ରବି ଧାନ କିଣିବାକୁ ପଞ୍ଜୀକରଣ ଆରମ୍ଭ କରିବେ ସରକାର। ମାର୍ଚ୍ଚ ୧୦ରୁ ୨୦ ଯାଏଁ ପଞ୍ଜୀକରଣ।
ଏ ପର୍ଯ୍ୟନ୍ତ ଖରିଫ ଧାନ କିଣା ପ୍ରକ୍ରିୟା ସରିନି। ଧାନ ଗଦା ହୋଇଛି, ଅନେକ ଟୋକନ ଲାପସ କଲାଣି, ଖାତାକୁ ଟଙ୍କା ଆସିନି।
ଆଜି ମହିଳା ଦିବସରେ ସରକାର ବାଣ୍ଟିବେ ସୁଭଦ୍ରା ଟଙ୍କା। ନୂଆ ହିତାଧିକାରୀ ବି ପାଇବେ।
ଆସନ୍ତା ତିନିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଜୁଳି ସହ କୁଆପଥର ମାଡ଼ ବି ହୋଇପାରେ।
ଓଡିଶା ଗସ୍ତରେ ଅମିତ ଶାହା କହିଲେ, ଓଡ଼ିଶାରେ ବିକାଶକୁ ବନ୍ଦ କରି ରଖିଥିଲେ ନବୀନ ପଟ୍ଟନାୟକ।
ଥାଇଲାଣ୍ଡରେ ଦାଦନ ଖଟି ନିର୍ଯାତନାର ଶିକାର ହେଉଥିବା ଓଡ଼ିଶାର ୬ ଜଣ ଶ୍ରମିକଙ୍କୁ ମୁକ୍ତ କରାଇଲେ ମାନବାଧିକାର କମିଶନ।
ଭୁବନେଶ୍ୱର ମେଣ୍ଢାଶାଳରେ ଆମ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଅଟକ। ଝିଅଙ୍କୁ ଗାଳି ଓ କମେଣ୍ଟମରାକୁ ନେଇ ବିବାଦ।
କଟକ ଜିଲ୍ଲା ଫୁଲନଖରା ପାର୍ଶ୍ବ ରାଜପଥରେ ଦୁଇ ଅନାଥ ଯୁବକଙ୍କ ସମେତ ତିନିଜଣଙ୍କ ଉପରେ ଚଢ଼ିଗଲା ହାଇୱା, ସମସ୍ତେ ମୃତ।
କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରରେ ବୁଡି ଜବହାର ନବୋଦୟ ବିଦ୍ୟାଳୟର ୩ ଜଣ ଛାତ୍ରଙ୍କ ମୃତ୍ୟୁ।
ନୟାଗଡ଼ ଦଶପଲ୍ଲାରେ ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମୁହାଁମୁହିଁ, ୫ ପ୍ଲାଟୁନ ଫୋର୍ସ ମୁତୟନ, ଛାତ୍ର ମୃତ୍ୟୁକୁ ନେଇ ଚାଲିଛି ବିବାଦ।
ଭଦ୍ରକ ବାସୁଦେବପୁରରେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଥାନାରେ ହିନ୍ଦୀ ଶିକ୍ଷକ ଅଟକ।
ରାୟଗଡା ଜିଲ୍ଲା ବିଷମକଟକ ଚାଟିକଣା ଅଞ୍ଚଳରେ ୭ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା କରାଯାଇଛି।
କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଉପରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ।
ଧାନ ବିକ୍ରି ପାଇଁ ଗଲାବେଳେ କେନ୍ଦୁଝର ହାଟଡିହି ଢେଙ୍କା ଛକ ନିକଟରେ ଟ୍ରାକ୍ଟରରୁ ଖସିପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ।
ବାଲେଶ୍ବରରେ ଗଛମୂଳେ କିମ୍ବା ପାଲତଳେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର। ୪୨୨୦ କେନ୍ଦ୍ର ମଧ୍ୟରୁ ୧୬୯୩ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ।
ପୋକ୍ସୋ ଆଇନରେ ଓଡ଼ିଶା ହାଇକୋର୍ଟଙ୍କ ରାୟ। ନାବାଳିକାକୁ ପୋଷାକ ଉପରୁ ସ୍ପର୍ଶ ମଧ୍ୟ ଦୁଷ୍କର୍ମ ବୋଲି ଧରାଯିବ।
ହାଇଦ୍ରାବାଦରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୩୦ ଜଣ ନକ୍ସଲ ଆତ୍ମସମର୍ପଣ କଲେ।
ପଞ୍ଜାବରେ ଛତ୍ରପତି ହତ୍ୟା ମାମଲାରେ ଠକ ରଙ୍ଗିଲା ଗୁରୁ ଗୁରମିତ୍ ରାମ ରହିମ ନିର୍ଦ୍ଦୋଷରେ ଖଲାସ।
ବିଶ୍ବକପ୍ ଲାଗି ମୁମ୍ବାଇରୁ ଅହମଦାବାଦ ବିମାନ ଟିକେଟ ୩,୦୦୦ ଟଙ୍କାରୁ ୧୭,୦୦୦ ଟଙ୍କା ହୋଇଗଲା।
ଅହମଦାବାଦରେ ୨ଟି ମ୍ୟାଚ୍ ହାରିସାରିଥିବାରୁ ଅନ୍ଧବିଶ୍ୱାସ ଯୋଗୁଁ ଟିମ୍ ଇଣ୍ଡିଆର ହୋଟେଲ ବଦଳିଲା।
ସର୍ବନିମ୍ନ ପେନ୍ସନ୍ ୧୦୦୦ ଟଙ୍କାରୁ ୭୫୦୦କୁ ବୃଦ୍ଧି ଦାବିରେ କାଲିଠାରୁ ଦିଲ୍ଲୀରେ ପେନସନଭୋଗୀଙ୍କ ବିକ୍ଷୋଭ ହେବ।
ଘରୋଇ ଏଲପିଜି ଗ୍ୟାସ ବଢିଲା ୬୦ ଟଙ୍କା, ବାଣିଜ୍ୟିକ ସିଲିଣ୍ଡର ବଢିଲା ୧୧୫ ଟଙ୍କା। ନୂତନ ଦର ଲାଗୁ ହୋଇଗଲା।
ଅଷ୍ଟ୍ରେଲିଆରେ ଦିବାରାତ୍ର ମହିଳା କ୍ରିକେଟ ଟେଷ୍ଟରେ ପରାଜୟ ଦ୍ବାରରେ ଭାରତ।
ପାକିସ୍ତାନରେ ଯୁଦ୍ଧର ପ୍ରଭାବ, ହଠାତ୍ ପେଟ୍ରୋଲ ତେଲ ୫୫ ଟଙ୍କା ବଢିଗଲା।
ଆମେରିକାରେ ଆକାଶଛୁ୍ଆଁ ପେଟ୍ରୋଲ ଓ ଡିଜେଲ ଦର। ଯୁଦ୍ଧ ପାଇଁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ।
ଗତବର୍ଷ ଏଇ ସମୟରେ
ଉପଭୋକ୍ତା ବିଲ ନଦେଇ ପାରିଲେ ବି ବିଦ୍ୟୁତ କଟିବ ନାହିଁ ବୋଲି କହିଥିଲେ ମନ୍ତ୍ରୀ ସୁରେଶ ପୂଜାରୀ।
ପୋଲିସ ଏଫଆଇଆର ନ ରଖିଲେ ଆଇଆଇସି ସସ୍ପେଣ୍ଡ ହେବେ ବୋଲି କହିଥିଲେ ସରକାର।
ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ଆଜି ଜନ୍ମଦିନ: ବସୁନ୍ଧରା ରାଜେ ସିନ୍ଧିଆ, ଆଚାର୍ଯ୍ୟ ହରିହର (ସଂଗ୍ରାମୀ), ବିଶ୍ୱନାଥ ଦାସ (ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ), ଫରଦୀନ ଖାନ, ନିତ୍ୟାନନ୍ଦ ପାଲିତ (ସିନେମା ନିର୍ଦ୍ଦେଶକ, କଟକ), ସୁଧୀରା ଦାସ (ପ୍ରଥମ ଓଡ଼ିଆ ମହିଳା ଇଂଜିନିୟର)
ଆଜି ତିରୋଧାନ: ରାଣୀ କର୍ଣ୍ଣାବତୀ
ଇତିହାସରେ ଆଜି: (୧୫୩୫) ବାହାଦୂର ଶାହା ଦ୍ୱାରା ଚିତୋରଗଡ଼ ଦୁର୍ଗ କବଜା, ନିଆଁରେ ଝାସ ଦେଲେ ରାଣୀ ଓ ମହିଳାଗଣ/ (୧୯୩୦) ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ/ (୧୯୪୨) ରେଂଗୁନ, ବର୍ମା ଅଧିକାର କଲେ ଜାପାନ ସୈନ୍ୟ/ (୨୦୧୮) ଭାରତରେ ସର୍ତ୍ତମୂଳକ ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟ ଅନୁମତି ଦେଲେ/ (୨୦୨୨) ଋଷିଆ ତେଲ ଆମଦାନୀ ଉପରେ ଆମେରିକା ବାଇଡେନ ସରକାରର କଟକଣା/
ବନ୍ଦେ ଉତ୍କଳ ଜନନୀ 🪻🌻🪻
