ହାତ ପତାଇଲା।

ବାଂଲାଦେଶରେ ବିଦ୍ୟୁତ ସଙ୍କଟ। ବିଦ୍ୟୁତ ସଞ୍ଚୟ ପାଇଁ ବିଶ୍ୱବିଦ୍ୟାଳୟ ଗୁଡିକୁ ବନ୍ଦ କରିଦେଲେ।

ଇରାନ ତେହେରାନରେ ବିଷାକ୍ତ କଳା ବର୍ଷା ଆରମ୍ଭ। ବୁନ୍ଦାଏ ବି ପଡିଲେ ଦେହ ଖରାପ ହେବ।

ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ଲୁଟିନେଲା ଆମେରିକା।

ଗତବର୍ଷ ଏଇ ସମୟରେ
ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍, ୨ ବର୍ଷରେ ୫୦ ହଜାର ନିଯୁକ୍ତି ହେବ ବୋଲି ଘୋଷଣା ହୋଇଥିଲା।

ମାଗଣାରେ ଟିଭି ଦେଖନ୍ତୁ। “mera ଚାନେଲ ଡାଉନଲୋଡ କରନ୍ତୁ।

ଆଜି ତିଵତ ଅପ ରାଇଜିଙ୍ଗ ଦିବସ
ସିଆଇଏସଏଫ ଅପ ରାଇଜିଙ୍ଗ ଦିବସ

ଆଜି ଜନ୍ମଦିନ: ମାଧବରାଓ ସିନ୍ଧିଆ, ଓମାର ଅବଦୁଲ୍ଲା, ରବୀନ୍ଦ୍ର ପଟନାୟକ (ସଂଗୀତ), ମନୋରଞ୍ଜନ ଦାସ (ଲେଖକ, କଟକ)

ଆଜି ତିରୋଧାନ: ସାବିତ୍ରୀବାଇ ଫୁଲେ, ଶତ୍ରୁଘ୍ନ ନାଥ

ଇତିହାସରେ ଆଜି: (୧୯୧୦) ଚୀନରେ କ୍ରୀତଦାସ ପ୍ରଥା ଶେଷ/ (୨୦୨୦) ଋଷିଆ ଲୋୟର ହାଉସରେ ପୁଟିନଙ୍କୁ ଆଜୀବନ ରାଷ୍ଟ୍ରପତି କରିବା ବିଲ ପାସ/ (୧୯୪୫) ଜାପାନ ଉପରେ ଆମେରିକା ବୋମାମାଡ, ଏକ ଲକ୍ଷ ମୃତ

ବନ୍ଦେ ଉତ୍କଳ ଜନନୀ 🪻🌻🪻

Pariskarodisha news

Leave a Reply

Your email address will not be published. Required fields are marked *

error: Content is protected !!