ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।
ରାଜ୍ୟ ସରକାରଙ୍କ ଦ୍ଵାରା ୧ କୋଟି ୨ଲକ୍ଷ ୧୨ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କାର ଚତୁର୍ଥ କିସ୍ତି।
ଆଜିଠାରୁ ଆରମ୍ଭ ବିଧାନସଭା। ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନ ହେବାକୁ ଅସ୍ତ୍ର କରିବେ ବିରୋଧୀ।
ଆସନ୍ତା ୧୧ ତାରିଖରୁ ମେ ମାସ ୧୬ ତାରିଖ ଯାଏଁ ପୁରୀରେ ରେଳ ସେବା ପ୍ରଭାବିତ ହେବ। ନବୀକରଣ ଯୋଗୁଁ ଟ୍ରେନ୍ ଗୁଡ଼ିକ ମାଳତିପାଟପୁର ପର୍ଯ୍ୟନ୍ତ ଆସିବ।
ସମ୍ବଲପୁରରେ ଏକ ନୂତନ କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା ୱେଲନେସ୍ ସେଣ୍ଟର ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଲେ ଧର୍ମେନ୍ଦ୍ର ପ୍ରଧାନ।
କଟକ ଜିଲ୍ଲାର ବାଙ୍କୀ ବ୍ଲକ ଉଆସପଲି, ବୈଦ୍ୟେଶ୍ୱର ମାଳିସାହି ଗାଆଁରେ କିଡନି ରୋଗ ଆତଙ୍କ। ନଳକୂପ ପାଣି ଖରାପ ବୋଲି ଅଭିଯୋଗ।
କନ୍ଧମାଳରେ ପୁଣି ଲଜ୍ଜ୍ୟା। ଫିରିଙ୍ଗିଆରେ ଶିଶୁପୁତ୍ର ଜନ୍ମ ଦେଲେ ନବମ ଶ୍ରେଣୀ ଛାତ୍ରୀ।
ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଭାପୁର ଗ୍ରାମରେ ଜଣେ ଯୁବକ ଗାଁ ନିକଟ ଜଙ୍ଗଲରେ ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କଲେ। ମୃତକ ଆଲୋକ ଭୋଇ।
ବରଗଡ ଜିଲ୍ଲା ଭେଡେନ ମେହେନା ଛକରେ ଅଜଣା ଗାଡି ଦୁଇଟି ବାଇକକୁ ଧକ୍କା ଦେବାରୁ ୧୦ ବର୍ଷର ଶିଶୁ ସମେତ ଜଣେ ମହିଳା ଓ ଦୁଇ ଜଣ ପୁରୁଷଙ୍କ ମୃତ୍ୟୁ।
ଫୁଲବାଣୀ ଯାଉଥିବା ଆମ୍ବୁଲାନ୍ସ ଦଶପଲ୍ଲା ଟାକରା ପଞ୍ଚାୟତ ବୁଗୁଡ଼ାରେ ଘରକାନ୍ଥ ଭାଙ୍ଗି ପଶିଗଲା। ଯୁବତୀ ଆହତ।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ପ୍ରଧାନ ଶିକ୍ଷକଙ୍କ ପରକୀୟା ପ୍ରୀତିର ପ୍ରତିବାଦରେ ଜୋତାମାଳ ପିନ୍ଧାଇ ବୁଲାଇଲେ, ୪ ଗିରଫ ହେଲେ।
କୋରାପୁଟ କୋଲାବ ଜଳଭଣ୍ଡାରରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀ ନିଲମ୍ବନ ହେଲେ।
ଅପରାଧ ପ୍ରବଣ ସୁନ୍ଦରଗଡ଼ରେ ଦୁଇବର୍ଷରେ ହୋଇଛି ୨୩୪୧ ନାରୀ ନିର୍ଯାତନା, ୨୭୨ ଦୁଷ୍କର୍ମ ଓ ୬୪୦ ଅସଦାଚରଣ ମାମଲା।
ଏପ୍ରିଲ୍ ୮ରେ ନୂଆ ଦଳ ଲଞ୍ଚ୍ କରିବେ ସୋଫିଆଙ୍କ ବାପା, କଂଗ୍ରେସରୁ ତଡା ଖାଇଥିବା ମହମ୍ମଦ ମୋକିମ୍। ଯାହାର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’।
ଫେବ୍ରୁଆରି ମାସରେ ଓଡ଼ିଶାରେ ୮୪ହଜାର ଗାଡ଼ି ବିକ୍ରି ହୋଇଛି। ଗତବର୍ଷ ତୁଳନାରେ ୨୨.୭୯ ପ୍ରତିଶତ ଅଧିକ।
ପଞ୍ଜାବରେ ନିର୍ବାଚନ ପୂର୍ବରୁ ସବୁ ମହିଳାଙ୍କ ପାଇଁ ମାସିକ ୧,୦୦୦ ଟଙ୍କା ଘୋଷଣା କଲେ ସରକାର।
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ୧୦ମ ପାସ୍ ବେକାରଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଭତ୍ତା ଘୋଷଣା କଲେ ସରକାର।
ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ଆଶ୍ରମରେ ଛାତ୍ରଙ୍କୁ ଯୌନ ଶୋଷଣ ମାମଲାର ଅଭିଯୋଗକାରୀଙ୍କୁ ଟ୍ରେନରେ କ୍ଷୁରରେ ଆକ୍ରମଣ।
ଆଜି ସଂସଦରେ ଓମ୍ ବିର୍ଲାଙ୍କୁୁ ହଟାଇବା ପାଇଁ ପ୍ରସ୍ତାବ ଆଣିବେ ବିରୋଧୀ।
ଯୁଦ୍ଧ ପାଇଁ ବିଦେଶୀ ନିବେଶକମାନେ ଭାରତୀୟ ଶେୟାର ବଜାରରୁ ୨୧ ହଜାର କୋଟି ଫେରାଇନେଲେ।
ଟି ୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ପୁଣିଥରେ ଚମ୍ପିୟାନ ହେଲା ଭାରତ।
ଯୁଦ୍ଧ ପାଇଁ ଭାରତ ଯଥେଷ୍ଟ ବିଟୁମେନ (ପିଚୁ) ପାଇବ ନାହିଁ ବୋଲି ଆଶଙ୍କା। ବାଧା ହୋଇପାରେ ସଡ଼କ ନିର୍ମାଣ।
ବାଂଲାଦେଶର କୋମିଲା ସହରରେ ଏକ ମନ୍ଦିର ପରିସରରେ ସିରିଜ୍ ବୋମା ବିସ୍ଫୋରଣ କରିଛନ୍ତି ମୌଳବାଦୀ।
କାନାଡ଼ାରେ ପ୍ରବାସୀ ମାନଙ୍କୁ ସ୍ଥାୟୀ ଘର ଦେବାକୁ ପ୍ରତିଶ୍ରୁତି ଦେଲେ ସରକାର।
ଗତବର୍ଷ ଏଇ ସମୟରେ
‘ବନ୍ଦେ ଉତ୍କଳ ଜନନୀ’ ସ୍ଲୋଗାନକୁ ବିଜେପି ନେତା ଜୟ ନାରାୟଣ ମିଶ୍ର ବିରୋଧ କରିଥିଲେ।
ମାଗଣାରେ ଟିଭି ଦେଖନ୍ତୁ। “ପ୍ଲେ ଷ୍ଟୋରରୁ “mera channel” ଡାଉନଲୋଡ କରନ୍ତୁ।
ଆଜି ବାର୍ବୀ କଣ୍ଢେଇ ଦିବସ
ଆଜି ଜନ୍ମଦିନ: ରାଜା କରନ ସିଂ, ଉସ୍ତାଦ ଜାକୀର ହୁସେନ, ଶଶୀ ଥରୁର, ନବୀନ ଜିନ୍ଦଲ, ୟୁରି ଗାଗାରିନ, ମହମ୍ମଦ ସାମି, ଦର୍ଶିଲ ସଫାରି, ପାର୍ଥିବ ପଟେଲ, ଅମ୍ଳାନ ଦାସ (ସିନେମା), ବନମାଳୀ ବାବୁ (ସମ୍ବଲପୁର ପୂର୍ବତନ ସାଂସଦ), ନକୁଳ ନାୟକ (କନ୍ଧମାଳ ପୂର୍ବତନ ସାଂସଦ)
ଆଜି ତିରୋଧାନ: ଦେବୀକା ରାଣୀ, ଜୟ ମୁଖାର୍ଜୀ
ଇତିହାସରେ ଆଜି: (୧୯୧୬) ପର୍ତ୍ତୁଗାଲ ବିରୁଦ୍ଧରେ ଜର୍ମାନୀର ଯୁଦ୍ଧ ଘୋଷଣା/ (୧୯୬୧) ଋଷିଆ ସ୍ପୁଟନିକ-୪ ରେ ମହାକାଶକୁ ପଠାଇଲା କୁକୁର, ମୂଷା ଓ ବେଙ୍ଗ/ (୨୦୧୮) ସୁପ୍ରିମକୋର୍ଟ ଇଚ୍ଛାଧୀନ ମୃତ୍ୟୁ ଉପରେ ଆଲୋଚନା କଲେ/ (୨୦୧୨) ରାହୁଲ ଦ୍ରାଭିଡ କ୍ରିକେଟରୁ ଅବସର ନେଲେ
ବନ୍ଦେ ଉତ୍କଳ ଜନନୀ 🪻🌻🪻
